ଗଞ୍ଜାମରେ ବୁଲୁଛି ୪୪ ସ୍ବତନ୍ତ୍ର କୋଭିଡ୍‌ ଆମ୍ବୁଲାନ୍ସ: ଚିହ୍ନଟ ପରେ ସନ୍ଦିଗ୍ଧଙ୍କୁ ଅଣାଯାଉଛି ହସ୍ପିଟାଲ, ଚାଳକଙ୍କୁ ଦିଆଯାଇଛି ସ୍ବତନ୍ତ୍ର ପିପିଇ କିଟ୍‌

ଛତ୍ରପୁର,୧୦।୪(ଡି.ଏନ୍‌.ଏ.)- କରୋନା ସନ୍ଦିଗ୍ଧଙ୍କୁ ଘରୁ ହସ୍ପିଟାଲକୁ ନେବା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ସାଧାରଣ ଗାଡିକୁ ସ୍ବତନ୍ତ୍ର କୋଭିଡ ଆମ୍ବୁଲାନ୍ସରେ ପରିଣତ କରାଯାଇଛି। ବର୍ତମାନ ଜ଼ିଲାରେ ୪୪ଟି କୋଭିଡ୍‌ ଆମ୍ବୁଲାନ୍ସ ବୁଲୁଛ। ଖବର ପାଇ ଘରୁ କରୋନା ସଂଦିଗ୍ଧଙ୍କୁ ଉକ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲକୁ ନିଆଯାଉଛି । ଏଥିସହ ଉକ୍ତ କୋଭିଡ୍‌ ଆମ୍ବୁଲାନ୍ସର ଚାଳକଙ୍କୁ ପିପିଇ(ବ୍ୟକ୍ତିଗତ ସୁରକ୍ଷା ଇକ୍ୟୁପ୍‌ମେଣ୍ଟ) କିଟ୍‌ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି ।

କରୋନା ସଂକ୍ରମଣ ରୋକିବା ଲାଗି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ସନ୍ଦିଗ୍ଧଙ୍କୁ ଚିହ୍ନଟଠାରୁ ଆରମ୍ଭ କରି ମେଡିକାଲ ଓ ଆଇସୋଲଶନ୍‌ ସେଣ୍ଟର ନେବା କାର୍ଯ୍ୟରେ ନିୟୋଜିତ ଆମ୍ବୁଲାନ୍ସ ଚାଳକ କିଭଳି ସଂକ୍ରମଣରୁ ରକ୍ଷା ପାଇପାରିବେ ତାହା ଅତ୍ୟଧିକ ଗୁରୁତ୍ୱ ବହନ କରୁଛି। ଏଥିପାଇଁ ପ୍ରଶାସନ ଏମାନଙ୍କୁ ପିପିଇ କିଟ୍‌ ପ୍ରଦାନ କରାଯାଇଥିବା ସୂଚନା ଦିଆଯାଇଛି। ତେବେ ମିଶନ ଶକ୍ତି ଅଧୀନ ମହିଳା ସଙ୍ଘର ସଦସ୍ୟାମାନେ ସେଫ୍ଟି ଗାଉନ୍‌ ସିଲେଇ କରୁଛନ୍ତି। ଉକ୍ତ କିଟ୍‌ରେ ମାସ୍କ, ହେଲମେଟ୍‌, ଗ୍ଲୋବ୍ସ, ସକ୍ସ ଓ ଗାଉନ ରହିଛି। ବର୍ତମାନ ସୁଦ୍ଧା ଏପରି ୧୫୦୦ କିଟ ପ୍ରସ୍ତୁତ ହୋଇସାରିଲାଣି ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri