ବିଜ୍ଞାନ ଛାତ୍ରଙ୍କ ପରିବାଚାଷ

କେନ୍ଦୁଝର, ୭।୭(ସ୍ବ.ପ୍ର.)-ପାଠ ସହିତ ଚାଷ କରି ରୋଜଗାରକ୍ଷମ ହୋଇଛନ୍ତି ମାନସିଂ ସୋରେନ ା ତାଙ୍କ ଘର ଘଷିପୁରା ବ୍ଲକରେ। କିନ୍ତୁ ପିଲା ଦିନରୁ ସଦର ବ୍ଲକ ରାଜବନ୍ଧରେ ପିଉସି ପୁଅ ଭାଇଙ୍କ ଘରେ ରହି ପାଠ ପଢୁଛନ୍ତି। ମାଟ୍ରିକ ପାସ କରିବା ପରେ ମାନସିଂ ଏବେ ଧରଣୀଧର ଯୁକ୍ତ ଦୁଇ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ବିଜ୍ଞାନ ଦ୍ୱିତୀୟ ବର୍ଷର ଛାତ୍ର। ଖାଲି ପାଠ ନୁହେଁ ସେ ଚାହୁଁଥିଲେ ନିଜେ ଦୁଇ ପଇସା ରୋଜଗାର କରିବାପାଇଁ। ସେ ତାଙ୍କ ଭାଇଙ୍କ ସହିତ ମିଶି ଚାଷ କାମ କରୁଛନ୍ତି। ସେହି ଅମଳ ପରିବାକୁ ସାଇକେଲରେ ଆଣି ସେ କେନ୍ଦୁଝରରେ ବିକ୍ରି କରୁଛନ୍ତି।
ମାନସିଂ ନିଜେ ପାଓ୍ବାର ଟିଲର ଚଲାଇ ହଳ କରିବା ଓ ପନିପରିବା ଚାରା ଲଗାଇବା ଆଦି କାମ କରନ୍ତି। ବିଲାତି, ଛୁଇଁ , ମୂଳା, ଖଡା ଶାଗ କରି ବେଶ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି। ଚଳିତ ବର୍ଷ କୁଆପଥର ମାଡରେ ବହୁ ବିଲାତି ଫସଲ ତାଙ୍କର ନଷ୍ଟ ହୋଇଯାଇଛି। ପାଣିର ସୁବିଧା ନ ଥିବାରୁ ନିଜେ ଆସି ଫସଲରେ ପାଣି ମଡାଇଥାନ୍ତି ା ଜଳସେଚନର ସୁବ୍ୟବସ୍ଥା ହୋଇ ପାରିଲେ ଏବଂ ପନିପରିବା ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ପ୍ରତିଷ୍ଠା ହେଲେ ଚାଷୀ ମାନେ ଅଧିକ ଉପକୃତ ହୋଇ ପାରନ୍ତେ ବୋଲି ସେ କହିଛନ୍ତି। ଶୀତଳ ଭଣ୍ଡାର ଥିଲେ ତରବରିଆ ଭାବେ କମ ଦାମରେ ପନିପରିବା ନ ବିକି ସାଇତି ରଖିବା ସହ ପନିପରିବା ନଷ୍ଟ ହୁଅନ୍ତା ନାହିଁ ଓ ଭଲ ମୂଲ୍ୟ ମିଳିପାରନ୍ତା ବୋଲି ମାନସିଂ କହିଛନ୍ତି। ଚାଷକୁ ଛାଡ଼ିଦେଲେ ସେ ଫୁଟବଲ ଖେଳିବାକୁ ଭାରି ଭଲ ପାଆନ୍ତି। ତାଙ୍କୁ ବିଭିନ୍ନ ଗ୍ରାମର ପିଲା ଫୁଟବଲ୍‌ ମ୍ୟାଚ୍‌ କଲେ ଖେଳିବାକୁ ଡାକନ୍ତି ଏବଂ ଏଥିପାଇଁ କିଛି ପଇସା ଦେଇଥାନ୍ତି ବୋଲି କୁହନ୍ତି ା ତେବେ ପାଠ ପଢି ଭଲ ଚାକିରୀ କରିବା ଆଶା ରଖିଛନ୍ତି ା ଭାଇ ଚାଷବାସ କରନ୍ତି ା ଘରେ ତାଙ୍କର ଦୁଇ ଭାଇ ଓ ଗୋଟିଏ ଭଉଣୀ। ତାଙ୍କ ବାପା ଚାଷ କରନ୍ତି। ସାନ ଭାଇ ଭୁବନେଶ୍ୱରରେ ପଢୁଥିବା ବେଳେ ଆଉ ଜଣେ ଭାଇ ଫୁଟବଲରେ ଜାତୀୟ ସ୍ତରରେ ଖେଳୁଥିବା ସେ କହିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ, ସଦର ବ୍ଲକ ଅଞ୍ଚଳରେ ବହୁ ଆଦିବାସୀ ପରିବାର ଚାଷ କରି ପନିପରିବା ଯୋଗାଇଥାନ୍ତି ା କେନ୍ଦୁଝର ସହରକୁ ଯୋଗାଇବା ସହ ବାହାର ଜିଲାକୁ ମଧ୍ୟ ବେପାରୀ ମାନଙ୍କ ଜରିଆରେ ପଠାଇଥାନ୍ତି ା ତେବେ ପ୍ରୋତ୍ସାହନ ଓ ସହାୟତା ମିଳିଲେ ସେମାନେ ଅଧିକ ଉତ୍ପାଦନ କରିପାରନ୍ତେ ଏବଂ ସେମାନଙ୍କ ଆର୍ଥିକ ଓ ସାମାଜିକ ଅବସ୍ଥା ସୁଧୁରିପାରନ୍ତା ବୋଲି ବରିଷ୍ଠ ନାଗରିକ ତଥା ଚାଷୀ ରାଜବନ୍ଧ ଗ୍ରାମର ସୁନାରାମ ମାରାଣ୍ଡି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ବର ପାଇଁ ନୂଆ ଟିମ୍‌ ନିଯୁକ୍ତ କଲେ ମନମୋହନ, ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୨୯।୧୨: ଭାଜପା କଲା ବଡ଼ ଘୋଷଣା। ଭୁବନେଶ୍ବର ପାଇଁ ନୂଆ ପଦାଧିକାରୀ ଭାଜପା ନିଯୁକ୍ତି କରିଛି। ୨୧ ପଦାଧିକାରୀଙ୍କୁ ମନମୋହନ ସାମଲ ନିଯୁକ୍ତି ଦେଇଛନ୍ତି। ଭୁବନେଶ୍ବର...

ଲୋକ ସଭା ସାଂସଦଙ୍କ ମହାନତା: ନିଜ ଦରମାରୁ ଜଳଖିଆ ଅନୁଷ୍ଠାନକୁ ଦାନକଲେ ଏକ ଲକ୍ଷ ଟଙ୍କା

ମଥୁରାନଗରୀ,୨୯।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନା ନିକରେ ରହିଥିବା ମା ଏକଟଙ୍କିଆ ଜଳଖିଆ ଅନୁଷ୍ଠାନର ବାର୍ଷିକୋତ୍ସବରେ ସୋମବାର ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର ମୁଖ୍ୟ ଉମେଶ ପ୍ରଧାନଙ୍କ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

ଜିଲାପାଳ, ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି: ସମସ୍ୟା ସମାଧାନ କଲେ…

ଭଞ୍ଜନଗର,୨୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପ ଜିଲପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲାପାଳ ଭି. କିର୍ତ୍ତି ଭାସନ ଓ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ...

ବରଗଡକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେଡି କଲା ବଡ଼ ଦାବି: ଦେଲା ଚେତାବନୀ, ସମସ୍ୟାର ସମାଧାନ ନ ହେଲେ…

ବରଗଡ ,୨୯।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ଜ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ବରଗଡ଼ ମଥୁରାନଗରୀ ପାଲଟିଛି । ମଙ୍ଗଳବାର ସମ୍ଭବତଃ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଗୋଟିଏ ନମ୍ବରରେ ୨ ଗାଡ଼ି: ଜଣେ ଭୁଲ କଲେ ଅନ୍ୟ ଜଣଙ୍କୁ ଆସୁଛି ଚାଲାଣ

ଛତ୍ରପୁର,୨୯ା୧୨ (ଦିଲ୍ଲୀପ ସାମଲ) ଜଣେ ଗାଡ଼ି ଚାଳକ ପ୍ରଦୂଷଣ ପ୍ରମାଣପତ୍ର କରିବାକୁ କେନ୍ଦ୍ରକୁ ଆସିଥିବା ବେଳେ ତାଙ୍କ ଗାଡ଼ିରେ ଚାଲାଣ କଟିଥିବାରୁ ହୋଇପାରିଲା ନାହିଁ। ଏହା...

ଜାନୁଆରୀ ୫ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଏହିଦିନ ହେବ ପଞ୍ଜୀକରଣ

ଭୁବନେଶ୍ୱର,୨୯।୧୨: ଆସନ୍ତା ସୋମବାର ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ପୂର୍ବାହ୍ନ ୧୦ ଘଟିକାରୁ ୟୁନିଟ-୨, ଅଶୋକ ନଗର,...

ଭରସା କଲେ ନବୀନ ୩ ଜଣଙ୍କୁ ମିଳିଲା ଗୁରୁ ଦାୟିତ୍ୱ

ବ୍ରଜରଜନଗର ୨୯ା୧୨( ବିଜୟ ବରାଡ଼): ଝାରସୁଗୁଡା ଜିଲା ବିଜୁ ଜନତା ଦଳକୁ ସକ୍ରିୟ କରିବା ପାଇଁ ବିଜେଡିର ସଭାପତି ନବୀନ ପଟନାୟକ ବ୍ରଜରଜନଗର ପୌରାଞ୍ଚଳରୁ ୩...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri