କୋଭିଡ-୧୯: ୨୪ରେ ଟାଇଗର- ମିକେଲସନ ଚ୍ୟାରିଟି ଇଭେଣ୍ଟ

ହୋବ ସାଉଣ୍ଡ,୮।୫ (ଏପି): କୋଭିଡ-୧୯ ମହାମାରୀ ଲଢେଇ ଉଦ୍ଦ୍ୟେଶରେ ଆମେରିକୀୟ ତାରକା ଗଲ୍ଫର ଟାଇଗର ଉଡ୍ସ ଓ ଫିଲ ମିକେଲସନ ଏକ ପ୍ରଦର୍ଶନୀ ତଥା ଚ୍ୟାରିଟି ଇଭେଣ୍ଟରେ ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍‌ ଆସନ୍ତା ୨୪ ତାରିଖରେ ମେଡାଲିଷ୍ଟ ଗଲ୍ଫ କ୍ଲବ୍‌ରେ ଆୟୋଜନ ହେବ। ଏହି ଇଭେଣ୍ଟରୁ ୧୦ ମିଲିୟନ ଆମେରିକୀୟ ଡଲାର ପାଣ୍ଠି ସଂଗ୍ରହ କରାଯିବ। ଇଭେଣ୍ଟରେ ହେବାକୁ ଥିବା ମୁକାବିଲାକୁ ଚାମ୍ପିୟନ୍ସ ଅଫ୍‌ ଚ୍ୟାରିଟି ରଖାଯାଇଛି। ଟାଇଗର, ମିକେଲସନଙ୍କୁ ବାଦ୍‌ ଦେଲେ ଏଥିରେ ଟମ୍‌ ବ୍ରାଡି ଓ ପେଟନ ମାନିଙ୍ଗ୍‌ ମଧ୍ୟ ସାମିଲ ହେବେ।
ମେ ୨୪ ଅପରାହ୍ନ ୩ଟା ବେଳେ ଏହି ଗଲ୍ଫ ମୁକାବିଲା ଆରମ୍ଭ ହେବ ଓ ଏହି ମୁକାବିଲାଗୁଡିକର ସିଧା ପ୍ରସାରଣ ହେବ। ଏହି ୪ ଖେଳାଳି ମିଳିତ ଭାବେ ୧୦ ମିଲିୟନ ଆମେରିକୀୟ ଡଳାର ପାଣ୍ଠି ସଂଗ୍ରହ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ। ୨୦୧୮ରେ ମିକେଲସନ ଲସ ଭେଗାସ୍‌ରେ ହରାଇଥିଲେ। ତେଣୁ ଏହି ମୁକାବିଲା ବେଶ୍‌ ରୋମାଞ୍ଚକ ହେବ ବୋଲି ଆଶା କରାଯାଉଛି।
ସେହିପରି ରୋରି ମ୍ୟାକଲୋରୀ ଓ ଡଷ୍ଟିନ୍‌ ଜନ୍‌ସନ ଏବଂ ରିକି ଫଲୋର ଓ ମାଥ୍ୟୁ ଉଲ୍ଫଙ୍କ ମଧ୍ୟରେ ସେମିନୋଲ ଗଲ୍ଫ କ୍ଲବ୍‌ରେ ପରସ୍ପରକୁ ମୁକାବିଲାରେ ଅବତୀର୍ଣ୍ଣ ହେବେ। ଫ୍ଲୋରିଡାର ଏହି ଗଲ୍ଫ କ୍ଲବ ବେଶ୍‌ ଜଣାଶୁଣା। ପ୍ରଥମଥର ପାଇଁ ଏହି ଇଭେଣ୍ଟ ଟିଭିରେ ପ୍ରସାରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ଈଶାନ କିସାନଙ୍କ ଧୂଆଁଧାର ଶତକ: ସୟଦ ମୁସ୍ତାକ ଅଲି ଟ୍ରଫି ଜିତିଲା ଝାଡ଼ଖଣ୍ଡ

ପୁନେ,୧୮ା୧୨: ଅଧିନାୟକ ଇଶାନ କିଶନଙ୍କ ଧୂଆଁଧାର ଶତକ ବଳରେ ଝାଡ଼ଖଣ୍ଡ କ୍ରିକେଟ ଦଳ ଏକ ନୂଆ ଇତିହାସ ରଚିଛି। ଗୁରୁବାର ପୁଣେର MCA ଷ୍ଟାଡିୟମଠାରେ ଅନୁଷ୍ଠିତ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୩ ଜୀବନ, ୪ ଗୁରୁତର

ନୂଆପଡ଼ା/ କୋମନା,୧୭।୧୨ ( ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅଧୀନ ତିଖାଲି ଛକଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ...

ଇରାନରେ ବର୍ତ୍ତମାନ ସୁଦ୍ଧା ଏତିକି ଜଣ ଜୀବିତ ଅଛନ୍ତି ପରମାଣୁ ବୈଜ୍ଞାନିକ, ରିପୋର୍ଟରେ ପ୍ରକାଶ ପାଇଲା…

ତେହରାନ,୧୮ା୧୨: ୨୦୨୫ ବର୍ଷ ଇରାନ ପାଇଁ ଏକ ଝଟ୍‌କା ଥିଲା। ଗୋଟିଏ ପଟେ ଏହାର ତିନୋଟି ପ୍ରକ୍ସି ସଂଗଠନ (ହମାସ୍‌, ହେଜ୍‌ବୋଲ୍ଲା ଏବଂ ହୁଟି) ଏହି...

ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ମହମ୍ମଦ ମୋକିମ, କହିଲେ ଖୁବ କମ୍ ଦିନ ଭିତରେ ନିଷ୍ପତ୍ତି ଜଣାଇବି

ଭୁବନେଶ୍ବର,୧୮ା୧୨: ପୂର୍ବତନ ବିଧାୟକ ମୋକିମଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ଦିନକୁ ଦିନ ନୂଆନୂଆ ରାଜନୈତିକ ବୟାନବାଜି ସାମ୍ନାକୁ ଆସିଛି । କଂଗ୍ରେସର କେନ୍ଦ୍ରୀୟ ନେତା...

ରୋଗୀଙ୍କୁ ମିଳିବ ଉନ୍ନତ ସେବା

କେସିଙ୍ଗା,୧୮।୧୨(ତୁମେଶ୍ୱର ସାହୁ): ଜିଲା ସ୍ବାସ୍ଥ୍ୟ ସମିତି କଳାହାଣ୍ଡି ଆନୁକୁଲ୍ୟରେ ଏମ୍ସ ଭୁବନେଶ୍ୱର ଏବଂ ଦିଲ୍ଲୀ ଜହ୍ନ ହୋପକିନସ ୟୁନିଭର୍‌ ସିଟି(John Hopkins University) ଆନୁକୁଲ୍ୟରେ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri