Posted inRasifala

ରାଶିଫଳ: ଶୁକ୍ରବାର, ଜୁନ ୧୪ ତାରିଖ – Daily Horoscope

ମେଷ
ଆଜି ରାହୁଙ୍କ ନକ୍ଷତ୍ରସ୍ଥ ଚନ୍ଦ୍ର ଯୋଗୁ ମାନସିକ ଓ ପାରିବାରିକ ସ୍ଥିତି ସମସ୍ୟା ବହୁଳ ହୋଇପାରେ। ତଥାପି ଦ୍ୱିଜା ନକ୍ଷତ୍ର ନିକଟସ୍ଥ ବନ୍ଧୁମାନଙ୍କ ସହଯୋଗ ଲାଭ କରି ବହୁ ଦିନରୁ ଅଟକି ରହିଥିବା କାର୍ଯ୍ୟଗୁଡ଼ିକ ତ୍ୱରାନ୍ବିତ କରିପାରିବେ। ପାରିବାରିକ ସ୍ତରରେ ଭାବପ୍ରବଣତା ପରିହାର କରନ୍ତୁ, ନଚେତ୍‌ ଅଯଥା ଦୁଶ୍ଚିନ୍ତାକୁ ଆମନ୍ତ୍ରଣ କରିବାକୁ ପଡ଼ିପାରେ।
ବୃଷ
ବୃଷ
ରବି ନିଜ ରାଶିରେ ନକ୍ଷତ୍ରଭିତ୍ତିରେ ରାହୁଙ୍କ ଦ୍ୱାରା ସମ୍ବନ୍ଧିତ ଯୋଗୁ ସ୍ବାସ୍ଥ୍ୟ, ପରିବାର ଓ ପଦସ୍ଥ ବ୍ୟକ୍ତିଙ୍କ ସହ ସମ୍ପର୍କରେ ସାମାନ୍ୟ ସମସ୍ୟା ଦେଖାଦେବ। ଆଲୋଚନା ପରିସରରେ ଆପଣଙ୍କ ଅପ୍ରିୟ ସତ୍ୟ ଆକସ୍ମିକ କଳହ ସୃଷ୍ଟିର କାରଣ ହୋଇପାରେ। ଅତୀତରୁ ରହିଆସିଥିବା ରୋଗପୀଡ଼ା, ଶତ୍ରୁତା ଓ ଧାର କରଜ ସକାଶେ ଚିନ୍ତାକୁ ବଢ଼ାଇବ।
ମିଥୁନ
ମିଥୁନ
ଧନାଧିପତିଙ୍କ କୋଣଭାବମଣ୍ଡନ ଅର୍ଥଲାଭ, ସୁସ୍ଥ ମାନସିକତା,ବନ୍ଧୁ ସମ୍ପର୍କକୁ ଦୃଢ଼ୀଭୂତ କରିବ। ଆଜିର ଯାତ୍ରା ସମୟରେ ଅନ୍ୟମନସ୍କ କିମ୍ବା ଅସାବଧାନତା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ। କୌଣସି ଅଭାବ ନ ଥିଲେ ମଧ୍ୟ ପାରିବାରିକ କ୍ଷେତ୍ରରେ ବିଭିନ୍ନ ପ୍ରକାରର ସମସ୍ୟା ମନକୁ ବିଚଳିତ କରିପାରେ।
କର୍କଟ
କର୍କଟ
ବ୍ୟୟଭାବସ୍ଥ ମଙ୍ଗଳ ଆପଣଙ୍କ ଦୀର୍ଘଦିନର ସମ୍ପର୍କକୁ କ୍ଷୁଣ୍ଣ କରିବାର ଆଶଙ୍କା ରହିଛି। କିନ୍ତୁ ଏକାଦଶସ୍ଥ ଶୁକ୍ର ପ୍ରଭାବରୁ ଭୋଗବିଳାସ ସାଙ୍ଗକୁ ଷ୍ଟେସନାରୀ ଜିନିଷ, ନୂତନ ବସ୍ତ୍ର ଅଳଙ୍କାର କିମ୍ବା ଗାଡ଼ିମୋଟର ଆଦି କ୍ରୟ କରିବା ସକାଶେ ମନ ବଳାଇବେ। ଦୀର୍ଘ ସମୟ ଗୋଟିଏ ସ୍ଥାନରେ ଅଟକି ରହି ଓ କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‌ ରହି ନ ପାରେ।
ସି˚ହ
ସି˚ହ
ବୁଧ ଓ ବୃହସ୍ପତିଙ୍କ ଷଡ଼ାଷ୍ଟକ ସ୍ଥିତି ବନ୍ଧୁ ଓ ପାରିବାରିକ ସମ୍ପର୍କରେ ବ୍ୟାଘାତ ସୃଷ୍ଟି କରିବ। ଆକସ୍ମିକ ଭାବରେ କୌଣସି କାମ ସକାଶେ ଆପଣଙ୍କ ଖର୍ଚ୍ଚ ପରିମାଣ ବଢ଼ିଯିବା ସାଙ୍ଗକୁ ମନରେ ଆଶଙ୍କା ଲାଗି ରହିପାରେ। ଅବଶ୍ୟ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଲାଭବାନ ହେବେ।
କନ୍ୟା
ଚତୁର୍ଥାଧିପଙ୍କ ତୃତୀୟ ସ୍ଥିତି ପାରିବାରିକ ଜୀବନ ଓ ଲୋକ ସମ୍ପର୍କରେ ଶିଥିଳତା ଆଣିପାରେ। ସ୍ନାୟବିକ ଦୁର୍ବଳତା କାରଣରୁ ଆଣ୍ଠୁଠାରୁ ଗୋଡ଼ ତଳକୁ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବେ। ବହୁ ଦିନରୁ ଅଟକି ରହିଯାଇଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇପାରନ୍ତି। ପ୍ରଶାସନ ଓ ପ୍ରକାଶନ, ମାଲିମକଦ୍ଦମାରେ ଶୁଭଫଳ ପାଇବେ।
ତୁଳା
ତୁଳା
ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ଓ ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ କାର୍ଯ୍ୟସିଦ୍ଧି, ଯାତ୍ରା, ପ୍ରତିଯୋଗିତା, ପାରିବାରିକ ଜୀବନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଆଧ୍ୟାତ୍ମିକ ସଭା ସମିତିରେ ପ୍ରଶଂସିତ ହେବେ। ଆଶା କରିଥିବା ବନ୍ଧୁଙ୍କ ନିକଟରୁ ଧାର ସୂତ୍ରରେ ଅର୍ଥ ପାଇ କାମ ହାସଲ କରିବେ।
ବିଛା
ବିଛା
ରାହୁ ନକ୍ଷତ୍ରସ୍ଥ ଦ୍ୱାଦଶ ଚନ୍ଦ୍ର ଅପବ୍ୟୟ ସାଙ୍ଗକୁ ଦୂରଯାତ୍ରା ପାଇଁ ମାନସିକ ବ୍ୟଗ୍ରତା ସୃଷ୍ଟି କରିବ। ପ୍ରତ୍ୟେକ କ୍ଷେତ୍ରରେ ଦେଖି ଚାହିଁ ବୁଝି ବିଚାରି କାମ ନ କଲେ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି। ତଥାପି ବୈଷୟିକ ସୁଖ, ସମୃଦ୍ଧି, ଦ୍ରବ୍ୟଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ସାମୟିକ ମନ ପ୍ରଫୁଲ୍ଲ ରହିପାରେ।
ଧନୁ
ଧନୁ
ଭାଗ୍ୟାଧିପ ରାଶି ଓ ଚନ୍ଦ୍ରଙ୍କଠାରୁ ଷଷ୍ଠ ଓ ଅଷ୍ଟମସ୍ଥ ଯୋଗୁ କୌଣସି କାମ ସହଜ ଓ ସୁବିଧାରେ ସମ୍ପନ୍ନ ହେବନାହିଁ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବା ସାଙ୍ଗକୁ ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ପରିବାର ମଧ୍ୟରେ ନିଜର ମନୋଭାବକୁ ହଠାତ୍‌ ପ୍ରକାଶ କଲେ ବିବାଦ ଭିତରକୁ ଠେଲି ହୋଇ ଯାଇପାରନ୍ତି।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇଲେ ମଧ୍ୟ ସହଜ ଓ ସୁବିଧାଜନକ ସ୍ଥିତି ଖୋଜିଲେ ପାଇବେ ନାହିଁ। ବସା ବାନ୍ଧି ରହିଥିବା ଦେହର ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ହେତୁ ବ୍ୟସ୍ତ ରହିବେ। ନିର୍ମାଣାଧୀନ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ଅର୍ଥ ସମ୍ପର୍କରୁ ଖୁସି ରହିବେ ଏବଂ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ।
କୁମ୍ଭ
କୁମ୍ଭ
ଚନ୍ଦ୍ରଙ୍କ କୋଣଭାବରେ ରାହୁଙ୍କ ସହ ମଙ୍ଗଳ ଓ ବୁଧ ଦିନଚର୍ଯ୍ୟାରେ ମିଶ୍ରିତଫଳ ଅନୁଭବ କରାଇବେ। ବିବଦମାନ ପରିସ୍ଥିତିରୁ ମୁକ୍ତି ମିଳିବ, କିନ୍ତୁ ସନ୍ତୋଷ ପାଇବେ ନାହିଁ। ନିର୍ମାଣାଧୀନ କାର୍ଯ୍ୟ କିମ୍ବା ନୂଆ ଯୋଜନା ପରିକଳ୍ପନା ଉପରେ ଗୁରୁତ୍ୱ ଦେଇପାରନ୍ତି। ଘର କଥା ମନକୁ ବାରମ୍ବାର ଆଲୋଡ଼ିତ କରିବ।
ମୀନମୀନ
କର୍ମଭାବସ୍ଥ ଶନି ଓ କେତୁ କର୍ମକ୍ଷେତ୍ରରେ ଗୁପ୍ତ ଶତ୍ରୁତା ସୃଷ୍ଟି କରିବ। କେତେକ କ୍ଷେତ୍ରରେ ଆପଣ ମନକଥା କାହାକୁ କହିପାରୁ ନ ଥିବେ କିମ୍ବା ସମାଧାନର ରାସ୍ତା ଖୋଜି ପାଉ ନ ଥିବେ। ଏଭଳି ଏକ ପରିସ୍ଥିତିର ସମ୍ମୁଖୀନ ହୋଇ ଅଶାନ୍ତିରେ ରହିବେ। ଅବଶ୍ୟ ସଭା ସମିତିରେ ସଫଳତା ହାସଲ କରିବେ ଏବଂ ଅର୍ଥ ସଂକଟରୁ ରକ୍ଷା ପାଇଯିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ପୌଷ ଅମବାସ୍ୟାରେ ଖୋଲିବ ଏହି 3 ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

ନୂଆଦିଲ୍ଲୀ,୧୯ା୧୨: ଆଜି ପବିତ୍ର ପୌଷ ଅମବାସ୍ୟା । ଆଜି ଭାବପ୍ରବଣ ଗଭୀରତା ଏବଂ ନବୀକରଣ ଶକ୍ତିର ଦିନ। ଆଜି ଶାନ୍ତ ଏବଂ ସଚ୍ଚୋଟ ଆଲୋଚନା, ଅତୀତର...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri