ସୁରକ୍ଷିତ ହେଲେ ବଢ଼ିବ ସୁନାମ

ଢେଙ୍କାନାଳ ଅଫିସ, ୯।୬

ଗୌରବମୟ ଇତିହାସର ମୂକସାକ୍ଷୀ ବୀରାଶାଳ ଏୟାରଷ୍ଟ୍ରିପ୍‌। ସତୁରି ଦଶକରେ ପରିକଳ୍ପନା କରାଯାଇଥିବା ଏହି ଏୟାରଷ୍ଟ୍ରିପ୍‌ ପୂର୍ଣ୍ଣାଙ୍ଗ ରୂପ ପାଇଥିଲା ୨୦୧୯ରେ। ସୋମବାର ପ୍ରଶିକ୍ଷଣ ଚାଲିଥିବାବେଳେ ଏଠାରେ ବିମାନ ଦୁର୍ଘଟଣା ଘଟି ଜଣେ କ୍ୟାପ୍‌ଟେନ୍‌ ଏବଂ ଅନ୍ୟଜଣେ ପ୍ରଶିକ୍ଷାର୍ଥୀଙ୍କ ମୃତ୍ୟୁ ଘଟିବା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ଏହି ଏୟାରଷ୍ଟ୍ରିପ୍‌। ପ୍ରଶିକ୍ଷାର୍ଥୀ ଏବଂ ଅଞ୍ଚଳବାସୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଟ୍ରେନିଂ କାର୍ଯ୍ୟକ୍ରମ ଜାରି ରଖିଲେ ଢେଙ୍କାନାଳ ଜିଲାରେ ଥିବା ରାଜ୍ୟର ଏହି ଅନ୍ୟତମ ପୁରାତନ ଏୟାରଷ୍ଟ୍ରିପ୍‌ର ଯଶ ବଢ଼ିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ପରିତ୍ୟକ୍ତ ହୋଇପଡ଼ିଥିବା ବୀରାଶାଳ ଏୟାର ଷ୍ଟ୍ରିପ୍‌ ସେତେବେଳ ଚର୍ଚ୍ଚାକୁ ଆସିଲା ଯେତେବେଳେ ଏହାକୁ ପଶ୍ଚିମବଙ୍ଗର ବାୟୁସେନା ଶାଖା ବ୍ୟବହାର କରିବାକୁ ଆଗ୍ରହୀ ହୋଇଥିଲେ। ସମ୍ପୃକ୍ତ ରାଜ୍ୟର ବାୟୁସେନାର ଅଧିକାରୀମାନେ ୨୦୧୯ ମେ ୧୬ରେ ଏୟାରଷ୍ଟ୍ରିପ୍‌ ପରିଦର୍ଶନରେ ଆସିଥିଲେ। ଏହାପୂର୍ବରୁ ୨୦୧୯ ମେ ୧୪ରେ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ବିଭାଗ ତାଲିମ ପ୍ରତିଷ୍ଠାନର ଚିଫ୍‌ ଫ୍ଲାଇଟ୍‌ ଇନ୍‌ଷ୍ଟ୍ରକ୍ଟର କ୍ୟାପ୍‌ଟେନ ଓ.ବି.କେ ସିଂହଙ୍କ ସହ ଅନ୍ୟ ୨ ଅଧିକାରୀ ମଧ୍ୟ ଏଠାକୁ ଆସି ଭିତ୍ତିଭୂମି ଯାଞ୍ଚ କରିଥିଲେ। ଓଡ଼ିଶା ଇତିହାସରେ ବୀରାଶାଳ ଏୟାରଷ୍ଟ୍ରିପ୍‌ର ସ୍ବତନ୍ତ୍ର ସ୍ଥାନ ଦଖଲ କରିଛି। ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିବା ସମୟରେ ଏଠାରେ ଅବତରଣ କରିଥିଲେ। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ, ସଞ୍ଜୟ ଗାନ୍ଧୀଙ୍କ ଭଳି ନେତାମାନେ ବିଭିନ୍ନ ସମୟରେ ବୀରାଶାଳ ଏୟାରଷ୍ଟ୍ରିପ୍‌ରେ ଅବତରଣ କରିଥିବା ଘଟଣା ଅଞ୍ଚଳବାସୀଙ୍କ ମନରେ ଏବେ ବି ଅଭୁଲା ହୋଇ ରହିଛି।
ଦୀର୍ଘଦିନ ଧରି ପରିତ୍ୟକ୍ତ ହୋଇ ରହିବା ପରେ ବେସାମରିକ ବିମାନ ଚଳାଚଳ ବିଭାଗର ଆଖି ଏହି ଏୟାରଷ୍ଟ୍ରିପ୍‌ ଉପରେ ପଡ଼ିଥିଲା। ଏହାକୁ ବିମାନ ଉଡାଣ ତାଲିମ କେନ୍ଦ୍ର ଭାବେ ବ୍ୟବହାର କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ତଦନୁଯାୟୀ ୨୦୧୭-୧୮ ଆର୍ଥତ୍କ ବର୍ଷରେ ଏହାର ବିକାଶ ଲାଗି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୯ କୋଟି ୧୮ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ରନ୍‌ଓ୍ବେ, ସମେତ ଅନ୍ୟ ବିକାଶମୂଳକ କାର୍ଯ୍ୟ କରାଯାଇଥିଲା। ୫୦ ଏକର ଜମିରେ ନିର୍ମାଣ କରାଯାଇଥିବା ଏୟାରଷ୍ଟ୍ରିପ୍‌ ଚତୁଃପାର୍ଶ୍ୱରେ ୧କୋଟି ଟଙ୍କା ବ୍ୟୟରେ ପାଚେରି ନିର୍ମାଣ ହୋଇଥିଲା। ତେବେ ହାତୀ ଉପଦ୍ରବରେ ପାଚେରିର କିଛି ଅଂଶ ଭାଙ୍ଗିଯାଇଥିଲା। ପରେ ପୁଣି ଅନୁଦାନ ମଞ୍ଜୁର କରି ଏହାର ମରାମତି କରାଯାଇଥିଲା। ୨୦୧୮-୧୯ରେ ଏହାର ସମସ୍ତ ଉନ୍ନତୀକରଣ କାମ ଶେଷ ହେବାପରେ ଏୟାରଷ୍ଟ୍ରିପ୍‌କୁ ବେସାମରିକ ବିମାନ ଚଳାଚଳ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ୨୦୧୯ରେ ବିମାନ ଉଡାଣ ତାଲିମ ପାଇଁ ଏନ୍‌ଓସି ମିଳିବା ପରେ ଏହା ଉଚ୍ଚାଭିଲାଷୀ ଛାତ୍ରୀଛାତ୍ରଙ୍କ ପାଇଲଟ ହେବା ସ୍ବପ୍ନ ପୂରଣର ମାଧ୍ୟମ ପାଲଟିଛି। ଗଭର୍ନମେଣ୍ଟ ଆଭିଏଶନ ପାଇଲଟ୍‌ ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍‌ (ଜିଏଟିଆଇ) ପ୍ରଶିକ୍ଷଣ ଦାୟିତ୍ୱ କାନ୍ଧକୁ ନେଇଥିବା ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ମନୋରଞ୍ଜନ ବିଶ୍ୱାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri