Posted inଖେଳ

ହେଣ୍ଡରସନଙ୍କୁ ରାଇଟର୍ସ ଆସୋସିଏଶନ ପୁରସ୍କାର

ଲଣ୍ଡନ, ୨୫।୭ (ଏପି)-ଫୁଟ୍‌ବଲ ରାଇଟର୍ସ ଆସୋସିଏଶନ (ଏଫ୍‌ ଡବ୍ଲ୍ୟୁଏ) ତରଫରୁ ଜୋର୍ଡାନ ହେଣ୍ଡରସନଙ୍କୁ ବର୍ଷର ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ କରାଯାଇଛି। ହେଣ୍ଡରସନଙ୍କ ଅଧିନାୟକତ୍ୱରେ ଲିଭରପୁଲ ୩୦ ବର୍ଷ ବ୍ୟବଧାନରେ ପ୍ରଥମ ଇଂଲିଶ ଲିଗ୍‌ ଟାଇଟଲ ଜିତିପାରିଛି। କରୋନାଭାଇରସ୍‌ ମହାମାରୀ ସମୟରେ ବ୍ରିଟେନ ସ୍ବାସ୍ଥ୍ୟ ସେବା ପାଇଁ ପାଣ୍ଠି ସଂଗ୍ରହରେ ତାଙ୍କର ବିଶେଷ ଭୂମିକା ଥିଲା। ଫୁଟ୍‌ବଲ ରାଇଟର୍ସ ଆସୋସିଏଶନ ପୁରସ୍କାର ପାଇଁ ହୋଇଥିବା ମତଦାନରେ ସେ ମାଞ୍ଚେଷ୍ଟର ସିଟି ମିଡ୍‌ଫିଲ୍ଡର କେଭିନ୍‌ ଡି’ ବ୍ରୁଇନ୍‌ଙ୍କୁ ପଛରେ ପକାଇ ଦେଇଥିଲେ। ହେଣ୍ଡରସନଙ୍କ ସମୟରେ ଲିଭରପୁଲ ଆହୁରି ମଧ୍ୟ ଚାମ୍ପିୟନ୍ସ ଲିଗ୍‌ ଓ କ୍ଲବ ବିଶ୍ୱକପ୍‌ ଜିତିପାରିଛି। କରୋନା ମହାମାରୀ ସମୟରେ ଖେଳ ସସ୍‌ପେଣ୍ଡ ଥିବା ବେଳେ ସେ କେତେଜଣ ସାଥୀ ଖେଳାଳିଙ୍କୁ ନେଇ ଜନସେବାରେ ଲାଗିପଡ଼ିଥିଲେ। ନ୍ୟାଶନାଲ ହେଲଥ୍‌ ସର୍ଭିସ ପାଇଁ ପାଣ୍ଠି ସଂଗ୍ରହ ମଧ୍ୟ କରିଥିଲେ। ଏଫ୍‌ଡବ୍ଲ୍ୟୁଏର ଚେୟାରମ୍ୟାନ କେରୀ ବ୍ରାଉନ୍‌ କହିଛନ୍ତି ହେଣ୍ଡରସନ ବର୍ତ୍ତମାନ ଲିଭରପୁଲ୍‌ର ଜଣେ କିମ୍ବଦନ୍ତୀ ଖେଳାଳି ପାଲଟିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

ଗତ ୭ ବର୍ଷ ହେବ BCCI ବଢାଇନାହିଁ ଅମ୍ପାୟର୍ସଙ୍କ ଦରମା, ଜାଣନ୍ତୁ ଗୋଟିଏ ମ୍ୟାଚ ପାଇଁ କେତେ ମିଳେ

ନୂଆଦିଲ୍ଲୀ,୨୬।୧୨: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଆନ୍ତର୍ଜାତୀୟ ଏବଂ ଘରୋଇ, ପୁରୁଷ ଏବଂ ମହିଳା ଉଭୟ ଖେଳାଳିଙ୍କ ଦରମାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri