ରିକ୍ସା ଚାଳକଙ୍କୁ ଗଳାକାଟି ହତ୍ୟା: କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

ଭବାନୀପାଟଣା,୧୩ା୭(ଡି.ଏନ୍‌.ଏ.)-ଭବାନୀପାଟଣା ପୌରାଞ୍ଚଳର ୧୦ ନମ୍ବର ୱାର୍ଡ ଅଧୀନ ଅର୍କାବାହାଲିପଡ଼ା ଛକରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି ା ସାମାନ୍ୟ ବଚସାକୁ କେନ୍ଦ୍ରକରି ଜଣେ ବ୍ୟକ୍ତି ରିକ୍ସା ଚାଳକଙ୍କ ଗଳାକାଟି ହତ୍ୟା କରିଛନ୍ତି ା ମୃତକ ହେଲେ ବଡ଼ପଡ଼ାର ତିଲ ବାଗ୍‌(୫୬) ା ପୋଲିସ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ା ସ୍ପଷ୍ଟ ଦିବାଲୋକରେ ଜଣେ ରିକ୍ସା ଚାଳକଙ୍କୁ ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ହତ୍ୟା କରାଯିବା ଘଟଣା ସହରରେ ଆତଙ୍କ ସୃଷ୍ଟି କରିଛି। ପୋଲିସ ଏହି ଘଟଣାରେ ଅର୍କାବାହାଲିପଡ଼ାର ପୂର୍ଣ୍ଣ ମେହେରଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ା ତେବେ କେଉଁ କାରଣକୁ କେନ୍ଦ୍ରକରି ଏପରି ଦୁଃଖଦ ଘଟଣା ଘଟିଥିଲା ତାହା ସ୍ପଷ୍ଟ ହୋଇନାହିଁ ା
ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୧୦ଟାରେ ତିଲ ନିଜ ରିକ୍ସା ନେଇ ଅର୍କାବାହାଲିପଡ଼ା ଛକରେ ଭଡ଼ା ଅପେକ୍ଷାରେ ଥିଲେ ା ଏହି ସମୟରେ ପୂର୍ଣ୍ଣ ସେଠାରେ ପହଞ୍ଚତ୍ଥିଲେ ା କୌଣସି କଥାକୁ କେନ୍ଦ୍ରକରି ତିଲ ଓ ପୂର୍ଣ୍ଣଙ୍କ ମଧ୍ୟରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା ା ଏହାପରେ ପୂର୍ଣ୍ଣ ହଠାତ୍‌ ଏକ ଖୁର ବାହାରକରି ତିଲଙ୍କ ଗଳାକୁ କାଟିଦେଇ ସେଠାରୁ ଫେରାର ହୋଇଯାଇଥିଲେ ା ଘଟଣାସ୍ଥଳରେ ହିଁ ତିଲଙ୍କର ମୃତ୍ୟୁ ଘଟିଥିଲା ା ଖବରପାଇ ଭବାନୀପାଟଣା ଟାଉନ ଥାନା ଆଇଆଇସି ସତ୍ୟ ନନ୍ଦ ଓ ଅନ୍ୟ ପୋଲିସ ଅଧିକାରୀମାନେ ସେଠାରେ ପହଞ୍ଚତ୍ ତିଲଙ୍କ ମୃତଦେହ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ା ଏହାପରେ ପୂର୍ଣ୍ଣଙ୍କୁ କାବୁକରି ଥାନାକୁ ନେଇଥିଲେ ା ଥାନାରେ ପୋଲିସ ପୂର୍ଣ୍ଣଙ୍କୁ ପଚରାଉଚୁରା କରୁଛି ା ଖୁବ୍‌ ଶୀଘ୍ର ଏହି ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଆଇଆଇସି ନନ୍ଦ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

କଳାହାଣ୍ଡି ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ

କର୍ଲାମୁଣ୍ଡା,୧୬ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକ ଅଧ୍ୟକ୍ଷା କୁନି ସାହୁଙ୍କ ଅଧ୍ୟକ୍ଷତାରେ ଜାନୁଆରୀରେ ହେବାକୁ ଥିବା ବ୍ଲକସ୍ତରୀୟ...

୨ବର୍ଷ ହେଲା ସୋଲାର ଜଳପ୍ରକଳ୍ପ ଅଚଳ: ପିଇବା ପାଣି ପାଇଁ ହନ୍ତସନ୍ତ ତାରାପଦରବାସୀ

ଥୁଆମୂଳ ରାମପୁର,୧୬ା୧୨ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳଆମ୍ବପଦର ପଞ୍ଚାୟତର ତାରାପଦର ଗ୍ରାମରେ ଦୀର୍ଘ ଦୁଇବର୍ଷ ହେବ ସୋଲାର ପ୍ରକଳ୍ପ ଅଚଳ ହୋଇପଡିଛି।...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ: ଦେଲେ ବଡ଼ ପ୍ରତିଶ୍ରୁତି, ୧୫୦ରୁ କମ୍‌ ଥିବା ଗାଁକୁ ମିଳିବ…

କୋକସରା,୧୫।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ସୋମବାର କୋକସରା ବ୍ଲକ ସଦର...

ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ଜିଲାପାଳଙ୍କ ଜନ ଶୁଣାଣିରେ ପହଞ୍ଚିଲେ ଅଲେଖ ବାବା: ଜାଣନ୍ତୁ କାହିଁକି

କେସିଙ୍ଗା,୧୫।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ବିଡିଓ ଜନ୍ମେଜୟ ସ୍ବାଇଁଙ୍କ ଆହ୍ବାନ କ୍ରମେ ଜିଲାପାଳଙ୍କ ଜନ ଶୁଣାଣି ଓ ସମାଧାନ...

ସ୍କୁଟିକୁ ଧକ୍କା ଦେଲା ସଫାରୀ କାର୍, ୨ ସାଙ୍ଗଙ୍କ ମୃତ୍ୟୁ

ଧର୍ମଗଡ଼,୧୫।୧୨(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ କେବିଡ଼ି ବିଜୁ ଏକ୍ସପ୍ରେସ ଛକରୁ ସଡ଼କ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ଆଜି(ସୋମବାର) ପୂର୍ବାହ୍ନରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri