ନୂଆଦିଲ୍ଲୀ,୧୪।୪: କୋଭିଡ୍-୧୯ ଲାଗି ସାରା ବିଶ୍ୱକୁ ଏବେ ଲକ୍ଡାଉନ ଘୋଷଣା କରାଯାଇଛି। କେତେକ ରାଷ୍ଟ୍ର ଏହାକୁ କଡ଼ାକଡ଼ି କରିଥିବା ବେଳେ ଆଉ କିଛି ରାଷ୍ଟ୍ର ନୂଆ କରି ଏହାକୁ ଲାଗୁ କରାଉଛନ୍ତି। ଭାରତ ଗତ ୨୫ ତାରିଖଠାରୁ ଲକ୍ଡାଉନରେ ରହିଛି। ମଙ୍ଗଳବାର ଲକ୍ଡାଉନ ଘୁଞ୍ଚିବ କି ନାହିଁ, ଯଦି ଅବଧି ବଢେ ଏହାର ରୂପରେଖ କିଭଳି ହେବ ସେ ନେଇ ପ୍ରଧାନମନ୍ତ୍ରୀ ମଙ୍ଗଳବାର ପୂର୍ବାହ୍ନରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଗତ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ସମୟ ଦେଶ ମଧ୍ୟରେ ଲକ୍ଡାଉନ ଜାରି ରହିଥିବା ବେଳେ ଏଥିଯୋଗୁ ଦେଶର ଅଧିକାଂଶ ଫ୍ୟାକ୍ଟ୍ରି, ବାଣିଜି୍ୟକ ପ୍ରତିଷ୍ଠାନ, ଟ୍ରେନ, ଫ୍ଲାଇଟ ସହ ଯାନବାହନ ବନ୍ଦ ରହିଛି। ୨୧ ତାଲାବନ୍ଦ ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ପ୍ରାୟ ୭ରୁ ୮ ଲକ୍ଷ କୋଟି ଟଙ୍କାର କ୍ଷତି ସହିବା ଆଶଙ୍କା ଉପୁଜିଛି।
ଏକ ଶିଳ୍ପ ସଂଘ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟ ମୁତାବକ ତାଲାବନ୍ଦ ଯୋଗୁ ଦେଶ ମଧ୍ୟରେ ପ୍ରାୟ ୭୦% ଅର୍ଥନୈତିକ କାର୍ଯ୍ୟକଳାପ ଠପ୍ ହୋଇଯାଇଛି। ନିବେଶ, ରପ୍ତାନି ଏବଂ ଉପଯୋଗିତା ଭଳି କାର୍ଯ୍ୟକଳାପ ବନ୍ଦ ରହିଛି। ଲକ୍ଡାଉନରୁ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ବାଦ୍ ପଡିଛି। ଅର୍ଥ ବ୍ୟବସ୍ଥାକୁ ସୁଧାରିବା ଲାଗି ସରକାର ଉଭୟ ଆର୍ଥତ୍କ ଏବଂ ବିତ୍ତୀୟ ପଦକ୍ଷେପ ଗ୍ରହଣ କରିଥିଲେ। କ୍ଷତିଗ୍ରସ୍ତ ଅର୍ଥ ବ୍ୟବସ୍ଥା ଅଣ୍ଟା ସଳଖିବାକୁ ଚେଷ୍ଟା କରୁଥିବା କରୋନା ପୁଣି ଘାତକ ସାଜିଛି ବୋଲି ସେଣ୍ଟ୍ରମ ଇନ୍ଷ୍ଟିଚ୍ୟୁଶନାଲ ରିସର୍ଚ୍ଚ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୧ ଆର୍ଥତ୍କ ବର୍ଷରେ ଭାରତ ଏକ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହାସଲ କରିବ ବୋଲି ଏହା ମତ ରଖିଛି। ଏହାବାଦ ଅଭିବୃଦ୍ଧି ଅତି ନିମ୍ନ ରହିବା ନେଇ ଏହା ପୂର୍ବାନୁମାନ କରିଛି।
କିଛିଦିନ ତଳେ ଆକ୍ୟୁଟ ରେଟିଙ୍ଗ୍ସ ପକ୍ଷରୁ ହୋଇଥିବା ପୂର୍ବାନୁମାନରେ ଭାରତ ଦୈନିକ ୪.୬୪ ବିଲିୟନ ଡଲାର ବା ପ୍ରାୟ ୩୫ ହଜାର କୋଟି ଟଙ୍କା କ୍ଷତି ସହିବ ବୋଲି କୁହାଯାଇଛି। ୨୧ ଦିନିଆ ଲକ୍ଡାଉନ ଅବଧିରେ ଭାରତକୁ ୯୮ ବିଲିୟନ ଡଲାର ବା ପ୍ରାୟ ୭.୫ ଲକ୍ଷ କୋଟି କ୍ଷତି ସହିବାକୁ ପଡିବ ବୋଲି ଏହା ରିପୋର୍ଟରେ କହିଥିଲା। ଲକ୍ଡାଉନ ପାଇଁ କେବଳ ଭାରତ ନୁହେଁ ସାରା ବିଶ୍ୱର ଅର୍ଥ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି। ପରିବହନ, ହୋଟେଲ, ରେଷ୍ଟୁରାଣ୍ଟ, ରିୟଲ ଇଷ୍ଟେଟ ଭଳି କ୍ଷେତ୍ର ଏହା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି।
ଟ୍ରକର୍ସଙ୍କୁ ୩୫ ହଜାର କୋଟି ଟଙ୍କା କ୍ଷତି
ଏବେ ଲକ୍ଡାଉନ ପାଇଁ ସାରା ଦେଶରେ ପ୍ରାୟ ୧ କୋଟି ଟ୍ରକ୍ ଛିଡ଼ା ହୋଇଛି। ଟ୍ରକର୍ସ ମାନେ ଦୈନିକ ଭିତ୍ତିରେ ୨,୨୦୦ କୋଟି ଟଙ୍କା କ୍ଷତି ସହୁଛନ୍ତି। ଲକ୍ଡାଉନର ୧୫ ଦିନ ମଧ୍ୟରେ ଟ୍ରକର୍ସଙ୍କୁ ୩୫ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିଛି ବୋଲି ଅଲ୍ ଇଣ୍ଡିଆ ମୋଟର୍ସ ଟ୍ରାନ୍ସପୋର୍ଟ କଂଗ୍ରେସ(ଏଆଇଏମ୍ଟିସି) ପକ୍ଷରୁ ସୂଚନା ଦିଆଯାଇଛି। ଲକ୍ଡାଉନ ଖୋଲିବା ପରେ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସ୍ଥିତି ସୁଧୁରିବା ଲାଗି ୨ରୁ ୩ ମାସ ସମୟ ଲାଗିବ ବୋଲି ସଂଘର ସାଧାରଣ ସମ୍ପାଦକ ନବୀନ ଗୁପ୍ତା ସୂଚନା ଦେଇଛନ୍ତି। ଏଆଇଏମ୍ଟିସିରେ ୯୩ ଲକ୍ଷ ଟ୍ରାନ୍ସପୋର୍ଟର ରହିଛନ୍ତି।
ରିୟଲ ଇଷ୍ଟେଟ କ୍ଷେତ୍ରର ଲକ୍ଷେ କୋଟି କ୍ଷତି
ରିୟଲ ଇଷ୍ଟେଟ ଡେଭଲପରଙ୍କ ସଂଘ ନ୍ୟାଶନାଲ ରିୟଲ ଇଷ୍ଟେଟ ଡେଭଲପମେଣ୍ଟ କାଉନସିଲ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଏହି କ୍ଷେତ୍ର ପ୍ରାୟ ୧ ଲକ୍ଷ କୋଟି ଟଙ୍କାର କ୍ଷତି ସହିବ। ସାରା ଦେଶ କଥା ବିଚାର କଲେ କ୍ଷତି ଅନ୍ତତଃ ପକ୍ଷେ ଲକ୍ଷେ କୋଟି ହେବ ବୋଲି ସଂଘର ସଭାପତି ନିରଞ୍ଜନ ହୀରାନନ୍ଦିନୀ ସୂଚନା ଦେଇଛନ୍ତି।
ଖୁଚୁରା ବ୍ୟବସାୟ କ୍ଷତିଗ୍ରସ୍ତ
କରୋନା ସାରା ଦେଶରେ ଖୁଚୁରା ବ୍ୟବସାୟକୁ କ୍ଷତିଗ୍ରସ୍ତ କରିଥିବା କନ୍ଫେଡେରେଶନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ ପକ୍ଷରୁ ଆକଳନ କରାଯାଇଛି। ଏହାଦ୍ୱାରା ପ୍ରାୟ ୩୦ ବିଲିୟନ ଡଲାରର କ୍ଷତି ସହିବାକୁ ପଡିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଦେଶର ରିଟେଲ ସେକ୍ଟରରେ ୭୦ ନିୟୁତ ଲୋକ କାମ କରୁଛନ୍ତି। ଏହି କ୍ଷେତ୍ରର ମାସିକ ବାଣିଜ୍ୟ କାରବାର ପ୍ରାୟ ୭୦ ବିଲିୟନ ଡଲାର।
ଅଭିବୃଦ୍ଧିକୁ ଲାଗିବ ଝଟକା
ଚଳିତ ଆର୍ଥତ୍କ ବର୍ଷ ଦେଶର ଅର୍ଥ ବ୍ୟବସ୍ଥାକୁ ବଡ଼ ଝଟକା ଲାଗିବ ବୋଲି ବିଶ୍ୱର ଅଧିକାଂଶ ଏଜେନ୍ସି ପୂର୍ବାନୁମାନ କରିଛନ୍ତି।
୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ
ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...
Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?
ନୂଆଦିଲ୍ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...
ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍କା! ନୂଆବର୍ଷରେ କମ୍ ବଢିବ ଦରମା
ନୂଆଦିଲ୍ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...
ଆଦାନୀ ଗ୍ରୁପ କଲା ବଡ଼ ଡିଲ୍, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!
ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...
୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ
ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...
ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା
ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...
ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍ ଆଉ ମିଳିବନି ବାରମ୍ବାର ସୁଯୋଗ
ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...
Apple ଜାରି କଲା ବଡ଼ ସତର୍କତା: ଏସବୁ ଉପଭୋକ୍ତାଙ୍କ ପାଇଁ ସୁରକ୍ଷିତ ନୁହେଁ ଗୁଗଲ୍ Chrome
ନୂଆଦିଲ୍ଲୀ,୮।୧୨: ଗୁଗୁଲର ସବୁଠାରୁ ଲୋକପ୍ରିୟ ଉତ୍ପାଦ ବିରୋଧରେ ଆପଲ୍ ଏକ ବଡ଼ ସତର୍କତା ଜାରି କରିଛି। ଆପଲ୍ ପକ୍ଷରୁ କୁହାଯାଇଛି ଯେ, iPhone ଏବଂ Mac...
Archives


