ଗ୍ରାହକଙ୍କୁ ଟାଣୁଛି ଜ୍ଞାନେନ୍ଦ୍ରଙ୍କ ବିରିଚକୁଳି ଆଳୁଦମ୍‌

କେନ୍ଦୁଝର, ୬ା୬(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ସଦର ମହକୁମାରେ ବିଭିନ୍ନ ସ୍ଥାନରେ ଅନେକ ପ୍ରକାର ଜଳଖିଆ ତିଆରି ହୋଇ ବିକ୍ରି ହେଉଛି। ତେବେ ଗ୍ରାହକମାନଙ୍କ ମନମୋହୁଛି କଲେଜରୋଡରେ ଠେଲାଗାଡିରେ ବିକ୍ରି ହେଉଥିବା ବିରିଚକୁଳି ଓ ଆଳୁଦମ୍‌। ସେ ହେଲେ ଡମ୍ବୋ ଗ୍ରାମର ଜ୍ଞାନେନ୍ଦ୍ର ସାହୁ। ସକାଳ ୭ଘଟିକାରୁ ଗ୍ରାହକଙ୍କ ଭିଡ ଜମେ କଲେଜ ରୋଡସ୍ଥିତ ରାମମନ୍ଦିର ନିକଟରେ ଥିବା ଜ୍ଞାନେନ୍ଦ୍ରଙ୍କ ଠେଲା ଗାଡି ନିକଟରେ। ଏଠାରେ ବିକ୍ରି ହୁଏ ବିରିଚକୁଳି ଓ ଆଳୁଦମ୍‌। ଅନ୍ୟ କେତେକ ପ୍ରକାର ଜଳଖିଆ ତିଆରି ହେଉଥିଲେ ବି ବିରିଚକୁଳି ଓ ଆଳୁଦମ୍‌ ଚଟଣିର ସ୍ବାଦ ନିଆରା। ଯିଏ ଥରେ ଖାଇଛି ସିଏ ବାରମ୍ବାର ଆସିଛି ବୋଲି ଜ୍ଞାନେନ୍ଦ୍ର କହିଛନ୍ତି। ବିରିଚକୁଳିର ସ୍ବାଦ ଗ୍ରାହକଙ୍କୁ ଟାଣୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ। କେବଳ ସକାଳ ବେଳା ସେ ଠେଲା ଲଗାନ୍ତି। ଅପରାହ୍ନରେ ଘର ଲୋକଙ୍କୁ ସମୟ ଦେଇଥାନ୍ତି। ତାଙ୍କର ସଂସାର କହିଲେ ସ୍ତ୍ରୀ,ଗୋଟିଏ ଛୋଟ ଝିଅ,ବାପା, ମା’ ଓ ଜଣେ ଭଉଣୀ।
ତାଙ୍କ ବ୍ୟବସାୟରେ ତାଙ୍କ ବାପା ବଳରାମ ସାହୁ ଓ ମା’ ଅନୁପମା ସାହୁ ସାହାଯ୍ୟ କରନ୍ତି। ଏହି ଠେଲା ଗତ ତିନିବର୍ଷ ହେଲା ସେ ଲଗାଉଛନ୍ତି। ମାଟ୍ରିକ୍‌ ପାସ ପରେ ଏଣେତେଣେ ଛୋଟ ଚାକିରି କରି ପରିବାରର ୬ଜଣ ପ୍ରାଣୀଙ୍କ ପେଟ ପୋଷିବା ସମ୍ଭବପର ନ ହେବାରୁ ନିଜେ ବ୍ୟବସାୟ ଆରମ୍ଭ କରିଥିଲେ ଜ୍ଞାନେନ୍ଦ୍ର। ପ୍ରତିଦିନି ସବୁ ଖର୍ଚ୍ଚ ଯାଇ ୭୦୦ରୁ ୮୦୦ ଟଙ୍କା ରୋଜଗାର କରନ୍ତି ଓ ସେଥିରେ ସେ ସନ୍ତୁଷ୍ଟ ବୋଲି ପ୍ରକାଶ କରିଛନ୍ତି। ଗ୍ରାହକମାନେ ମଧ୍ୟ ତାଙ୍କ ହାତ ତିଆରି ଚକୁଳି ଓ ଆଳୁଦମ୍‌ ପ୍ରତି ବେଶ ଆଗ୍ରହ ଦେଖାନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

ପାରିବାରିକ କଳହର କରୁଣ ପରିଣତି, ସାନଭାଇ ମାଡ଼ରେ ବଡ଼ ଭାଇଙ୍କ ମୃତ୍ୟୁ ଅଭିଯୋଗ

ଭୋଗରାଇ,୧୮l୧୨ ( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ମାନକୁଣ୍ଡା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ରାସ୍ତାରେ ବାଇକ୍ ରଖାକୁ...

ନବଜାତ ଶିଶୁର ମୁଣ୍ଡ ଧରି ଶିବ ମନ୍ଦିର ସାମ୍ନାକୁ ଆସିଲା କୁକୁର: ବାହାନଗାରେ ଖେଳିଗଲା ଚାଞ୍ଚଲ୍ୟ

ବାହାନଗା,୧୬।୧୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଚିତ୍ତଳ ପଞ୍ଚାୟତର ବାଲିକିତ୍ତିରଣ ଗାଁ ରାସ୍ତାକଡ଼ରେ ନବଜାତ ଶିଶୁର ଖଣ୍ଡ ବିଖଣ୍ଡିତ ଶରୀର ପଡିଛି। ବାଲିକିତ୍ତିରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri