ଟ୍ରାକ୍‌କୁ ଫେରୁଛି ଅର୍ଥ ବ୍ୟବସ୍ଥା:ସିଆଇଆଇ

ନୂଆଦିଲ୍ଲୀ,୨୯।୭: କରୋନା ଯୋଗୁ ଅର୍ଥ ବ୍ୟବସ୍ଥାକୁ ଗଭୀର କ୍ଷତି ହୋଇଛି। ଏହାଦ୍ୱାରା ଦେଶର ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇ ରହିଛି। ମାତ୍ର ଏପ୍ରିଲ ତୁଳନାରେ ବର୍ତ୍ତମାନ ଅର୍ଥ ବ୍ୟବସ୍ଥା ଟ୍ରାକ୍‌କୁ ଫେରୁ ଥିବା ଶିଳ୍ପ ସଂଘ ସିଆଇଆଇ ମତ ପ୍ରକାଶ କରିଛି। ସଂଘ ପକ୍ଷରୁ ମଙ୍ଗଳବାର କୁହାଯାଇଛି ଯେ, ଜିଏସ୍‌ଟି ସଂଗ୍ରହରେ ଉନ୍ନତି, ରେଳ ମାଲ ପରିବହନ ବୃଦ୍ଧି ଏବଂ ଦେଶରେ ପେଟ୍ରୋଲ ଓ ଡିଜେଲ ଚାହିଦା ବଢୁଥିବା ନଜରକୁ ଆସିଛି। ସବୁ କ୍ଷେତ୍ରରେ ଡାଟା ନ ଆସିଥିଲେ ମଧ୍ୟ କିଛି କ୍ଷେତ୍ରର ଡାଟାକୁ ବିଚାରକରି ଏହା ଜଣାପଡୁଛି ଯେ ଆର୍ଥତ୍କ କାର୍ଯ୍ୟକଳାପ ଧୀରେ ଧୀରେ ତ୍ୱରାନ୍ବିତ ହେଉଛି। ଅର୍ଥ ବ୍ୟବସ୍ଥା ଲକ୍‌ଡାଉନ ଯୋଗୁ ନିମ୍ନଗାମୀ ହୋଇଥିଲା। ମାତ୍ର ବର୍ତ୍ତମାନ ଏହା ଭି ଆକାରରେ ଟ୍ରାକ୍‌କୁ ଫେରୁଥିବା ସିଆଇଆଇ ରିପୋର୍ଟରେ ମତ ପ୍ରକାଶ ପାଇଛି। ଲକ୍‌ଡାଉନ ସମ୍ପୂର୍ଣ୍ଣ ଖୋଲିଲେ ଏହା ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରିବାକୁ ଅଧିକ ସହାୟକ ହେବ। ସିଆଇଆଇ ମହାନିର୍ଦ୍ଦେଶକ ଚନ୍ଦ୍ରଜିତ ବାନାର୍ଜୀ କହିଛନ୍ତି, ଲକ୍‌ଡାଉନକୁ ନଜରରେ ନୂଆ କୌଶଳ ସହ ଆର୍ଥତ୍କ ଗତିବିଧିକୁ ଅନୁମତି ଦେବାକୁ ପଡିବ। ଏମ୍‌ଏସ୍‌ଏମ୍‌ଇ ଏବଂ ବିତ୍ତ ଅନୁଷ୍ଠାନଗୁଡିକ ଲାଗି ସରକାର ଗ୍ରହଣ କରିଥିବା ପଦକ୍ଷେପର ଲାଭ ଧୀରେ ଧୀରେ ଦେଖିବାକୁ ମିଳୁଛି। ଚଳିତ ବର୍ଷର ମାନ୍ଦାବସ୍ଥା ଗତ ବର୍ଷଠାରୁ ଭିନ୍ନ ରହିଛି। ଅର୍ଥ ବ୍ୟବସ୍ଥାକୁ ଟ୍ରାକ୍‌କୁ ଫେରାଇ ଆଣିବା ଲାଗି କୃଷି କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

ଏଥର ଫେବୃଆରୀ ୧ରେ ଆସିବନି ବଜେଟ୍‌! ଭାରତ ସଂସଦୀୟ ଇତିହାସରେ ପ୍ରଥମ?

ନୂଆଦିଲ୍ଲୀ,୨୧।୧୨: ଆସନ୍ତା ବର୍ଷ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଅର୍ଥମନ୍ତ୍ରୀ କେଉଁ ତାରିଖରେ ବଜେଟ ଉପସ୍ଥାପନ କରିବେ ତାକୁ ନେଇ ସସପେନ୍ସ ଜାରି ରହିଛି। ୨୦୧୭ରୁ...

ଗ୍ରାହକଙ୍କୁ ଆଶ୍ୱସ୍ତି: ୧୨ ହଜାର କମିଲା ସୁନା ଦର

ନୂଆଦିଲ୍ଲୀ,୨୦।୧୨: ରେକର୍ଡ ବୃଦ୍ଧି ପରେ, ଭାରତରେ ୨୪-କ୍ୟାରେଟ, ୨୨-କ୍ୟାରେଟ ଏବଂ ୧୮-କ୍ୟାରେଟ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଛି। ଗୋଟିଏ ସପ୍ତାହରେ ୧୦ ଗ୍ରାମ ୨୪-କ୍ୟାରେଟ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଡିସେମ୍ୱର ୩୧ ସୁଦ୍ଧା ସାରି ନିଅନ୍ତୁ ଏସବୁ କାମ, ନ ହେଲେ ସହିବେ ବଡ଼ କ୍ଷତି!

ନୂଆଦିଲ୍ଲୀ,୧୯।୧୨: ୨୦୨୫ ମସିହାର ଶେଷ ମାସ ଡିସେମ୍ୱର ମାସ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଜି ଡିସେମ୍ୱର ୧୯ ତାରିଖ, ଅର୍ଥାତ ବର୍ଷ ଶେଷ ହେବାକୁ...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି େଓ଼୍ବଟିଂ ଟିକେଟ୍‌ ବିନା କରିପାରିବେ ଯାତ୍ରା!

ନୂଆଦିଲ୍‌ଲୀ,୧୯।୧୨: ଯଦି ଆପଣ ପ୍ରାୟତଃ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ େଓ଼୍ବଟିଂ ତାଲିକା କିମ୍ୱା RAC ଟିକେଟ ବିଷୟରେ ଚିନ୍ତିତ ଅଛନ୍ତି,...

ପ୍ରାଇଭେଟ୍‌ ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ଖବର: EPFO ନେଲା ବଡ଼ ପଦକ୍ଷେପ, ଏବେ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୧୯।୧୨: ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ବଡ଼ ଖବର ଆସିଛି। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ EDLI ଯୋଜନା ସମ୍ପର୍କରେ ଏକ ବଡ଼ ଘୋଷଣା କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri