Posted inRasifala

ରାଶିଫଳ: ଶନିବାର, ମେ ୯ ତାରିଖ – Daily Horoscope

ମେଷ
ଆଜି ସକାଳୁ ସକାଳୁ ଭାଇ,ବନ୍ଧୁ,ନିକଟ ସମ୍ପର୍କୀୟ କିମ୍ବା ଆତ୍ମୀୟ ମାନଙ୍କ ସାହାଯ୍ୟରୁ ଅର୍ଥ ପାଇବେ ।  କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବାପାଇଁ ନିଷ୍ପତି ନେଇପାରନ୍ତି ।  ବିବାଦୀୟ ଘଟଣାରେ କୈାଣସି ନିର୍ଦ୍ଦିଷ୍ଟ ପକ୍ଷକୁ ସମର୍ଥନ କରିବା ଠିକ୍‌ ହେବ ନାହିଁ ।  କୃତିକା କ୍ରୀଡା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ ।
ବୃଷ
ବୃଷ
ସ୍ଥିର କରଥିବା ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବ ।  ତର୍କବିତର୍କ କାରଣରୁ ଅତି ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ଭୂଲ୍‌ ବୁଝାମଣା ଘଟିପାରେ ।  ଅଫିସରେ କେତେକ ଦିଗରୁ ଚାପର ସମ୍ମୁଖୀନ ହେବାକୁ ପଡିବାର ଆଶଙ୍କା ରହିଛି । ଆନୁଷ୍ଠାନିକ କ୍ଷେତ୍ର କିମ୍ବା ସଭାସମିତିରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିପାରନ୍ତି ।
ମିଥୁନ
ମିଥୁନ
ବନ୍ଧୁ ଗହଣରେ ବେଶୀ ସମୟ କଟିଲେ ମଧ୍ୟ ଘରର ଅଶାନ୍ତି ମନକୁ ଭାରାକ୍ରାନ୍ତ କରି ରଖିବ ।  ମୃଗଶିରା ନକ୍ଷତ୍ର ଆପଣଙ୍କ ସାହାଯ୍ୟରେ ସମ୍ପର୍କୀୟ ବ୍ୟକ୍ତି ମାନଙ୍କ କାର୍ଯ୍ୟସିଦ୍ଧି ଯୋଗୁଁ ମନ ପ୍ରଫୁଲ୍ଲିତ ହେବ ।  ପାଖରେ ଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ କିନ୍ତୁ ବ୍ୟବସାୟ ଓ ପରିବହନ ପାଇଁ କୈାଣସି ସମସ୍ୟା ରହିବ ନାହିଁ ।
କର୍କଟ
କର୍କଟ
ସାମଗ୍ରୀକ ଦୃଷ୍ଟିକୋଣରୁ ଦିନଟି ଭଲରେ ଭଲରେ ଅତିବାହିତ ହେବ । ଆପଣଙ୍କ କାର୍ଯ୍ୟଦକ୍ଷତାର ପ୍ରଶଂସା କରି ବନ୍ଧୁମାନେ ସାହାଯ୍ୟ କରିବାକୁ ଆଗେଇ ଆସିବେ । ପୁଷ୍ୟା ନକ୍ଷତ୍ର ସକାଶେ ନିର୍ମାଣାରମ୍ଭ, ବ୍ୟବସାୟ, ଶିଳ୍ପ,ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ । ଜମିଜମା ସମ୍ପର୍କୀୟ ବିବାଦୀୟ ଘଟଣାର ବିଜୟୀ ହେବେ ।
ସି˚ହ
ସି˚ହ
ଚେଷ୍ଟା କରୁଥିବା କାର୍ଯ୍ୟରେ ପ୍ରତିବନ୍ଧକ ଓ ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଲାଗିରହିବ ।  ବନ୍ଧୁମାନଙ୍କ ସହ ଆଲୋଚନା ତଥା ପରିବହନ,ବାଣିଜ୍ୟ ଓ ବ୍ୟବସାୟରେ ମାନମାନାନ୍ତର ଦେଖା ଦେଇପାରେ ।  ସାମାଜିକ ସ୍ତରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ ।
କନ୍ୟା
ପ୍ରତ୍ୟେକ କାମ ସମସ୍ୟା ବିଜଡିତ ସଙ୍ଗକୁ ବହୁତ ବିଳମ୍ବରେ ହେଉଥିବାରୁ କ୍ରମଶଃ ବ୍ୟସ୍ତତା ବଢିଯିବ ।  ବନ୍ଧୁଙ୍କ ଦୁଃଖିତ ମନକୁ ସାନ୍ତ୍ବନା ଦେବାକୁ ଯାଇ ପରିବାରରେ ଦ୍ୱନ୍ଦ ଲାଗିଯାଇପାରେ ।  ସାଧାରଣ କଥାରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ ।  ମାନସିକ ଚାପ ବିଶେଷ ପରିମାଣରେ ବୃଦ୍ଧି ପାଇପାରେ ।
ତୁଳା
ତୁଳା
ବନ୍ଧୁମାନଙ୍କ ସହଯୋଗ ଆଶା ନିରର୍ଥକ ହେବନାହିଁ,ଅବଶ୍ୟ ବିଭିନ୍ନ ସ୍ତରରୁ ଉପକୃତ ହେବେ ।  ବ୍ୟୟ ଭାର କ୍ରମଶଃ କମି କମି ଆସିବ ଏବଂ ବାଣିଜ୍ୟ,ବ୍ୟବସାୟ ଓ ପରିବହନାରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ ।  ଆର୍ଥିକ ଅନଟନ ଓ ସ୍ଥାନ ବଦଳିବା କାରଣରୁ ଦୁଃଶ୍ଚିନ୍ତା ବଢି ଯାଇପାରେ ।
ବିଛା
ବିଛା
କିଛିଟା ବ୍ୟତିକ୍ରମ ମଧ୍ୟରେ ସମୟ ଅତିବାହିତ ହେବ । ବହୁତ ଦିନ ହେଲା ରହିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ।  ଜ୍ୟେଷ୍ଠା ନକ୍ଷତ୍ର ବିବାଦୀୟ ଘଟଣାରୁ ଦୂରେଇ ରହିବା ଭଲ ହେବ ।  ଉଚ୍ଚ ପଦାଧିକାରୀଙ୍କ ପୃଷ୍ଠପୋଷକତା କାରଣରୁ ଦୀର୍ଘ ଦିନରୁ ପଡିରହିଥିବା କାମଟିରେ ଅଗ୍ରଗତିର ସୂଚନା ପାଇବେ ।
ଧନୁ
ଧନୁ
ପୂର୍ବ ଶତୃତାକୁ ନେଇ ମନଟା କେମିତି କେମିତି ଲାଗିବ,ଏବଂ ବିଶେଷ ଭଲ ରହିବ ନାହିଁ । ଉତରାଷାଢା ନକ୍ଷତ୍ର ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ କିନ୍ତୁ ଉପଭୋଗ୍ୟ ନହୋଇପାରେ ।  ରାଜନୀତି,କଳା,ସାହିତ୍ୟ,ପ୍ରଶାସନିକ ସ୍ତରରେ ତଥା ସଭାସମିତି କାମରେ ବ୍ୟସ୍ତତା ବୃଦ୍ଧି ପାଇବ ।
ମକର
ମକର
ଶ୍ରବଣା ନକ୍ଷତ୍ର ପାରିବାରିିକ ସମସ୍ୟାର ସମାଧାନ କରିବା କଷ୍ଟକର ହୋଇପଡିବ ।  ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ସଙ୍ଗକୁ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ ।  ପ୍ରତିଟି କ୍ଷେତ୍ରରେ ଅପେକ୍ଷାକୃତ ଅସୁବିଧା ଭୋଗିବେ କିନ୍ତୁ କୈାଣସି କାମ ଅଟକିବ ନାହିଁ ।  ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ ।
କୁମ୍ଭ
କୁମ୍ଭ
ପାରିବାରିକ କ୍ଷେତ୍ରରେ ଭୁଲ୍‌ ବୁଝାମଣା ସୃଷ୍ଟି ହେବାର ଆଶଙ୍କାକୁ ମଧ୍ୟ ଏଡି ହେବ ନାହିଁ । ସରକାରୀ ସୁତ୍ରରୁ ଅର୍ଥ, ଛୋଟ ବ୍ୟବସାୟ.ପ୍ରଭୃତିରେ ଆଶାନୁରୂପ ସଫଳତା ପାଇବେ ।  ବାଦବିବାଦରେ ଆପୋଷ ସମାଧାନ ଘଟିବ ଓ ଶତଭିଷା ବିଜୟୀ ହେବେ ।  ପରିବାରରେ ଅସାବଧାନତାବଶତଃ କୌଣସି ଦବ୍ର୍ୟ ନଷ୍ଟ ହୋଇପାରେ ।
ମୀନମୀନ

ବନ୍ଧୁ ମାନଙ୍କ ସାହାଯ୍ୟ ଲାଭ କରି ମାନସିକ ସ୍ଥିତି କ୍ରମଶଃ ସୁସ୍ଥ ହୋଇଯିବ । ବାକ୍‌ ଅସଂଯମତା ଯୋଗୁଁ  ସୁସମ୍ପର୍କ ବ୍ୟାହତ ହୋଇପାରେ ।  ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନକରନ୍ତୁ ନତୁବା ଅନୁତାପ କରିବାକୁ ପଡିବ । ସଭାସମିତି,କ୍ରୀଡା,କଳା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିଯୋଗିତା ସୃଷ୍ଟି ହୋଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ପୌଷ ଅମବାସ୍ୟାରେ ଖୋଲିବ ଏହି 3 ରାଶିର ଭାଗ୍ୟ, ସବୁ କ୍ଷେତ୍ରରେ ମିଳିବ ସଫଳତା

ନୂଆଦିଲ୍ଲୀ,୧୯ା୧୨: ଆଜି ପବିତ୍ର ପୌଷ ଅମବାସ୍ୟା । ଆଜି ଭାବପ୍ରବଣ ଗଭୀରତା ଏବଂ ନବୀକରଣ ଶକ୍ତିର ଦିନ। ଆଜି ଶାନ୍ତ ଏବଂ ସଚ୍ଚୋଟ ଆଲୋଚନା, ଅତୀତର...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri