Posted inଖେଳ

ଅକ୍ଟୋବର ସୁଦ୍ଧା ଫେରିବ କ୍ରୀଡ଼ା ପ୍ରତିଯୋଗିତା

ନୂଆଦିଲ୍ଲୀ, ୫ା୬-ଭାରତରେ ଅକ୍ଟେବାର ସୁଦ୍ଧା କ୍ରୀଡ଼ା ପ୍ରତିଯୋଗିତା ଫେରିବ ବୋଲି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି ନରେନ୍ଦର ବାତ୍ରା ପ୍ରକାଶ କରିଛନ୍ତି। ସ୍ପୋର୍ଟିଂ ଇଭେଣ୍ଟ୍ସ ଉପରେ ଆୟୋଜିତ ଏକ ଓ୍ବେବିନାରରେ ତାଙ୍କ ଅଭିଭାଷଣରେ ସେ ଏକଥା କହିଛନ୍ତି। ବାତ୍ରା କହିଛନ୍ତି ଅଧିକାଂଶ ଖେଳ ପାଇଁ ଆମେ ଅଭିନବ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜ୍ୟୁୟର (ଏସ୍‌ଓପି) ପ୍ରସ୍ତୁତ କରିଛୁ। କ୍ରୀଡ଼ା ପାଇଁ ରିଜିଓନାଲ ସେଣ୍ଟରଗୁଡ଼ିକୁ ଚିହ୍ନଟ କରିବା ପ୍ରକ୍ରିୟା ଚାଲିଛି, ଯେଉଁଠାରେକି ପ୍ରତିଯୋଗିତା ଆୟୋଜନ ହୋଇପାରିବ। ଉଦାହରଣ ସ୍ବରୂପ ହକି ପାଇଁ ବେଙ୍ଗାଲୁରୁ, ଶୁଟିଂ ପାଇଁ ଦିଲ୍ଲୀ ଉପଯୁକ୍ତ। ହେଲେ ରେସ୍‌ଲିଂ ଭଳି କଣ୍ଟାକ୍ଟ ସ୍ପୋଟର୍‌ସ ପାଇଁ ଶ୍ରେଷ୍ଠ ଏସ୍‌ଓପି ପ୍ରସ୍ତୁତ କରାଯାଇ ପାରି ନାହିଁ। ବାତ୍ରା କହିଛନ୍ତି, ଦେଶର ସମସ୍ତ କ୍ରୀଡ଼ା ପ୍ରତି ସରକାରଙ୍କ ସହଯୋଗ ମନୋବୃତ୍ତି ରହିଛି। କରୋନା ଭାଇରସ ମହାମାରୀ ସତ୍ତ୍ୱେ ଖେଳାଳିମାନଙ୍କ ମଧ୍ୟରେ ସକାରାତ୍ମକ ମନୋଭାବ ରହିଛି। ସେମାନେ ଶୀଘ୍ର ଟ୍ରାକ୍‌କୁ ଫେରିବା ଲାଗି ଚାହୁଁଛନ୍ତି। ଜଣେ ଖେଳାଳି ନିଜ ଘରେ ଟ୍ରେନିଂ ନେଉଥିବାବେଳେ ଆଉଟପୁଟ୍‌ ୪୦ରୁ ୫୦ ପ୍ରତିଶତ ପାଖାପାଖି ରହୁଛି। ଫିଲ୍ଡକୁ ଆସିଲେ ଶତପ୍ରତିଶତ ଫିଟ୍‌ ହେବା ଲାଗି ଜଣେ ଖେଳାଳିକୁ ୨ରୁ ୩ ମାସ ସମୟ ଲାଗିବ। ଏହି ଅବସରରେ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ପର୍ଯ୍ୟଟନ ବିଭାଗ ସଚିବ ତଥା କମିଶନର ବିଶାଲ କୁମାର ଦେବ କହିଥିଲେ କୋଭିଡ୍‌-୧୯ ସମଗ୍ର ବିଶ୍ୱରେ ଭୟର ବାତାବରଣ ସୃଷ୍ଟି କରିଛି। ଭାରତରେ ଖୁବ୍‌ ଶୀଘ୍ର ଖେଳକୁ ଫେରାଇ ଆଣିବାକୁ ହେଲେ ସରକାର ଓ କର୍ପୋରେଟ୍‌ ଭାଗୀଦାରିରେ ସମାଧାନର ପନ୍ଥା ବାହାର କରିବା ଉଚିତ୍‌। ଏସ୍‌ଏଓପି ଓ ଗାଇଡ୍‌ ଲାଇନ୍‌ ଜାରିକରିବା ସହଜ କିନ୍ତୁ ସେଗୁଡ଼ିକ ଅନୁପାଳନ କରିବା କଷ୍ଟକର ବୋଲି ସେ କହିଥିଲେ। ଏଫ୍‌ଆଇସିସିଆଇ ସ୍ପୋଟର୍‌ସ କମିଟି ଆଣ୍ଡ୍‌ ସ୍ପୋଟର୍‌ସ ପ୍ରଡକ୍ଟ ହେଡ୍‌ ତଥା ଷ୍ଟାର ଇଣ୍ଡିଆ ଚେୟାରମ୍ୟାନ ସଂଯୋଗ ଗୁପ୍ତା କହିଛନ୍ତି, କ୍ରୀଡ଼ା ସହିତ ଖେଳପ୍ରେମୀ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ମହାମାରୀ ଯୋଗୁ ଦର୍ଶକ ଏବଂ ପ୍ରଶଂସକ ମଧ୍ୟରେ ରହିଥିବା ପାଚେରି ହଟିଯାଇଛି। ଖେଳପ୍ରତି ଲୋକମାନଙ୍କ ଆଗ୍ରହ ଏବେ ଅଧିକ ପରିଲକ୍ଷିତ ହେବ। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଆଇସିସି କ୍ରିକେଟ କମିଟିର ଚେୟାରମ୍ୟାନ ଅନିଲ କୁମ୍ବଲେ କହିଛନ୍ତି, କ୍ରିକେଟ ଆରମ୍ଭ କରିବାକୁ ହେଲେ ଖେଳର ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ଟେଷ୍ଟ ମ୍ୟାଚ ପାଇଁ ଶରୀରକୁ ଅଧିକ ଫିଟ୍‌ ରଖିବାକୁ ହେବ। ଏଥିପାଇଁ ଅଧିକ ସମୟ ଦରକାର। ଓ୍ବେବିନାରରେ ଅନ୍ୟମାନଙ୍କ ମଧ୍ୟରେ ଏଫ୍‌ଆଇସିସିଆଇ ସେକ୍ର୍ରେଟାରୀ ଜେନେରାଲ ଦିଲୀପ ଚେନୟ, ବୁଣ୍ଡେସ୍‌ଲିଗା ଗ୍ଲୋବାଲ ମାର୍କେଟିଂ ମୁଖ୍ୟ ପିଆ ନାଉବର୍ଟ, ନାଇଟ ରାଇଡର୍ସ ସ୍ପୋଟର୍‌ସ ସିଇଓ ଭେଭ୍କି ମହୀଶୂର, ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସ ସିଇଓ ମୁସ୍ତାଫା ଘାଉସ୍‌, କ୍ରୀଡ଼ା ବିଶେଷଜ୍ଞ ତଥା ଉପସ୍ଥାପକ ନିଖିଲ୍‌ ନାଜ୍‌ ପ୍ରମୁଖ ଏଥିରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭଲ ଥିଲା ମୁଁ ଛକା ମାରି ନ ଥିଲି: କାହିଁକି ଏମିତି କହିଲେ କୋହଲି

ବେଙ୍ଗାଲୁରୁ,୨୯।୪: ଆଇପିଏଲ ୨୦୨୪ର ୪୫ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଗୁଜରାଟ ଟାଇଟାନ୍ସକୁ ୯ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ଆରସିବି ପାଇଁ ମଧ୍ୟ...

ଅରେଞ୍ଜ-ପର୍ପଲ କ୍ୟାପ୍‌ ରେସ୍‌ ହେଉଛି ଆକର୍ଷଣୀୟ: କାହା ପାଖରେ ଏବେ କ୍ୟାପ୍‌ ଜାଣନ୍ତୁ

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ପରେ ଅରେଞ୍ଜ କ୍ୟାପ୍‌ ରେସ୍‌ ମଧ୍ୟ ଆକର୍ଷଣୀୟ ହୋଇପଡିଛି। ୪୬ତମ ମ୍ୟାଚରେ ଋତୁରାଜ ଗାଇକ୍ୱାଡ ୯୮ ରନର ଇନିଂସ...

ଚେନ୍ନାଇ ସୁପର କିଙ୍ଗ୍ସର ବିଜୟ ପରେ ପଏଣ୍ଟ ଟେବୁଲ୍‌ରେ ବଡ଼ ପରିବର୍ତ୍ତନ: ଜାଣନ୍ତୁ କିଏ କେଉଁ ସ୍ଥାନରେ ଅଛନ୍ତି

ଚେନ୍ନାଇ,୨୯।୪: ଆଇପିଏଲ ୨୦୨୪ର ୪୬ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିଲା। ଚେନ୍ନାଇର ଘରୋଇ ଗ୍ରାଉଣ୍ଡ ଏମ ଚିଦାମ୍ବରମ ଷ୍ଟାଡିୟମରେ...

ଧୋନୀଙ୍କ ଚୌକା ଦେଖି ଏମିତି ପ୍ରତିକ୍ରିୟା ଦେଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଏମଏସ ଧୋନୀ ବ୍ୟାଟିଂ କରିବାକୁ ବାହାରିଥିଲେ। ଧୋନୀ ପ୍ରଥମ ବଲରେ ଚୌକା ମାରିଥିଲେ। ମାହିଙ୍କ...

‘ୟୁନିଭର୍ସ ବସ’ଙ୍କ ୧୧ ବର୍ଷର ରେକର୍ଡ ଭାଙ୍ଗିଲେ ୱିଲ ଜ୍ୟାକ୍ସ

ବେଙ୍ଗାଲୁରୁ,୨୯।୪:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟ୍ସମ୍ୟାନ ୱିଲ ଜ୍ୟାକ୍ସ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ୪୧ ବଲରେ ୧୦୦ ରନ ସ୍କୋର କରିଥିଲେ। ଏହି ବ୍ୟାଟ୍ସମ୍ୟାନ ତାଙ୍କ ଇନିଂସରେ...

ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ନ୍ୟୁଜିଲାଣ୍ଡ: ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ଅକଲାଣ୍ଡ,୨୯।୪: ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପ ୨୦୨୪ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି। ଟୁର୍ଣ୍ଣାମେଣ୍ଟ ପାଇଁ କେନ ୱିଲିୟମ୍ସନଙ୍କୁ ଅଧିନାୟକ କରାଯାଇଛି। ନିକଟରେ ନ୍ୟୁଜିଲାଣ୍ଡ...

ଇତିହାସ ରଚିଲେ ଧୋନୀ: ପ୍ରଥମ ଖେଳାଳି ଭାବେ କଲେ ଏମିତି କାରନାମା

ନୂଆଦିଲ୍ଲୀ,୨୯।୪: ଆଇପିଏଲ ୨୦୨୪ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଏମଏସ ଧୋନୀ ବ୍ୟାଟିଂ କରିବାକୁ ବାହାରିଥିଲେ। ଧୋନୀ ଅପରାଜିତ...

ଗୁଜରାଟକୁ ଶକ୍ତ ଧକ୍କା: ଆର୍‌ସିବିର ଦମ୍‌ଦାର ବିଜୟ

ଅହମଦାବାଦ, ୨୮।୪:ଓ୍ବିଲ ଜ୍ୟାକ୍ସଙ୍କ ବିସ୍ଫୋରକ ଶତକ ଏବଂ ବିରାଟ କୋହଲିଙ୍କ ଦ୍ରୁତ ଅର୍ଦ୍ଧଶତକ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ରବିବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri