ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବାରୁ ଖୁସି ଲାଗେ

ଡ୍ୟାନ୍ସରରୁ ଇଞ୍ଜିନିୟର। ଇଞ୍ଜିନିୟରରୁ ବ୍ଲଗର୍‌। ଆଉ ବ୍ଲଗର୍‌ରୁ ଆକ୍ଟର। ଏକାଧାରାରେ ଏତେ ପ୍ରତିଭାର ଅଧିକାରୀ ମେଘା ରାୟ ଏବେ ଜି ଟିଭିରେ ପ୍ରସାରିତ ହେଉଥିବା ଟେଲିଭିଜନ ଶୋ’ ‘ଦିଲ୍‌ ୟେ ଜିଦ୍ଦି ହୈ’ର ମୁଖ୍ୟ ନାୟିକା। ପ୍ରକୃତି ମିଶ୍ରଙ୍କ ପରେ ଦ୍ୱିତୀୟ ଓଡ଼ିଆଭାବେ ହିନ୍ଦୀ ଟେଲି ଧାରାବାହିକରେ ଲିଡ୍‌ ରୋଲ୍‌ରେ ଅଭିନୟ କରୁଥିବା ଭଦ୍ରକର ସଞ୍ଜୟ ଗୋପାଳ ଓ ସୁଜାତା ରାୟଙ୍କ କନ୍ୟା ମେଘାଙ୍କ ସହ ଏଥର ଧରିତ୍ରୀ ଆଳାପ।

ଇଞ୍ଜିନିୟରିଂ ଚାକିରି ଛାଡ଼ି ଅଭିନୟ ଆଡ଼କୁ କାହିଁକି ଆସିଲେ?
*ପିଲାବେଳୁ ମୋର ଅଭିନୟ ଓ ଟେଲିଭିଜନ ପ୍ରତି ଦୁର୍ବଳତା ଥିଲା। ମୁଁ ଜଣେ ଡ୍ୟାନ୍ସର ଥିଲି। ଭାରତନାଟ୍ୟମ୍‌ରେ ମାଷ୍ଟର ଡିଗ୍ରୀ କରିଛି। ପାଠପଢାରେ ବି ଭଲ ଥିଲା। ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ଇଞ୍ଜିନିୟରିଂରେ ଶିକ୍ଷା ଗ୍ରହଣ କରିବା ପରେ ଏକ ପ୍ରତିଷ୍ଠିତ ଏମ୍‌ଏନ୍‌ସିରେ ବର୍ଷେ ଯାଏଁ ଚାକିରି କରିଥିଲି। ହେଲେ ପ୍ୟାଶନ୍‌କୁ ଅନୁକରଣ କରିବାକୁ ନିଷ୍ପତ୍ତି ନେଇଥିଲି ଓ ଚାକିରି ଛାଡି ଫୁଲ୍‌ଟାଇମ୍‌ ଆକ୍ଟିଂ ଉପରେ ଫୋକସ୍‌ କରିବି ବୋଲି ଭାବି ନେଇଥିଲି। ନୃତ୍ୟ କରିବା ଯୋଗୁ ଛୋଟବେଳୁ ଷ୍ଟେଜ୍‌ ସହ ମୋର ଭଲ ସମ୍ପର୍କ ଥିଲା। ତେଣୁ ଅଭିନୟ ମୋ ପାଇଁ ଏତେ କଷ୍ଟ ନଥିଲା।
ହିନ୍ଦୀ ଫିଲ୍ମରେ ସୁଯୋଗ ମିଳିଲେ କେଉଁ ଚରିତ୍ରରେ ଅଭିନୟ କରିବେ?
*ବଲିଉଡ୍‌ ଯିବାକୁ କାହାର ଇଚ୍ଛା ନ ଥାଏ। ମୋର ବି ଅଛି। କିଛି ଭଲ ଫିଲ୍ମ ଓ ଭଲ ନିର୍ମାତାଙ୍କ ସହ କାମ କରିବାକୁ ଇଚ୍ଛା ଅଛି। ‘ଦିଲ୍‌ ୟେ ଜିଦ୍ଦି ହୈ’ରେ ଏବେ ମୁଁ ୟଙ୍ଗ୍‌ ଓ ବବ୍‌ଲି କ୍ୟାରେକ୍ଟର ପ୍ଲେ କରୁଛି। ଆଗକୁ ଯାଇ ଯଦି କିଛି ଇଣ୍ଟେନ୍ସ, ସିରିୟସ୍‌ କିମ୍ବା ଆକ୍ସନ, ମିଷ୍ଟ୍ରି ଫିଲ୍ମରେ ଅଭିନୟ କରିବାର ସୁଯୋଗ ମିଳେ ତା’ହେଲେ ମଜା ଆସିଯିବ।
ପ୍ରଥମ ହିନ୍ଦୀ ଟେଲିଭିଜନ ଶୋ’ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ଅଫର୍‌ ମିଳିବା ପରେ କେମିତି ଲାଗିଥିଲା?
*ଲିଡ୍‌ ରୋଲ୍‌ରେ ଅଭିନୟ କରିବା ବହୁତ ପୂର୍ବରୁ ମୋର ସ୍ବପ୍ନ ଥିଲା। ଭଗବାନଙ୍କ ଆଶୀର୍ବାଦରୁ ମୋତେ ବମ୍ବେ ଭଳି ସ୍ଥାନରେ ନବାଗତ ଭାବେ ଏତେ ସଂଘର୍ଷ କରିବାକୁ ପଡ଼ିନି। ଚାକିରି ଛାଡ଼ି ପ୍ରଥମେ ଫ୍ୟାଶନ ଓ ଲାଇଫ୍‌ଷ୍ଟାଇଲ୍‌ ବ୍ଲଗର୍‌ଭାବେ ପରିଚିତ ହେବାପରେ ‘ଏମ୍‌ଏକ୍ସ ପ୍ଲେୟାର’ରେ ପ୍ରସାରିତ ଓ୍ବେବ୍‌ସିରିଜ ‘ପଓ୍ବନ୍‌ ଆଣ୍ଡ୍‌ ପୂଜା’ରେ ଅଭିନୟ କରିଥଲି। ଏହାପରେ ‘ଦିଲ୍‌ ୟେ ଜିଦ୍ଦି ହୈ’ରେ ମୋତେ ବ୍ରେକ୍‌ ମିଳିଥିଲା। ସବୁକିଛି ସ୍ବପ୍ନ ଭଳି ଲାଗିଲା। ଜି ଟିଭି ଭଳି ପ୍ଲାଟ୍‌ଫର୍ମରେ ଲିଡ୍‌ କାଷ୍ଟ୍‌ ପାଇବା ନିଶ୍ଚୟ ଏକ ବଡ଼ କଥା।
ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଜଣେ ଓଡ଼ିଆ ଭାବେ କ’ଣ ଅନୁଭବ କରନ୍ତି?
*ଓଡ଼ିଆ ଏବଂ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଥିବାରୁ ମୋତେ ବହୁତ ଖୁସି ଲାଗେ। ଓଡ଼ିଆ ଲୋକଙ୍କୁ ଇଣ୍ଡଷ୍ଟ୍ରିରେ ଦେଖିଲେ ଭଲଲାଗେ। ମୁମ୍ବାଇ ଭଳି ସ୍ଥାନରେ ଓଡ଼ିଆଙ୍କୁ ପାଇବା ବହୁତ କଷ୍ଟ। ହେଲେ ଯେତେବେଳ ଜଣେ ଓଡ଼ିଆଙ୍କ ସହ ଦେଖା ହୋଇଯାଏ ବହୁତ ଖୁସି ଓ ନିଜର ନିଜର ଲାଗେ। ଆଶା କରୁଛି ଯେ ଆଗକୁ ଯାଇ ଓଡ଼ିଶାକୁ ଜାତୀୟସ୍ତରରେ ଆହୁରି ଗୌରବାନ୍ବିତ କରିବି।
ମଡେଲିଂରେ ଆଗ୍ରହ ଅଛି କି?
*ମୁଁ ପ୍ରଥମେ ମଡେଲିଂରୁ ହିଁ କ୍ୟାରିୟର ଆରମ୍ଭ କରିଥିଲି। ଫ୍ୟାଶନ ବ୍ଲଗିଂ ମଧ୍ୟ କରୁଥିଲି। ପ୍ରଫେସନାଲ ମଡେଲ୍‌ ଭାବେ ସ୍ପଟିଫାଏ ସହ ମୋର ପ୍ରଥମ ପ୍ରୋଜେକ୍ଟ ଥିଲା। ଚାରିଆଡେ ବଡ଼ ବଡ଼ ହୋର୍ଡିଂ ଦେଖି ବହୁତ ଖୁସି ଲାଗୁଥିଲା। ଏବେ ସିରିଏଲ୍‌ ମିଳିବା ପରେ ଆଉ ସମୟ ହେଉନି। ହେଲେ ଆଗକୁ ଯାଇ ନିଶ୍ଚୟ ମଡେଲିଂ ଜାରି ରଖିବି।
ଓଡ଼ିଆ ଫିଲ୍ମରେ ସୁଯୋଗ ମିଳିଲେ ଓଡ଼ିଶା ଫେରିବେ ?
*ହଁ, ନିଶ୍ଚୟ ଆସିବି। ନିଜ ମାତୃଭାଷାରେ ଅଭିନୟ କରିବାଠାରୁ ଭଲ କଥା ଆଉ କିଛି ନାହିଁ। ଭଲ ପ୍ରୋଜେକ୍ଟ ହାତକୁ ଆସିଲେ ମୁଁ ନିଶ୍ଚିନ୍ତ କରିବି।
କ’ଣ ଖାଇବାକୁ ଭଲଲାଗେ?
*ମୁଁ ବହୁତ ବଡ଼ ଫୁଡି। ଘରେ ମମ୍ମି ଯାହା କରନ୍ତି ସବୁ ଭଲଲାଗେ। ଏହାବ୍ୟତୀତ ମୁମ୍ବାଇର ଷ୍ଟ୍ରିଟ୍‌ ଫୁଡ୍‌ ବହୁତ ପସନ୍ଦ। ଭିନ୍ନ ଭିନ୍ନ ଦେଶର ଖାଦ୍ୟ ଖାଇବାକୁ ଭଲଲାଗେ। କଣ୍ଟିନେଣ୍ଟାଲ, ଥାଇ କୁଇଜିନ୍‌ ମୋର ଫେଭରାଇଟ୍‌। ଓଡ଼ିଆ ଖାଦ୍ୟ ଭିତରେ ପଖାଳ ଭାତ ମୋର ସବୁଠୁ ପ୍ରିୟ। ଏହାସହ ଚିଙ୍ଗୁଡି ଛେଚା ମିଳିଗଲେ ବାସ୍‌ ଆଉକିଛି ଦରକାର ପଡ଼େନା। ମୋ ମାମୁ ଘର କଟକ। ଓଡ଼ିଶା ଗଲେ ମୁଁ କଟକର ଚାଟ୍‌ ଖାଇବାକୁ କେବେ ଭୁଲେନା।
ଯେଉଁମାନେ ଅଭିନୟକୁ କ୍ୟାରିୟର କରିବାକୁ ଚାହୁଁଛନ୍ତି ସେମାନଙ୍କୁ କ’ଣ କହିବେ?
*ଫେମ୍‌, ଗ୍ଲାମର୍‌କୁ ଆଶା ରଖି କେବେ ବି ଏହି ଇଣ୍ଡଷ୍ଟ୍ରିକୁ ଆସିବା କଥା ନୁହେଁ। ହେଲେ କଳା ପ୍ରତି ଯଦି ଭଲପାଇବା ଅଛି, ଏହା ତୁମର ପ୍ୟାଶନ ତା’ହେଲେ ହିଁ ଆସ। ନଚେତ୍‌ ଏଠାରେ ତିଷ୍ଠି ରହିବା ବହୁତ କଷ୍ଟକର। କଳାକାରଭାବେ ବହୁତ ପରିଶ୍ରମ କରିବାକୁ ପଡ଼ିବ। ପ୍ରତିଦିନ ଅଭ୍ୟାସ କରିବାକୁ ପଡ଼ିବ। ପ୍ରତିଦିନ ଜୀବନରୁ ସମସ୍ତଙ୍କ ଠାରୁ କିଛି ନା କିଛି ଶିଖ ଓ ତାହାକୁ ନିଜ କଳାରେ ସାମିଲ କର।
‘ଦିଲ୍‌ ୟେ ଜିଦ୍ଦି ହୈ’ର ସ୍ମରଣୀୟ ମୁହୂର୍ତ୍ତ?
*ଆମେ ଶୁୁଟିଂ କରିବାକୁ ଝାନ୍‌ସୀ ଯାଇଥିଲୁ। ଶୋ’ର କିଛିଟା ଆଉଟ୍‌ଡୋର୍‌ ଶୁୁଟ୍‌ ସେଠାରେ ହୋଇଥିଲା। ପ୍ରଥମ ଏପିସୋଡ୍‌ର ଏକ ଦୃଶ୍ୟ ଥିଲା। ମୋ ସହ ଅଭିନେତା ଭାବେ ଯିଏ ଏହି ଧାରାବାହିକରେ ଅଛନ୍ତି ତାଙ୍କ ସହ ସୁକ୍‌ମା ଡୁକ୍‌ମା ଡ୍ୟାମ୍‌ ପାଖରେ ଏକ ଦୃଶ୍ୟର ଶୁଟିଂ ହେଉଥିଲା। ହେଲେ ସେ ଡ୍ୟାମ୍‌ ଏତେ ସୁନ୍ଦର ଥିଲା ଯେ ତାହା ଉପରେ ମୋ ନଜର ହଟୁ ନ ଥିଲା। ଏହା ସାଙ୍ଗକୁ ସେ ସିନ୍‌ର କାହାଣୀ ମଧ୍ୟ ଆହୁରି ଭଲ ଥିଲା। ଆଜିଯାଏ ମୁଁ ସେ ଦୃଶ୍ୟକୁ ଭୁଲିପାରୁନି।
ପାଠକଙ୍କୁ କ’ଣ କହିବେ?
*ପାଠକଙ୍କୁ ଏତିକି କହିବି ମୋ ଶୋ’କୁ ଦେଖନ୍ତୁ। ମୋତେ ଆହୁରି ଭଲପାଇବା ଦିଅନ୍ତୁ। ଶୋ’ ହିଟ୍‌ ହେଲେ ଓଡ଼ିଶାକୁ ହିଁ ପରିଚୟ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri