Posted inଖେଳ

କ୍ରୀଡ଼ା ଜଗତରେ ଶୋକର ଛାୟା

ନୂଆଦିଲ୍ଲୀ,୨୫।୫: ବଲବୀର ସିଂଙ୍କ ପରଲୋକରେ ସାରା କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି। ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲିଙ୍କ ଠାରୁ ଆରମ୍ଭ କରି ମହିଳା ସ୍ପ୍ରିଣ୍ଟର ଦୂତୀ ଚାନ୍ଦ, ରେସଲର ବଜରଙ୍ଗ ପୁନିଆ, ତାରକା ବକ୍ସା ବଜେନ୍ଦର ସିଂ, ପୂର୍ବତନ କ୍ରିକେଟର ଅନିଲ କୁମ୍ବଲେ, ଶୁଟିଂ ଲିଜେଣ୍ଡ ଅଭିନବ ବିନ୍ଦ୍ରା ପ୍ରମୁଖ କ୍ରୀଡ଼ାବିତ୍‌ମାନେ ଶୋକ ଜାହିର କରିଛନ୍ତି। ହକି ଇଣ୍ଡିଆ ତରଫରୁ ମଧ୍ୟ ଶୋକବାର୍ତ୍ତା ପ୍ରଦାନ କରାଯାଇଛି। ସେହିପରି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କରେଣ ରିଜିଜୁ, ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ନରିନ୍ଦର ବାତ୍ରା ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି।
କ୍ରୀଡ଼ାମନ୍ତ୍ରୀ ରିଜିଜୁ ମଧ୍ୟ ତାଙ୍କ ଦେହାନ୍ତରେ ବହୁତ ଦୁଃଖିତ ବୋଲି କହିଛନ୍ତି। ହୃଦୟରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି ଓ ତାଙ୍କ ଆତ୍ମାର ସଦ୍‌ଗତି ହେଉ ବୋଲି ରିଜିଜୁ କହିଛନ୍ତି। ବଲ୍‌ବୀର ସିଂଙ୍କ ଦେହାନ୍ତରେ ବେଶ୍‌ ଦୁଃଖିତ ବୋଲି କୋହଲି କହିଛନ୍ତି। ତାଙ୍କ ଆତ୍ମାର ସଦ୍‌ଗତି ହେଉ। ତାଙ୍କ ପରିବାର ଓ ଶୁଭଚିନ୍ତକଙ୍କୁ ସମବେଦନା ଜଣାଉଛି ବୋଲି କୋହଲି ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ବଲବୀର ଜଣେ କିମ୍ବଦନ୍ତୀ ହକି ଖେଳାଳି ଥିଲେ ବୋଲି ହକି ଇଣ୍ଡିଆ ଟୁଇଟ୍‌ କରି ଜଣାଇଛି। ଏଥିସହିତ ୧୯୮୪ ଅଲିମ୍ପିକ୍ସ ଖେଳିବା ନେଇ ବଲବୀରଙ୍କ ଏକ ବାର୍ତ୍ତାକୁ ମଧ୍ୟ ହକି ଇଣ୍ଡିଆ ଟୁଇଟ୍‌ କରିଛି। ଦେଶର ଦ୍ରୁତତମ ଧାବିକା ତଥା ମହିଳା ତାରକା ସ୍ପ୍ରିଣ୍ଟର ଦୂତୀ ‘ଏକ ଯୁଗର ଅନ୍ତ ଘଟିଲା’ ବୋଲି ଟୁଇଟ୍‌ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ଜଣେ କିମ୍ବଦନ୍ତୀ ଖେଳାଳି ଥିଲେ ଓ ଏହି ଦୁଃଖ ସମୟରେ ତାଙ୍କ ପରିବାରକୁ ସମବେଦନା ଜଣାଉଛି ବୋଲି ସେ ଉଲ୍ଲେଖ କରିଛନ୍ତି। ସେହିପରି ବଲବୀର ସବୁଦିନେ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଅଲିମ୍ପିକ ପଦକ ବିଜେତା ବକ୍ସର ବିଜେନ୍ଦର ସିଂ ଟୁଇଟ୍‌ କରି ଜଣାଇଛନ୍ତି। ଆତ୍ମାର ସଦ୍‌ଗତି ହେଉ ଓ ତାଙ୍କ ପରିବାରକୁ ସମବେଦନା ଜଣାଉଛି ବୋଲି ସେ ଟୁଇଟ କରି ଉଲ୍ଲେଖ କରିଛନ୍ତି। ତାଙ୍କ ପରିବାରକୁ ସମବେଦନା ଜଣାଉଛି ବୋଲି କୁମ୍ବଲେ ଟୁଇଟ୍‌ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ବହୁତ ଦୁଃଖ ଦେଇଛି। ତାଙ୍କ ଆତ୍ମାର ସଦ୍‌ଗତି ହେଉ ବୋଲି ବଜରଙ୍ଗ ପୁନିଆ ଟୁଇଟ୍‌ କରି ଉଲ୍ଲେଖ କରିଛନ୍ତି। ଭାରତର ଏକମାତ୍ର ବ୍ୟକ୍ତିଗତ ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ବଲବୀର ଜଣେ ବିରଳ ରୋଲ ମଡେଲ। ସେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ। ତାଙ୍କ ଦେହାନ୍ତ ଖବର ମୋ ପାଇଁ ବହୁତ ଦୁଃଖ ଆଣିଦେଇଛି ବୋଲି ବିନ୍ଦ୍ରା ଟୁଇଟ୍‌ କରିଛନ୍ତି। ସେ ଜଣେ ମହାନ୍‌ ଖେଳାଳି ଥିଲେ ଓ ବିଶ୍ୱର ବିଭିନ୍ନ ଦେଶର ଲୋକ ତାଙ୍କୁ ଭଲ ପାଉଥିଲେ। କ୍ରୀଡ଼ାଜଗତରେ ସେ ବଳିଷ୍ଠ ପରମ୍ପରା ଛାଡିଯାଇଛନ୍ତି ବୋଲି ନରିନ୍ଦର ବାତ୍ରା କହିଛନ୍ତି। ପୂର୍ବତନ ହକି ଅଧିନାୟକ ବୀରେନ ରାସକ୍ୱନା ଓ ସର୍ଦ୍ଦାର ସିଂ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେହିପରି ତାରକା ହକି ଗୋଲ କିପର ପି.ଆର. ଶ୍ରୀଜେସ ଓ ଭାରତୀୟ ହକି ଅଧିନାୟିକା ରାନୀ ରାମପାଲ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସ୍ପ୍ରିଣ୍ଟ ଲିଜେଣ୍ଡ ପି.ଟି. ଉଷା ମଧ୍ୟ ଶୋକ ଜାହିର କରିଛନ୍ତି। ଶୁଟର ହୀନା ସିଦ୍ଧୁ ସିପିଆଇ ନେତା ସୀତାରାମ ୟେଚୁରୀ ମଧ୍ୟ ଶୋକ ଜାହିର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri