Posted inଖେଳ

ଡୋପ୍‌ ଟେଷ୍ଟରେ ଧରାପଡ଼ିଲେ ସାଇକ୍ଳିଷ୍ଟ କୋବୋ

ଲାଉସାନେ, ୧୪ା୬ (ଏଏଫ୍‌ପି)-ଡୋପିଙ୍ଗ ନିରୋଧୀ ନିୟମ ଉଲ୍ଲଂଘନ କରିଥିବା ଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ସ୍ପେନ୍‌ର ସାଇକ୍ଲିଷ୍ଟ ଜୁଆନ କୋବୋ। ଫଳରେ ତାଙ୍କଠାରୁ ୨୦୧୧ ଭୁଏଲ୍‌ଟା ଟାଇଟଲ ପ୍ରତ୍ୟାହାର କରି ନିଆଯାଇପାରେ ବୋଲି ଇଣ୍ଟରନ୍ୟାଶନାଲ ସାଇକ୍ଲିଂ ୟୁନିୟନ (ୟୁସିଆଇ) ଗୁରୁବାର ପ୍ରକାଶ କରିଛି। ଯଦି ନିଷ୍ପତ୍ତି ନିଆଯାଏ ତେବେ ରେସ୍‌ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଖ୍ରିସ୍‌ ଫ୍ରୁମ୍‌ଙ୍କୁ ଚାମ୍ପିୟନ ବୋଲି ଘୋଷଣା କରାଯିବ। କୋବୋ କିନ୍ତୁ ଏବେ ଅବସରପ୍ରାପ୍ତ। ୨୦୦୯-୨୦୧୧ ମଧ୍ୟରେ ତାଙ୍କ ବ୍ଲଡ୍‌ ବାୟୋପାସ୍‌ପୋର୍ଟରେ ନିଷିଦ୍ଧ ଦ୍ରବ୍ୟ ଆନୋମାଲିଜ ଠାବ କରାଯାଇଛି। ଫ୍ରୁମ୍‌ ବର୍ତ୍ତମାନ ଫ୍ରାନ୍ସର ସେଣ୍ଟ୍‌-ଏଟିନିସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ଗୁରୁବାର କ୍ରାଇଟେରିଅମ୍‌ ଡୁ ଡଫିନେ ଚତୁର୍ଥ ଷ୍ଟେଜ୍‌ ପାଇଁ ଅଭ୍ୟାସ କରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ଭାବେ ଆହତ ହୋଇଛନ୍ତି। କୋବୋଙ୍କୁ ବର୍ତ୍ତମାନ ୩୮ବର୍ଷ। ସାଉନିର-ଡୁଭାଲ ଟିମ୍‌ରେ ଡେଭିଡ ଡି ଲା ଫୁଏଣ୍ଟେଙ୍କ ସହ ସେ ତାଙ୍କ ପ୍ରଫେଶନାଲ ପଦାର୍ପଣ କରିଥିଲେ। ୨୦୦୫ରେ ସେ ତାଙ୍କ ପ୍ରଥମ ଗ୍ରାଣ୍ଡ୍‌ ଟୁର୍‌ ଦି ଗିରୋରେ ଅଂଶଗ୍ରହଣ କରିଥିଲେ। ୨୦୧୧ରେ ସେ ତାଙ୍କର ସବୁଠାରୁ ବଡ଼ ସଫଳତା ଜିଓସ୍କ-ଟିଏମ୍‌ସି ଟିମ୍‌ ସହିତ ହାସଲ କରିଥିଲେ। ଭୁଏଲ୍‌ଟାରେ ସେ ବିଜୟ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ

ମେଲବୋର୍ନ,୧ା୧: ଶ୍ରୀଲଙ୍କା ଏବଂ ଭାରତରେ ହେବାକୁଥିବା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଚୟନକର୍ତ୍ତା ଏକ ୧୫ଜଣିଆ ଦଳ ଘୋଷଣା କରିଛନ୍ତି। ଦଳରେ ସ୍ପିନରଙ୍କୁ ପ୍ରାଧାନ୍ୟ...

ଅବସର ନେବେ ଉସମାନ ଖ୍ବାଜା? ପଞ୍ଚମ ଟେଷ୍ଟ ପୂର୍ବରୁ କରିବେ ପ୍ରେସ କନଫରେନ୍ସ

ସିଡ଼ନୀ,୧।୧: ତାଙ୍କ ଟେଷ୍ଟ ଭବିଷ୍ୟତକୁ ନେଇ କଳ୍ପନାଜଳ୍ପନା ମଧ୍ୟରେ, ଅଷ୍ଟ୍ରେଲିୟ ଓପନର ଉସମାନ ଖ୍ବାଜା ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପଞ୍ଚମ ଆଶେସ ଟେଷ୍ଟ ପୂର୍ବରୁ ଏକ...

ଏହିଦିନ ଫେରିବେ Shubman Gill, T-20 ବିଶ୍ୱକପରୁ ବାହାର ହେବା ପରେ ଏହି ଦଳ ବିପକ୍ଷରେ ଖେଳିବେ…

ନୂଆଦିଲ୍ଲୀ,୧।୧: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ନିକଟରେ ଘୋଷଣା କରାଯାଇଥିଲା। ଖରାପ ଫର୍ମ ଏବଂ ଆଘାତ ସହିତ ସଂଘର୍ଷ କରୁଥିବା ଶୁବମନ ଗିଲଙ୍କୁ...

ନୂଆବର୍ଷରେ ଭାଇରାଲ ହେଲା ସ୍ମୃତି ମନ୍ଧାନାଙ୍କ ପୋଷ୍ଟ, ଗୋଟିଏ ଧାଡିରେ ଲେଖିଦେଲେ ମନର କଥା

ନୂଆଦିଲ୍ଲୀ,୧।୧: ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପାଇଁ ୨୦୨୫ ବର୍ଷ ଏକ ରୋଲରକୋଷ୍ଟର ଯାତ୍ରାଠାରୁ କମ ନଥିଲା। କ୍ରିକେଟ କ୍ଷେତ୍ରରେ ମନ୍ଧାନା...

ଟି-୨୦ ବିଶ୍ୱକପ ପାଇଁ ଶକ୍ତିଶାଳୀ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ଟିମରେ ଧୁରନ୍ଧର ଖେଳାଳିଙ୍କ ଏଣ୍ଟ୍ରି

ନୂଆଦିଲ୍ଲୀ,୧।୧: ଅଷ୍ଟ୍ରେଲିଆ ୨୦୨୬ର ଆଇସିସି ପୁରୁଷ ଟି୨୦ ବିଶ୍ୱକପ ପାଇଁ ମିଚେଲ ମାର୍ଶଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି। ସ୍ପିନର ମାଥ୍ୟୁ କୁହନେମାନ,...

୨୦୨୬ରେ ଅବସର ନେବେ ଏହି ୫ କ୍ରିକେଟର ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ

ନୂଆଦିଲ୍ଲୀ,୧।୧: ସମଗ୍ର ବିଶ୍ୱ ଏକ ନୂତନ ବର୍ଷରେ ପ୍ରବେଶ କରିବାକୁ ଯାଉଛି। ୨୦୨ ମସିହାରେ କ୍ରିକେଟ ଜଗତରେ ପ୍ରମୁଖ ଟୁର୍ନାମେଣ୍ଟ ଦେଖିବାକୁ ମିଳିଥିଲା, ଯେପରିକି ଚାମ୍ପିଅନ୍ସ...

ହାତରେ ମଦ ବୋତଲ ଧରି ବୁଲୁଛନ୍ତି ତେନ୍ଦୁଲକରଙ୍କ ଝିଅ ସାରା, ଭିଡିଓ ଭାଇରାଲ୍

ଗୋଆ,୩୧ା୧୨: କ୍ରିକେଟ୍ ଦୁନିଆର ମହାନ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଏବେ ଚର୍ଚ୍ଚାରେ। ନିକଟରେ ସାରାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri