ହ୍ୟାଣ୍ଡ୍‌ଶେକ୍‌ ପରିବର୍ତ୍ତେ ନମସ୍କାର କରିବାକୁ ପରାମର୍ଶ

ଭୁବନେଶ୍ୱର,୭ା୩(ବ୍ୟୁରୋ): କରୋନା ଭାଇରସ୍‌ ଭୟ ଏବେ ସମଗ୍ର ବିଶ୍ୱକୁ ଥରାଇ ଦେଇଥିବା ବେଳେ ଏହାଦ୍ୱାରା ବିଶେଷଭାବେ ପ୍ରଭାବିତ ହୋଇଛି ରାଜ୍ୟ ପର୍ଯ୍ୟଟନ ଶିଳ୍ପ। ଓଡ଼ିଶା ଆସିବାକୁ ଏବଂ ଓଡ଼ିଶା ବାହାରକୁ ଯିବାକୁ ଥିବା ପ୍ରାୟ ୫୦% ପର୍ଯ୍ୟଟକ ନିଜ ଗସ୍ତ ବାତିଲ କରିଛନ୍ତି। ଏଭଳିସ୍ଥଳେ ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଓଡ଼ିଶା ଆସୁଥିବା ଏବଂ ବାହାରକୁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।
ପରସ୍ପରକୁ ଅଭିବାଦନ ଜଣାଇବା ସମୟରେ ହ୍ୟାଣ୍ଡ୍‌ଶେକ୍‌ ବା ହାତ ନ ମିଳାଇ ନମସ୍କାର କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ସେହିଭଳି ନିୟମିତ ଭାବେ ସାନିଟାଇଜର୍‌ କିମ୍ବା ସାବୁନ୍‌ ବ୍ୟବହାର କରି ହାତ ଧୋଇବା ଏବଂ ଜନସାଧାରଣପୂର୍ଣ୍ଣ ସ୍ଥାନକୁ ଯିବା ସମୟରେ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି। ସେହିପରି ଛିଙ୍କିବା ଏବଂ କାଶିବା ସମୟରେ ରୁମାଲ୍‌ କିମ୍ବା ଟିସ୍ୟୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଅଧିକ ତଥ୍ୟ ପାଇଁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଯୋଗାଯୋଗ କରିବା ଏବଂ ଆବଶ୍ୟକସ୍ଥଳେ କଣ୍ଟ୍ରୋଲ ରୁମ୍‌ ଲ୍ୟାଣ୍ଡ୍‌ଲାଇନ୍‌ ନମ୍ବର ୦୬୭୪-୨୩୯୦୪୬୬ ଏବଂ ମୋବାଇଲ୍‌ ନଂ ୯୪୩୯୯୯୪୮୫୭/ ୯୪୩୯୯୯୪୮୫୯ରେ ଯୋଗାଯୋଗ କରିବାକୁ କୁହାଯାଇଛି। ସୁରକ୍ଷିତ ରହି ମିଳିତଭାବେ କରୋନା ଭାଇରସ୍‌ର ମୁକାବିଲା କରିବା ସହ ଭୟଭରତ ନ ହେବାକୁ ପର୍ଯ୍ୟଟକମାନଙ୍କୁ ନିବେଦନ କରିଛି ବିଭାଗ। ଥଣ୍ଡା କିମ୍ବା ଜର ଲକ୍ଷଣ ଦେଖାଦେଲେ ତୁରନ୍ତ ନିକଟସ୍ଥ ହସ୍ପିଟାଲ କିମ୍ବା ଡାକ୍ତରଙ୍କୁ ଯୋଗାଯୋଗ କରିବାକୁ ବିଭାଗ ଟୁଇଟ୍‌ ଯୋଗେ ସୂଚନା ଦେଇଛି। ଅନ୍ୟପକ୍ଷରେ ପୁରୀକୁ ଅଧିକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଆସୁଥିବାରୁ ସେଠାରେ ଟୁର୍‌ ଗାଇଡ୍‌ ଏବଂ ଜନସାଧାରଣଙ୍କୁ ଅଧିକ ସଚେତନ ହେବାକୁ କୁହାଯାଇଛି। ହୋଟେଲଗୁଡ଼ିକୁ ମଧ୍ୟ ଏନେଇ ଆଡ୍‌ଭାଇଜରୀ ଜାରି କରାଯାଇଛି। ବିଦେଶୀ ପର୍ଯ୍ୟଟକମାନଙ୍କ ସମ୍ପର୍କରେ ପୂରା ସୂଚନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀକୁ ଆସୁଥିବା ସମସ୍ତ ବିଦେଶୀ ପର୍ଯ୍ୟଟକଙ୍କୁ ରେଳଷ୍ଟେଶନ ଓ ବସ୍‌ଷ୍ଟାଣ୍ଡ୍‌ରେ ସ୍କ୍ରିନିଂ କରାଯିବାକୁ ନିଷ୍ପତ୍ତି ହୋଇଛି।

ଫନୀ ପରେ ଦାଉ ସାଧିଲା କରୋନା

କରୋନା ଭାଇରସ୍‌ର ଭୟାବହତା ଯୋଗୁ ୫୪ବର୍ଷ ଧରି ବର୍ଲିନ୍‌ରେ ବାର୍ଷିକ ଅନୁଷ୍ଠିତ ହେଉଥିବା ବିଶ୍ୱର ସର୍ବବୃହତ୍‌ ଟ୍ରାଭେଲ୍‌ ଏକ୍ସପୋ ତଥା ୫ଦିନିଆ ଇଣ୍ଟରନ୍ୟାଶନାଲ ଟୁରିଜିମ୍‌ ବୋର୍ସ(ଆଇଟିବି)କୁ ପ୍ରଥମ ଥର ପାଇଁ ବାତିଲ କରାଯାଇଛି। ଏପଟେ କରୋନା ଭୟରେ ଓଡ଼ିଶା ପର୍ଯ୍ୟଟନ ଏହାର ୩ଟି ଅନ୍ତର୍ଜାତୀୟ ରୋଡ୍‌ ଶୋ’କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିଛି। କ୍ୱାଲାଲମ୍ପୁର, ବ୍ୟାଙ୍କକ୍‌ ଏବଂ ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ହେବାକୁ ଥିବା ଏହି ରୋଡ୍‌ ଶୋ’ ମାର୍ଚ୍ଚ ଶେଷ ଏବଂ ଏପ୍ରିଲ୍‌ ପ୍ରଥମ ସପ୍ତାହରେ ହେବାକୁ ଥିଲା। ଅନ୍ୟପକ୍ଷରେ ଗତ ମେ ମାସରେ ପ୍ରଳୟଙ୍କରୀ ବାତ୍ୟା ‘ଫନୀ’ ଯୋଗୁ ୨ ହଜାର କୋଟି ଟଙ୍କାର କ୍ଷତି ସହିଥିବା ରାଜ୍ୟ ପର୍ଯ୍ୟଟନ ଶିଳ୍ପ ପୁଣିଥରେ କ୍ଷତି ସହିଛି। ଖରାଦିନେ ସେତେ ସଂଖ୍ୟକ ପର୍ଯ୍ୟଟକ ଆସୁ ନ ଥିଲେ ମଧ୍ୟ ଫେବୃୟାରୀ ଏବଂ ମାର୍ଚ୍ଚ ମାସରେ ଅଧିକାଂଶ ବିଦେଶୀ ପର୍ଯ୍ୟଟକ ଓଡ଼ିଶାର ଜନଜାତି ଅଞ୍ଚଳ ବୁଲିବାକୁ ଆସିଥାନ୍ତି। ହେଲେ କରୋନା ଯୋଗୁ ବହୁ ବିଦେଶୀ ପର୍ଯ୍ୟଟକ ନିଜ ଟୁର୍‌ ବାତିଲ୍‌ କରିଥିବା ସୂଚନା ମିଳିଛି। ଏପଟେ କେନ୍ଦ୍ର ସରକାର ଚାଇନା ସହ କରୋନା ପ୍ରଭାବିତ ରାଷ୍ଟ୍ରକୁ ଭିଜା ବାତିଲ କରିଥିବାରୁ ଆଉଟ୍‌ବାଉଣ୍ଡ ଟୁରିଜିମ୍‌ ମଧ୍ୟ ପ୍ରଭାବିତ ହୋଇଛି। ଏହାଦ୍ୱାରା ଟୁର୍‌ ଅପରେଟରମାନଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିଛି। ୟୁରୋପ ସହ ୟୁକେ, ଫ୍ରାନ୍ସ, ଜର୍ମାନୀ, ବେଲ୍‌ଜିୟମ, ସ୍ପେନ୍‌ ଏବଂ ହଲାଣ୍ଡରୁ ଓଡ଼ିଶାକୁ ସର୍ବାଧିକ ପର୍ଯ୍ୟଟକ ଆସୁଥିବା ବେଳେ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ଏହି ରାଷ୍ଟ୍ରଗୁଡ଼ିକରୁ ଆସିବାକୁ ଥିବା ପ୍ରାୟ ୫୦ ପ୍ରତିଶତ ପର୍ଯ୍ୟଟକ ବୁକିଂ ବାତିଲ କରିଛନ୍ତି। ସେହିଭଳି ହୋଟେଲ ବୁକିଂ ମଧ୍ୟ ବାତିଲ୍‌ ହେଉଥିବାରୁ ହୋଟେଲିୟରମାନଙ୍କୁ ବ୍ୟାପକ କ୍ଷତି ସହିବାକୁ ପଡ଼ିଛି। ଚାଇନା, ମାଲେସିଆ, ଥାଇଲାଣ୍ଡ ଓ ସିଙ୍ଗାପୁରର ବହୁ ପର୍ଯ୍ୟଟକ ନିଜ ବୁକିଂ ବାତିଲ କରିଥିବା ବେଳେ ଆଗକୁ ଆହୁରି ହେବ ବୋଲି ଆଶଙ୍କା କରାଯାଇଛି। ଏଭଳିସ୍ଥିତି ଜାରି ରହିଲେ ଫନୀ ପରେ ମୁଣ୍ଡ ଟେକିଥିବା ହୋଟେଲ ଶିଳ୍ପ ପୁଣିଥରେ ହଜାର ହଜାର କୋଟିର କ୍ଷତି ସହିବ ବୋଲି ହୋଟେଲ ଆଣ୍ଡ୍‌ ରେଷ୍ଟୁରାଣ୍ଟ ଆସୋସିଏଶନ୍‌ ଅଫ୍‌ ଓଡ଼ିଶା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri