Posted inପୁରୀ

ସ୍ନାନଯାତ୍ରା ଦର୍ଶନ ପାଇଁ ଜଗଦ୍‌ଗୁରୁଙ୍କୁ ନିମନ୍ତ୍ରଣ

ପୁରୀ ଅଫିସ,୧ା୬:ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଧାର୍ମିକ ପୀଠକୁ ଭକ୍ତମାନେ ଯାଇପାରିବେ ନାହିଁ। କୌଣସି ଧାର୍ମିକ ସମାବେଶ ହୋଇପାରିବ ନାହିଁ। ରାଜ୍ୟ ସରକାରଙ୍କ ଏଭଳି ନୂଆ ଗାଇଡ୍‌ଲାଇନ ପରେ ୩ ତାରିଖରେ ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ଚମ୍ପକ ଦ୍ୱାଦଶୀ ନୀତିକୁ ନେଇ ଚିନ୍ତା ବଢିଛି। ଚମ୍ପକ ଦ୍ୱାଦଶୀ ନୀତିରେ ଠାକୁର ବାହାରକୁ ବିଜେ କରିଥାନ୍ତି। ହେଲେ ଏଥର କିପରି ଏହା କରାଯିବ ସେ ନେଇ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଲୋଡ଼ିିଛି ଶ୍ରୀମନ୍ଦିର ପ୍ରଶାସନ। ସୋମବାର ସନ୍ଧ୍ୟାରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର, ଜିଲାପାଳ ବଲୱନ୍ତ ସିଂ, ଏସ୍‌ପି ଉମାଶଙ୍କର ଦାଶଙ୍କ ସମେତ ପରିଚାଳନା କମିଟି ସଦସ୍ୟମାନେ ଗୋବର୍ଦ୍ଧନ ମଠକୁ ଯାଇ ଗୁରୁଜୀଙ୍କ ମାର୍ଗଦର୍ଶନ ଲୋଡ଼ିିଛନ୍ତି। ସ୍ନାନଯାତ୍ରା ସଂକ୍ରାନ୍ତରେ ମଧ୍ୟ ଆଲୋଚନା କରିଛନ୍ତି। ଚମ୍ପକ ଦ୍ୱାଦଶୀକୁ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନାହିଁ। ଚନ୍ଦନଯାତ୍ରା ଭଳି ଏହା ଶ୍ରୀମନ୍ଦିର ଭିତରେ ହୋଇପାରେ ବୋଲି ଶୁଣିବାକୁ ମିଳୁଛି।
ଚମ୍ପକ ଦ୍ୱାଦଶୀ ନୀତିରେ ବରକନ୍ୟା ମଦନମୋହନ ଓ ଶ୍ରୀଦେବୀ (ରୁକ୍ମିଣୀ) ବିମାନରେ ଶ୍ରୀନଅରକୁ ବିଜେ କରନ୍ତି। ସେଠାରେ ନୀତି ସମ୍ପନ୍ନ ହେବା ପରେ ଯମେଶ୍ୱରଙ୍କ ମନ୍ଦିରକୁ ଯାଆନ୍ତି। ପଞ୍ଚୁଗ୍ରାସୀ ନୀତି ସରିବା ପରେ ବରକନ୍ୟା ଶ୍ରୀମନ୍ଦିରକୁ ବାହୁଡ଼ା ବିଜେ କରନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ନୂତନ ଗାଇଡଲାଇନ ତଥା କଟକଣା ଜାରି ଯୋଗୁ ଏହି ନୀତି ହେବା ନେଇ ଆଶଙ୍କା ଦେଖାଦେଇଛି। ଶଙ୍କରାଚାର୍ଯ୍ୟ ସବୁ ଶୁଣିବା ପରେ ଠାକୁରଙ୍କ ବିଧି ପରମ୍ପରା ରକ୍ଷା ସହ ବିକଳ୍ପ ବ୍ୟବସ୍ଥା କରାଯିବା ଉଚିତ ବୋଲି ପରାମର୍ଶ ଦେଇଛନ୍ତି। ତେବେ ବିକଳ୍ପର ରୂପରେଖ ଖୁବ୍‌ଶୀଘ୍ର ସ୍ପଷ୍ଟ ହେବ। ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ କହିଛନ୍ତି, ସ୍ନାନପୂର୍ଣ୍ଣିମାକୁ ନେଇ ପରିଚାଳନା କମିଟିରେ ଯାହାସବୁ ନିଷ୍ପତ୍ତି ହୋଇଥିଲା ସେ ବିଷୟରେ ଶଙ୍କରାଚାର୍ଯ୍ୟଙ୍କୁ ଅବଗତ କରାଇଛୁ। ମହାପ୍ରଭୁଙ୍କ ଦର୍ଶନ ପାଇଁ ଗୁରୁଜୀଙ୍କୁ ମଧ୍ୟ ନିମନ୍ତ୍ରଣ କରିଛୁ। ଏତଦ୍‌ବ୍ୟତୀତ ଚମ୍ପକ ଦ୍ୱାଦଶୀ ନୀତି ପାଇଁ ଗୁରୁଜୀଙ୍କ ମାର୍ଗଦର୍ଶନ ଲୋଡିଛୁ। ଚମ୍ପକ ଦ୍ୱାଦଶୀ ନୀତି ସହ ଯେଉଁ ପ୍ରମୁଖ ସେବାୟତ ନିଯୋଗ ସମ୍ପୃକ୍ତ ଅଛନ୍ତି ସେମାନଙ୍କ ସହ ଆଲୋଚନା କରାଯାଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

ଚିଲିକାରେ ଅଘଟଣ: ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କ ଜୀବନ ଗଲା…

କୃଷ୍ଣପ୍ରସାଦ,୧।୧ (କୈଳାଶ ଚନ୍ଦ୍ର ପଟ୍ଟନାୟକ ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ସାତପଡା ଚିଲିକାରେ ନୂଆ ବର୍ଷରେ ଏକ ଅଘଟଣ ଘଟିଛି। ସାତପଡା ଠାରୁ ଜହ୍ନିକୁଦା...

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ନୂଆବର୍ଷରେ ତିନି ଘଣ୍ଟା ଶୋଇବେ ମହାପ୍ରଭୁ, ଏତିକି ବେଳେ ଫିଟିବ ଦ୍ୱାର

ପୁରୀ,୨୯।୧୨: ଇଂରାଜୀ ନବବର୍ଷ-୨୦୨୬ରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ନିଷ୍ପତି ନେଇଛି। ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri