ମାଘମେଳାରେ ବର୍ଷା ଦାଉ

ଢେଙ୍କାନାଳ ଅଫିସ, ୯ା୨ – ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳାର ସରସ ଲୁଟି ନେଇଛି ଅଦିନିଆ ବର୍ଷା। କୋହଲା ପାଗ ସାଙ୍ଗକୁ ତୁହାକୁ ତୁହା ଲଗାଣ ବର୍ଷା ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ପାଇଁ ଦାଉ ସାଧିଛି। ଫିକା ପଡ଼ିଛି ବ୍ୟବସାୟ। ହାତବାନ୍ଧି ବସିଛନ୍ତି ବ୍ୟବସାୟୀ। ପ୍ରତିକୂଳ ପରିବେଶ ପାଇଁ ରବିବାରଠାରୁ ଦୁଇଦିନ ଧରି ହେବାକୁ ଥିବା ମହିମା ମହୋତ୍ସବକୁ ସୋମବାରକୁ ଘୁଞ୍ଚାଇ ଦିଆଯାଇଛି। ଅନ୍ୟପଟେ ଚଳିତବର୍ଷ ଦୁଇଦିନ ପୂର୍ଣ୍ଣିମା ପଡୁଛି। ତେଣୁ ୩ଦିନ ଧରି ଝାଡ଼ଦୀପ ପ୍ରଜ୍ୱଳିତ ହେବ ବୋଲି ସୂଚନା ଦିଆଯାଇଛି।
ଶୁକ୍ରବାର ପ୍ରଥମ ଦିବସରେ ପ୍ରବଳ ଥଣ୍ଡା, କୋହଲା ପବନ ମାଡ଼ ସାଙ୍ଗକୁ ବର୍ଷା ସାଧୁସନ୍ନ୍ୟାସୀ ଏବଂ ଶ୍ରଦ୍ଧାଳୁଙ୍କ ସମସ୍ୟା ବଢ଼ାଇଥିଲା। ଶନିବାର ପାଗ ସ୍ବାଭାବିକ ହୋଇଯିବ ବୋଲି ସମସ୍ତେ ଆଶା ବାନ୍ଧି ବସିଥିଲେ। ବିଶେଷକରି ଦୂରଦୂରାନ୍ତରୁ ଆସି ପସରା ମେଲାଇଥିବା ବ୍ୟବସାୟୀମାନେ ଖରାଟିଆ ପାଗକୁ ଅନାଇଥିଲେ। ହେଲେ ସମସ୍ତଙ୍କୁ ନିରାଶ ହେବାକୁ ପଡିଛି। ମହିମା ଗାଦିର ରାସ୍ତାଘାଟ କାଦୁଅରେ ଭର୍ତ୍ତି ହୋଇପଡ଼ିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦ୍ୱିତୀୟ ଦିନରେ ଜନସମାଗମ ଗତବର୍ଷ ତୁଳନାରେ ଅପେକ୍ଷାକୃତ କମ୍‌ ହୋଇଥିଲା। ଅନ୍ୟପଟେ ମାଘମେଳା ଉପଲକ୍ଷେ ଶନିବାର ମହିମା ଗାଦିରେ ଦେଶ ପୂର୍ଣ୍ଣିମା ପାଳିତ ହୋଇଛି। ମହିମା ସାଧୁ ସନ୍ନ୍ୟାସୀମାନେ ଝାଡ଼ଦୀପ ପ୍ରଜ୍ୱଳନ କରିବା ସହିତ ବିଶ୍ୱଶାନ୍ତି କାମନା କରି ଶୂନ୍ୟପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରାର୍ଥନା କରିଥିଲେ। ଏ ସଂକ୍ରାନ୍ତରେ ଯୋରନ୍ଦା ସରପଞ୍ଚ ପ୍ରଶାନ୍ତ କୁମାର ରାଉତ କୁହନ୍ତି, ଲଗାଣ ବର୍ଷା ଯୋଗୁ ସମସ୍ୟା ଉପୁଜିଛି। ବ୍ୟବସାୟୀମାନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ମେଳା ଦେଖିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କାଦୁଅ ରାସ୍ତାରେ ବାଲି, ଚିପ୍ସ ପକାଯାଇଛି। ବର୍ଷା ଯୋଗୁ ମହିମା ମହୋତ୍ସବକୁ ଗୋଟିଏ ଦିନ ଘୁଞ୍ଚାଇ ଦିଆଯାଇଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri