Posted inଜାତୀୟ

ମାସ୍କ ପିନ୍ଧି ନ ଥିବାରୁ ପୋଲିସ ଭିଆଇଲା ଏଭଳି କାଣ୍ଡ

ଯୋଧପୁର,୫।୬: କିଛି ଦିନ ତଳେ ଆମେରିକାରେ ପୋଲିସର ବର୍ବରତା ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। କିଛି ପୋଲିସକର୍ମୀ ଜର୍ଜ ଫ୍ଲୋଏଡ୍‌ ନାମକ ବ୍ୟକ୍ତିଙ୍କ ମୁଣ୍ଡକୁ ଆଣ୍ଠୁରେ ଚାପିଦେଇଥିଲେ। ଫଳରେ ଅଣନିଃଶ୍ୱାସୀ ହୋଇ ଜର୍ଜଙ୍କ ମୃତ୍ୟୁ ହୋଇଥିଲା। ତେବେ ଆମେରିକା ଭଳି ଏକ ଘଟଣା ରାଜସ୍ଥାନର ଯୋଜଧପୁରରେ ଦେଖିବାକୁ ମିଳିଛି। ଗୁରୁବାର ଯୋଧପୁରରେ ପୋଲିସର ବର୍ବରତାର ଚିତ୍ର ସାମ୍ନାକୁ ଆସିଛି। ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଚୌପାସନି ହାଉସିଂ ବୋର୍ଡ ନିକଟରେ ମୁକେଶ ପ୍ରଜାପତ ନାମକ ଜଣେ ବ୍ୟକ୍ତି ମାସ୍କ ନ ପିନ୍ଧି ଠିଆ ହୋଇଥିଲେ। ସେହି ସମୟରେ ପୋଲିସ ଚଢ଼ାଉ କରି ଆଇନ ଉଲ୍ଲଂଘନ ଅଭିଯୋଗରେ ତାଙ୍କର ଚାଲାଣ କାଟିବାକୁ ଯାଉଥିଲେ। ସେହି ସମୟରେ ଉକ୍ତ ବ୍ୟକ୍ତି ସେଠାରୁ ପଳାଇବାକୁ ଉଦ୍ୟମ କରିବା ସହିତ ପୋଲିସ ସହ ମାରପିଟ୍‌ କରିଥିଲେ। ବହୁ ଚେଷ୍ଟା ପରେ ପୋଲିସକର୍ମୀ ତାଙ୍କୁ କାବୁ କରିଥିଲେ ଏବଂ ଉକ୍ତ ବ୍ୟକ୍ତିଙ୍କୁ ନିଜ ଆଣ୍ଠୁରେ ବେକକୁ ଚାପି ଦେଇଥିଲେ। ୪୪ ଡିଗ୍ରୀ ତାପମାତ୍ରାରେ ରାସ୍ତାରେ ମୁକେଶଙ୍କ ବେକକୁ ଚାପି ଧରିବା ପୋଲିସର ଏଭଳି କାର୍ଯ୍ୟକୁ ନେଇ ଏବେ ସବୁ ମହଲରେ ନିନ୍ଦା କରାଯାଇଛି। ଏତଦ୍‌ ବ୍ୟତୀତ ପୋଲିସ ସହ ମାରପିଟ୍‌ ଓ ଆଇନ ଉଲ୍ଲଂଘନ ଅଭିଯୋଗରେ ମୁକେଶଙ୍କ ନାଁରେ ଦେବନଗର ଥାନାରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି। ଅପରପକ୍ଷେ ଏହି ଘଟଣାକୁ ନେଇ ଯୋଧପୁର ଡିସିପି ପ୍ରୀତି ଚନ୍ଦ୍ରା ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି, ପୋଲିସ ନିଜ ଆତ୍ମରକ୍ଷା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ନୂଆବର୍ଷରେ ମହଙ୍ଗା ଯୋଇଯିବ ଏହିସବୁ ଔଷଧ, ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୬।୧୨:ସରକାର ଅତ୍ୟାବଶ୍ୟକ ଔଷଧ ପାଇଁ ସୁଲଭ ଏବଂ ନିରାପଦ କଞ୍ଚାମାଲ ସୁନିଶ୍ଚିତ କରିବା ପାଇଁ ନୂତନ ପଦକ୍ଷେପ ନେଉଛନ୍ତି, କିନ୍ତୁ ଔଷଧ ଶିଳ୍ପ ବିଶେଷଜ୍ଞମାନେ ଭୟ...

ଧାନମଣ୍ଡି ଖୋଲିବା ଦାବିରେ ବ୍ଳକ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ପୁରୁଷୋତ୍ତମପୁର,୨୬।୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଧାନମଣ୍ଡି ଖୋଲାଯାଇ ନ ଥିବାରୁ ଚାଷୀମାନେ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି। ଏନେଇ ତୁରନ୍ତ ମଣ୍ଡି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

ନ୍ୟୁଜିଲାଣ୍ଡ ସିରିଜ୍‌ ଖେଳିବା ଆଶାରେ ଶ୍ରେୟସ

ବେଙ୍ଗାଲୁରୁ,୨୬।୧୨:ଭାରତର ଦିନିକିଆ ଉପ ଅଧିନାୟକ ଶ୍ରେୟସ ଆୟାର ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଆହତ ହେବା ପରେ ପ୍ରଥମ ଥର ପାଇଁ ବ୍ୟାଟିଂ ଅଭ୍ୟାସ କରିଛନ୍ତି।...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri