୧୨ପରିବାରଙ୍କ ଘର ଉଜାଡ଼ିଲା ଅଦିନିଆ ଝଡ଼ବର୍ଷା

ଦଶମନ୍ତପୁର,୨୫ା୫ (ଡି.ଏନ୍‌.ଏ.)-କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚ଼ଣାବାଡ଼ ପଞ୍ଚାୟତର ଏସ୍‌.ଡଣ୍ଡାବାଡ଼ ଗ୍ରାମରେ ରବିବାର ଅପରାହ୍ନରେ ଅଦିନିଆ ଝଡ଼ବର୍ଷା ହୋଇଛି। ଫଳରେ ଗ୍ରାମର ୧୨ ଜଣଙ୍କ ଘର ଭାଙ୍ଗଛି। ସେମାନଙ୍କ ମଧ୍ୟରୁ ଶୋଭା ସାଉନ୍ତାଙ୍କ ୬ଟି ଆଜବେଷ୍ଟ ଭାଙ୍ଗିରୁଜିଯିବା ସହ ୩୦ ବସ୍ତା ଧାନ, ୩ ବସ୍ତା ମାଣ୍ଡିଆ, ୫୦ କେଜି ଚ଼ାଉଳ ଓଦା ହୋଇ ନଷ୍ଟ ହୋଇଛି। ଦର୍ଶନ ସାଉନ୍ତାଙ୍କ ୧୦ଟି ଆଜବେଷ୍ଟସ ପବନ ଉଡ଼ାଇ ନେଇଛି। ୬୦ ବସ୍ତା ଧାନ, ୩ ବସ୍ତା ଚ଼ାଉଳ ଓ ୪ କୁଇଣ୍ଟାଲ ମାଣ୍ଡିଆ, ସୁବାସ ସାଉନ୍ତାଙ୍କ ୬ଟି ଆଜବେଷ୍ଟସ ଭାଙ୍ଗିଥିବା ବେଳେ ୮ ବସ୍ତା ଧାନ, ୨ ବସ୍ତା ମାଣ୍ଡିଆ, ୫୦ କେଜି ସୁଆଁ, ୬୦ ହଜାର ଟଙ୍କାର ଦୋକାନ ସାମଗ୍ରୀ ନଷ୍ଟ ହୋଇଯାଇଛି। ଆନନ୍ଦ ସାଉନ୍ତାଙ୍କ ମାଣ୍ଡିଆ ୨୦ କେଜି, ୪୦ ବସ୍ତା ଧାନ, ଘରର ବାସନ କୁସନ ସାମଗ୍ରୀ, ଦୁକୁ ଜାନିଙ୍କ ୨ଟି ଆଜବେଷ୍ଟସ, ୪ ବସ୍ତା ମାଣ୍ଡିଆ, ସୁନ୍ଦର କୁଲିସିକାଙ୍କ ୭ଟି ଆଜବେଷ୍ଟସ ସହ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି। ସେହିପରି ଈଶ୍ୱର ମିଣିଆକାଙ୍କ ଘର କ୍ଷତି ହୋଇଛି। ଲିମ ମିଣିଆକାଙ୍କ ୩ଟି ଆଜବେଷ୍ଟସ, ୬ ବସ୍ତା ଧାନ, ୪ ବସ୍ତା ମାଣ୍ଡିଆ, ମାତି ଜାନିଙ୍କ ୨ଟି ଆଜବେଷ୍ଟସ ଏବଂ ୨୦ ବସ୍ତା ଧାନ ନଷ୍ଟ ହୋଇଛି। ପାତ୍ର ସାଉନ୍ତାଙ୍କ ୧୦ ବସ୍ତା ଧାନ, ୩ ବସ୍ତା ମାଣ୍ଡିଆ ଏବଂ ୨ଟି ଆଜବେଷ୍ଟସ ଏବଂ ସାହେବ ଜାନିଙ୍କ ୪ଟି ଆଜବେଷ୍ଟସ ନଷ୍ଟହେବା ସହ ନିଜ ବାଡ଼ିରେ ଲାଗିଥିବା କଦଳୀ ଓ ଆମ୍ବ ଗଛ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଏଥିସହ ଗ୍ରାମର ଅନ୍ୟ ପରିବାର ମଧ୍ୟ ଅଳ୍ପ ବହୁତେ କ୍ଷତିଗ୍ରସ୍ତ ହୋଇଛନ୍ତି। ବର୍ଷାପବନ ଯୋଗୁ ଗ୍ରାମରେ ସୋମବାର ଅପରାହ୍ନ ସୁଦ୍ଧା ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ। କ୍ଷତିଗ୍ରସ୍ତ ପରିବାରକୁ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି। ଏ ସମ୍ପର୍କରେ ତହସିଲଦାର ଅଜୟ ପ୍ରକାଶ ତିର୍କୀଙ୍କୁ ପଚାରିବାରୁ ସେ କହିଲେ ଯେ, ମୁଁ ଆର୍‌ଆଇଙ୍କୁ କ୍ଷୟକ୍ଷତି ଆକଳନ ପାଇଁ ପଠାଇ ସହାୟତା ବ୍ୟବସ୍ଥା କରିବି।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ବଡ଼ଧରଣର ଭିଜିଲାନ୍ସ ରେଡ୍: ଏକକାଳୀନ ଫରେଷ୍ଟରଙ୍କ ୫ଟି ଠିକଣାରେ ଚଢ଼ାଉ

କୋରାପୁଟ,୨୬।୧୨(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଶୁକ୍ରବାର କୋରାପୁଟ ଫରେଷ୍ଟ ଡିଭିଜନ୍‌ର ଫରେଷ୍ଟର ନିରଞ୍ଜନ...

ଚଳନ୍ତା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର

ପଟ୍ଟାଙ୍ଗି, ୨୩।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ପଡାଲଗୁଡା ଛକ ଉପରେ ଚଳନ୍ତା ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ...

‘ପରବ’ର ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପ ଘୋଷଣା କରି…

କୋରାପୁଟ,୨୧ା୧୨(ଅମିତାଭ ବେହେରା): ଜାତୀୟସ୍ତରୀୟ ଆଦିବାସୀ ଲୋକ ମହୋତ୍ସବ ‘ପରବ’ ରବିବାର ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥିଭାବେ...

ଓଲଟିଲା ଗୋରୁ ବୋଝେଇ କ୍ୟାଣ୍ଟର: ୫୦ରୁ ଉର୍ଦ୍ଧ୍ୱ ଗୋରୁ ମୃତ

କୋଟପାଡ଼,୨୦।୧୨(କେ. ରାଜଶେଖର ରାଓ): କୋରାପୁଟ ଜ଼ିଲା କୋଟପାଡ଼ରେ ଘୁମର ପଞ୍ଚାୟତ ପୂର୍ତ୍ତ ବିବାଗ ଜୟପୁରକୁ ସଂଯୋଗ କରୁଥିବା ରାସ୍ତା ଉପରେ ଏକ ଗୋରୁ ବୋଝେଇ କ୍ୟାଣ୍ଟର...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଆର୍‌ଟିଓ ଅଫିସ ନିକଟରେ ବ୍ରେକ୍‌ ଫେଲ୍‌ ହେଲା ମିନି ଟ୍ରକ୍‌, ୨ କାର୍‌ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ନଷ୍ଟ

କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଘଟିଛି ସିରିଜ୍‌ ଦୁର୍ଘଟଣା। ୨ କାର୍‌ ସହ ୧୦...

୨୮ ତମ ପରବ ମୁଖ୍ୟ ସମାରୋହ ଉଦଘାଟିତ, ମନ ମୋହିଲା…

କୋରାପୁଟ,୧୮/୧୨(ଅମିତାଭ ବେହେରା ): ଜାତୀୟସ୍ତରୀୟ ଲୋକ ମହୋତ୍ସବ ପରବ-୨୦୨୫ର ମୁଖ୍ୟ ସମାରୋହ ସ୍ଥାୟୀ ପରବ ପଡ଼ିଆରେ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି । ନଗର ଉନ୍ନୟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri