Posted inଖେଳ

ଆସେସମେଣ୍ଟ ଟେଷ୍ଟ ପାଇଁ ବ୍ୟସ୍ତ ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି

ନୂଆଦିଲ୍ଲୀ, ୧୮ା୪ (ପି.ଟି.)-କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ଲାଗି ଦେଶରେ ଲକ୍‌ଡାଉନ୍‌ ଚାଲିଛି। ଏହି ସମୟରେ ଭାରତର କେତେଜଣ ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ସେମାନଙ୍କ ନିଯୁକ୍ତିଦାତା ଇଣ୍ଡିଆନ ଅଏଲ୍‌ କର୍ପୋରେଶନ (ଆଇଓସି) ପକ୍ଷରୁ ହେବାକୁ ଥିବା ଅନ୍‌ଲାଇନ୍‌ ଟେଷ୍ଟ ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଏଥିଲାଗି ଏହି ବ୍ୟାଡ୍‌ମିଣ୍ଟନ ଖେଳାଳିମାନଙ୍କୁ କିଛି ପାଠ୍ୟକ୍ରମ ଦିଆଯାଇଛି। ବିଷୟବସ୍ତୁଗୁଡ଼ିକ ମଧ୍ୟରେ ରହିଛି ସାଇବର ସିକ୍ୟୁରିଟି, ପ୍ଲାଷ୍ଟିକ୍‌ ଓ୍ବେଷ୍ଟ ମ୍ୟାନେଜମେଣ୍ଟ ଓ ପ୍ରଡକ୍ଟ ମ୍ୟାନେଜମେଣ୍ଟ ଇତ୍ୟାଦି। ଗତବର୍ଷ ପାର୍ଟନର ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ସହ ଫ୍ରେଞ୍ଚ୍‌ ଓପନ୍‌ରେ ରନର୍ସଅପ୍‌ ଏବଂ ଥାଇଲାଣ୍ଡ ଓପନ ଜିତିଥିବା ହୋଇଥିବା ଭାରତର ଟପ୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ଚିରାଗ ଶେଟ୍ଟି କହିଛନ୍ତି ପାଠ୍ୟକ୍ରମ କଷ୍ଟସାଧ୍ୟ ହୋଇଥିଲେ ମଧ୍ୟ ଏଥିରୁ ଆମକୁ ଆନନ୍ଦ ମିଳୁଛି। ପାଠ୍ୟକ୍ରମ ପାଇଁ ଆମକୁ ମେ’ ମାସରେ ଏକ ମେଲ୍‌୍‌ ମିଳିଥିଲା। ପାଠ୍ୟକ୍ରମ ଶେଷ କରିବାମାତ୍ରେ ଏକ ଆସେସମେଣ୍ଟ ଟେଷ୍ଟ ଦେବେ। ପରୀକ୍ଷାରେ ତୁମକୁ ଅତିକମ୍‌ରେ ୮୦ ପ୍ରତିଶତ ସ୍କୋର କରିବାକୁ ପଡ଼ିବ ଯାହକି ସହଜ ନୁହେଁ। ତେଣୁ ଗୋଟିଏ ବିଷୟରେ ଉତ୍ତୀର୍ଣ୍ଣ ହେବାକୁ ହେଲେ ଏକାଧିକ ଥର ପରୀକ୍ଷା ଦେବାକୁ ପଡ଼ିବ। ବିଜ୍ଞାନ ପୃଷ୍ଠଭୂମି ଥିଲେ ଏହା ଅପେକ୍ଷକୃତ ସହଜ ହେବ। ପ୍ରଥମେ ଆମକୁ ଏପ୍ରିଲ ୧୪ ସୁଦ୍ଧା ଶେଷ କରିବାକୁ କୁହାଯାଇଥିଲା। ଲକ୍‌ଡାଉନ୍‌ ମିଆଦ ବୃଦ୍ଧି ପାଇବା ଦ୍ୱାରା ଆମକୁ ମେ ୩ ତାରିଖ ପଯ୍ରନ୍ତ ସମୟ ମିଳିଯାଇଛି ବୋଲି ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ବିଜେତା କହିଛନ୍ତି। ୨୨ବର୍ଷୀୟ ଚିରାଗ ଆଇଓସିରେ ଜଣେ ଗ୍ରେଡ୍‌ ଏ’ ଅଫିସର ଭାବେ କାର୍ଯ୍ୟକରୁଛନ୍ତି। ସେ କହିଛନ୍ତି, ଆଇଓସି ପକ୍ଷରୁ ଖେଳାଳିମାନଙ୍କୁ ଏକ ନିର୍ଦ୍ଦିଷ୍ଟ ଓ୍ବେବ୍‌ସାଇଟ ଲଗ୍‌ଇନ୍‌ କରିବାକୁ କୁହାଯାଇଛି। ସେଥିରେ ରହିଥିବା ଶତାଧିକ ବିଷୟରୁ ନିଜର ପସନ୍ଦ ଅନୁସାରେ ବିଷୟ ଚୟନ କରିବାକୁ କୁହାଯାଇଥିଲା। ୨୦୧୮ ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ବ୍ରୋଞ୍ଜ ବିଜୟିନୀ ଭାରତୀୟ ମହିଳା ଡବଲ୍ସ ଖେଳାଳି ଏନ୍‌. ସିକ୍କି ରେଡ୍ଡୀ ଅଶ୍ପିନୀ ପୋନ୍ନାପ୍ପାଙ୍କ ସହିତ ପାଠ୍ୟକ୍ରମ ଶେଷ କରିବା ଲାଗି କିଛି ସମୟ ଦେଉଛନ୍ତି। ଅନ୍‌ଲାଇନ୍‌ରେ ପାଠପଢା ଓ ପରୀକ୍ଷା ପ୍ରକୃତରେ ମଜାଦାର ବୋଲି ସିକ୍କି ରେଡ୍ଡୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri