ସଭିଙ୍କ ପାଇଁ ଶୁଦ୍ଧଜଳ

ବିଭୁପ୍ରସାଦ ମହାପାତ୍ର
“Water is life’s matter and matrix, mother and medium. There is no life without water.” ଜଳ ହେଉଛି ଜୀବନର ଜନନୀ ଓ ଆଧାର, ମାତା ଓ ମାଧ୍ୟମ। ଜଳ ବିନା ଜୀବନ ଅସମ୍ଭବ। ଭିଟାମିନ୍‌-ସି, ଫ୍ୟୁମାରିକ୍‌ ଅମ୍ଳ ତଥା ଜୈବିକ ଜାରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୧୯୩୭ ମସିହାର ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା ହଙ୍ଗେରୀର ଆଲବର୍ଟ ସେଣ୍ଟ-ଜ୍ୟୋର୍ଜି ଭନ୍‌ ନାଗିରାପୋଲ୍‌ଟ (୧୮୯୩-୧୯୮୬) ଉପରୋକ୍ତ ଯୁକ୍ତିସଙ୍ଗତ ଉକ୍ତିଟିକୁ କହିଥିଲେ। ‘ଜଳ ହିଁ ଜୀବନ’, ‘ଜଳ ବିନା ଜୀବନ ଅସମ୍ଭବ’, ‘ଜଳ ଆମର ସବୁଠାରୁ ମୂଲ୍ୟବାନ ସମ୍ପଦ’, ‘ଜଳ ହାନି ଅର୍ଥ ଜୀବନ ହାନି’- ଆଦି ଖଣ୍ଡବାକ୍ୟର ବହୁଳ ପ୍ରଚାର ଓ ପ୍ରୟୋଗ ସର୍ବତ୍ର ଦୃଷ୍ଟିଗୋଚର ହୁଏ। ଓଡ଼ିଆ ବର୍ଣ୍ଣମାଳା ସହ ପରିଚିତ ହେବା ପରେ ଶିଶୁଟିଏ ଯେତେବେଳେ ଭକ୍ତ କବି ମଧୁସୂଦନ ରାଓଙ୍କର ଓଡ଼ିଆ ବର୍ଣ୍ଣବୋଧ ପାଠ କରୁଥିଲା ସେଥିରେ ସେ ପଢୁଥିଲା-‘ପଇସା ନେବ ଗଣି, ପାଣି ପିଇବ ଛାଣି’।
ତେବେ ଜଳସଙ୍କଟ ପାଇଁ ପ୍ରମୁଖ କାରଣ ଭାବେ ଆମ ନିକଟରେ ଉଭା ହୋଇଛି ବର୍ଦ୍ଧିଷ୍ଣୁ ଜନସଂଖ୍ୟା। ୧୮୦୦ ମସିହାରେ ୧୦୦ କୋଟି ଛୁଇଁଥିବା ସମଗ୍ର ବିଶ୍ୱ ଜନସଂଖ୍ୟା ୧୯୮୭ ମସିହା ଜୁଲାଇ ୧୧ ତାରିଖରେ ୫୦୦ କୋଟି ଏବଂ ୨୦୧୧ ମସିହା ଅକ୍ଟୋବର ୩୧ ତାରିଖରେ ୭୦୦ କୋଟିରେ ପହଞ୍ଚତ୍ ଥିଲା। ମାର୍ଚ୍ଚ ୨୦୧୯ ସୁଦ୍ଧା ସମୁଦାୟ ଜନସଂଖ୍ୟା ୭୭୦ କୋଟି ହେଲାଣି। ଗୁଣୋତ୍ତର ପ୍ରଗତିରେ ବୃଦ୍ଧି ପାଉଥିବା ଜନସମୁଦାୟଙ୍କର ଆବଶ୍ୟକତାକୁ ଜଳ ନିଅଣ୍ଟ ପଡିଲାଣି। ପୃଥିବୀପୃଷ୍ଠର ଶତକଡା ୭୧ ଭାଗ ଜଳଭାଗ ଦ୍ୱାରା ପରିବେଷ୍ଟିତ। ଅଥଚ ସମୁଦାୟ ଜଳଭାଗର ମାତ୍ର ୧ ଶତାଂଶ ମଧୁର ଜଳ ତଥା ବ୍ୟବହାର ଉପଯୋଗୀ। ପୁଣି ମଧୁର ଜଳର ୭୦ ଶତାଂଶ ଚାଷଜମିରେ ଜଳସେଚନ ନିମିତ୍ତ ବ୍ୟୟ ହୋଇଥାଏ। ୧୯୯୫ ମସିହାରେ ୨୫୦ ନିୟୁତ ହେକ୍ଟର ଜମିରେ ଜଳସେଚନ କରାଯାଉଥିଲା। ଜନସମୁଦାୟଙ୍କୁ ଖାଦ୍ୟ ପାନୀୟ, ବସନଭୂଷଣ ଯୋଗାଇବା ନିମନ୍ତେ କଳକାରଖାନାର ବୃଦ୍ଧି ଘଟୁଛି। ସେଗୁଡିକରୁ ନିର୍ଗତ ବିଷାକ୍ତ ରାସାୟନିକ ଦ୍ରବ୍ୟମିଶା ପାଣି ଜଳାଶୟରେ ମିଶିବାରୁ ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ନିକଟ ଅତୀତରେ ରାଷ୍ଟ୍ରୀୟ ସବୁଜ ଟ୍ରିବ୍ୟୁନାଲର ନ୍ୟାୟିକ ସଦସ୍ୟଦ୍ୱୟ ରାଘବେନ୍ଦ୍ର ସିଂହ ରାଠୋର୍‌ ଓ ସତ୍ୟବାନ ସିଂହ ଏକ ପିଟିଶନର ଶୁଣାଣି କରି ଲୁଣି ନଦୀର ପ୍ରଦୂଷଣର କ୍ଷତିପୂରଣ ଭରଣା ନିମନ୍ତେ ୩୦ କୋଟି ଟଙ୍କା ମାସକ ଭିତରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଦେବା ନିମନ୍ତେ ରାଜସ୍ଥାନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବାଲୋତ୍ରା, ବିଥୁଜା ଏବଂ ଜାସୋଲ୍‌ରେ ଥିବା ବୟନ ଶିଳ୍ପଗୁଡିକ ପ୍ରଦୂଷଣ ପାଇଁ ଦାୟୀ ଥିବାରୁ କ୍ଷତିପୂରଣ ପରିମାଣ ସେମାନଙ୍କଠାରୁ ଅସୁଲ କରାଯିବ। କେବଳ ଲୁଣି ନଦୀ ନୁହେଁ, ବଣାସ ଓ ବାନ୍ଦି ପରି ନଦୀ ମଧ୍ୟ ପ୍ରଦୂଷିତ ଜଳରେ ଭରପୂର। ସେପଟେ ଭୂଗର୍ଭରେ ସଞ୍ଚିତ ଜଳର ଯଥେଚ୍ଛ ବ୍ୟବହାର ଫଳରେ ଜଳପତ୍ତନର ହ୍ରାସ ଦିନକୁ ଦିନ ଘଟିଚାଲିଛି। ଜଳର ପରିମାଣରେ ବହୁ ଅନିୟମିତତା ଦେଖାଦେଇଛି। ଆଗାମୀ କେଇ ବର୍ଷରେ ଏଥିରୁ ଅନେକ ଶୁଷ୍କ ହୋଇଯିବାର ଆଶଙ୍କା ଉପୁଜୁଛି। ଏହାଦ୍ୱାରା ଆମ ଦେଶର ପ୍ରାୟ ୫୦ କୋଟି ଲୋକ ପ୍ରଭାବିତ ହେବେ।
ଜୀବ ଶରୀରର ୬୦ରୁ ୯୮ ଭାଗ କେବଳ ଜଳ। ସମସ୍ତ ଜୈବିକ କ୍ରିୟା, ପ୍ରକ୍ରିୟା ଓ ପ୍ରତିକ୍ରିୟା ନିମନ୍ତେ ତଥା ଜୀବ ଶରୀରର ସ୍ଥିତିସାମ୍ୟ ବଜାୟ ରଖିବାରେ ଜଳର ଭୂମିକା ଅନସ୍ବୀକାର୍ଯ୍ୟ। ସେଥିନିମନ୍ତେ ବୋଧହୁଏ ପୃଥିବୀର ପ୍ରଥମ ଜୀବ ‘ଫାଇଟୋ ପ୍ଲାଙ୍କଟନ୍‌’ ଜଳରୁ ହିଁ ଉଦ୍ଭବ ବୋଲି ଅନୁମେୟ। ଅବତାରବାଦର ପ୍ରଥମ ଦୁଇଟି ଅବତାର (ମତ୍ସ୍ୟ ଓ କଚ୍ଛପ) ମଧ୍ୟ ଜଳରୁ ସୃଷ୍ଟି। ଜୀବର ଅନେକ ବୈଶିଷ୍ଟ୍ୟ ଭାବରେ ଯଦି ଚୟ ଅପଚୟକୁ (metabolism) ମୁଖ୍ୟ ଓ ମୌଳିକ ବୋଲି ଧରାଯାଏ, ତେବେ ସେହି ପ୍ରକ୍ରିୟାରେ ନିହିତ ପ୍ରାୟ ସମସ୍ତ କାର୍ଯ୍ୟ ନିମନ୍ତେ ଜଳ ହିଁ ଅନିବାର୍ଯ୍ୟ। ଫରାସୀ ବୈଜ୍ଞାନିକ ଜାକ୍‌ କୁଷ୍ଟୋ (୧୯୧୦-୧୯୯୭) ଏକଦା କହିଥିଲେ-‘ଜଳଚକ୍ର ଓ ଜୀବନଚକ୍ର ସମାନ’। (The water cycle and life cycle are same.)
ଜଳର ଉପକାରିତା ଓ ଉପଯୋଗିତାକୁ ହୃଦୟଙ୍ଗମ କରି ମିଳିତ ଜାତିସଂଘ ତରଫରୁ ୧୯୯୩ ମସିହାରୁ ମାର୍ଚ୍ଚ ୨୨ ତାରିଖକୁ ‘ବିଶ୍ୱ ଜଳ ଦିବସ’ ରୂପେ ପାଳନ କରାଯାଉଛି। ପ୍ରତ୍ୟେକ ବର୍ଷ କିଛି ଥିମ୍‌ ରହିବା ପରି ଚଳିତବର୍ଷର ବିଷୟବସ୍ତୁ- ‘ଜଳ ଏବଂ ଜଳବାୟୁ ପରିବର୍ତ୍ତନ’। ଜଳ ଓ ଜଳବାୟୁ ପରିବର୍ତ୍ତନ ମଧ୍ୟରେ ଯେଉଁ ଅତୁଟ ସମ୍ବନ୍ଧ ରହିଛି, ସେହି ସମ୍ପର୍କକୁ ବିଷୟବସ୍ତୁଟି ଦର୍ଶାଇଥାଏ।
(ମାର୍ଚ୍ଚ ୨୨ ବିଶ୍ୱ ଜଳଦିବସ ଉପଲକ୍ଷେ)
ଭୋଗଡା, ଖୋର୍ଦ୍ଧା, ମୋ-୭୦୦୮୦୫୩୫୯୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri