ଆଜି ଅନୁଗୋଳ ବ୍ଲକସ୍ତରୀୟ ମହୋତ୍ସବ

ଅନୁଗୋଳ ଅଫିସ୍‌, ୨୯।୧ – ଆସନ୍ତା ଫେବୃୟାରୀରେ ଜିଲା ମହୋତ୍ସବ ଆୟୋଜନ କରାଯିବ। ଏନେଇ ପ୍ରତି ବ୍ଲକ ସ୍ତରରେ ସଜବାଜ ଆରମ୍ଭ ହୋଇଛି। ଅନୁଗୋଳ ବ୍ଲକରେ ମଧ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ବୁଧବାର ପୂର୍ବାହ୍ନରେ ଅନୁଗୋଳ ବ୍ଲକ ବନ୍ତଳା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ମହୋତ୍ସବ କରାଯାଇ ଜିଲା ମହୋତ୍ସବ ପାଇଁ ଦଳ ବଛାଯିବାର କାର୍ଯ୍ୟକ୍ରମ ରହିଛି। ସେହିପରି ୩୦ରୁ ସାତକୋଶିଆରୁ ହିଙ୍ଗୁଳା ମହୋତ୍ସବ ପାଇଁ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି। ଏ ନେଇ ଅନୁଗୋଳ ଅତିରିକ୍ତ ଜିଲାପାଳଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ଶେଷ ପର୍ଯ୍ୟାୟ ଆଲୋଚନା ହୋଇଛି ବୋଲି ବିଡିଓ ମାୟାଧର ବେହେରା ସୂଚନା ଦେଇଛନ୍ତି। ଅନୁଗୋଳ ବ୍ଲକରେ ଥିବା ୩୪ଟି ପଞ୍ଚାୟତରୁ ୨ଟି ଲେଖାଏଁ ଦଳ ପ୍ରତିଯୋଗିତାରେ ଯୋଗଦେବେ ବୋଲି ଜଣାପଡିଛି।
ବ୍ଲକସ୍ତରୀୟ ମହୋତ୍ସବରେ ପାଲା, ଦାଶକାଠିଆ, ଦଣ୍ଡ, ସଂକୀର୍ତ୍ତନ ଓ ଓଡ଼ିଶୀ ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ଆୟୋଜନ କରିବାକୁ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତିଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ଏହି ପ୍ରତିଯୋଗିତାରେ ବିଭିନ୍ନ ଅଞ୍ଚଳରୁ ଅଂଶଗ୍ରହଣ କରିବାକୁ ଥିବା ପ୍ରତିଯୋଗୀମାନଙ୍କ ମଧ୍ୟରୁ ଶ୍ରେଷ୍ଠ ଗୋଟିଏ ଟ୍ରୁପ୍‌କୁ ବଛାଯାଇ ଜିଲା ମହୋତ୍ସବରେ ଭାଗ ନେବାକୁ ସୁଯୋଗ ପ୍ରଦାନ କରାଯିବ ବୋଲି ଅନୁଗୋଳ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ପିଡି ଅତୁଲ୍ୟ କୁମାର ଚମ୍ପତ୍ତିରାୟ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ ଓ ବିଡିଓଙ୍କ ଉପସ୍ଥିତିରେ ଏହି ବୈଠକ ଆୟୋଜନ କରାଯାଇଥିଲା। ସେହିପରି ୩୦ରେ ସାତକୋଶିଆରୁ ଜିଲାପାଳ ମନୋଜ କୁମାର ମହାନ୍ତି ମଶାଲ ଯାତ୍ରାର ଦାୟିତ୍ୱ ନେଇଥିବାରୁ ଏଥିପ୍ରତି ସମସ୍ତ ଜିଲା ଅଧିକାରୀ ସ୍ବତନ୍ତ୍ର ଦୃଷ୍ଟି ରଖିଛନ୍ତି। ସାତକୋଶିଆରୁ ମଶାଲ ବାହାରି ହିଙ୍ଗୁଳା ପୀଠକୁ ଯିବ। ମଶାଲ ଶୋଭାଯାତ୍ରାରେ କିପରି ଅଧିକ ସଂଖ୍ୟାରେ ଲୋକ ସାମିଲ ହେବେ ସେନେଇ ମଧ୍ୟ ଆଲୋଚନା ହୋଇଥିଲା। ପ୍ରତି ଛକରେ ସ୍ବୟଂ ସହାୟକ ଗୋଷ୍ଠୀ, ଜନ ପ୍ରତିନିଧି ଓ ସାଧାରଣ ଲୋକେ ମଶାଲକୁ ସ୍ବାଗତ କରିବାର ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି। ସାତକୋଶିଆରୁ ବାହାରିବାକୁ ଥିବା ମଶାଲ ଶେଭାଯାତ୍ରା ବନ୍ତଳା ପର୍ଯ୍ୟନ୍ତ ଆସିବା ପରେ ବେଡ଼ାଶାସନ ଦେଇ ମହୀଧରପୁର ପରେ ଫୁଲପଡ଼ା ଦେଇ ଖଲାରି ଅଭିମୁଖେ ଆସିବ। ଏହାପରେ କଲେଜ ଛକ ଦେଇ ସର୍କିଟ ହାଉସ ଓ ପରେ ବଅଁରପାଳ ଦେଇ ହିଙ୍ଗୁଳା ଅଭିମୁଖେ ଯାତ୍ରା କରିବ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋରେଇରୁ ଲଢ଼ିବେ ବବିଙ୍କ ମା’ ସନ୍ଧ୍ୟାରାଣୀ ଦାସ

ଭୁବନେଶ୍ୱର,୨।୫: ବିଜେଡି ପକ୍ଷରୁ ଏହାର ଶେଷ ତିନି ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋରେଇ, ଖଣ୍ଡପଡ଼ା ଏବଂ ନୀଳଗିରି ପାଇଁ...

ନାମାଙ୍କନପତ୍ର ଦାଖଲ କଲେ ଅପରାଜିତା

ଖୋର୍ଦ୍ଧା,୨ା୫: ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଗୁରୁବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ହଜାର ହଜାର ସମର୍ଥକଙ୍କ ସହ ଆସି ଖୋର୍ଦ୍ଧା...

ନଦୀରେ ବୁଡ଼ି ଶିଶୁକନ୍ୟାଙ୍କ ଜୀବନ ଗଲା

ଯାଜପୁର,୨ା୫: ଗୁରୁବାର ମା’ଙ୍କ ସହ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡ଼ି ଜଣେ ଶିଶୁକନ୍ୟାଙ୍କ ଜୀବନ ଯାଇଛି। ଏପରି ଦୁଃଖଦ ଘଟଣା ଘଟିଛି ଯାଜପୁର...

ନାମାଙ୍କନ ଦାଖଲ ବେଳେ ଅପରାଜିତା-ମନ୍ମଥଙ୍କ ସମର୍ଥକ ମୁହାଁମୁହିଁ

ଖୋର୍ଦ୍ଧା,୨ା୫: ଗୁରୁବାର ନାମାଙ୍କନପତ୍ର ଦାଖଲ ବେଳେ ଖୋର୍ଦ୍ଧା ଜିଲାପାଳଙ୍କ କାର୍ଯ୍ୟାଳୟରେ ମୁହାଁମୁହିଁ ହୋଇଛନ୍ତି ଏମ୍‌ପି ତଥା ଭାଜପା ଲୋକ ସଭା ପ୍ରାର୍ଥିନୀ ଅପରାଜିତା ଷଡ଼ଙ୍ଗୀ ଏବଂ...

ପୁଣି ଏକ ମାଈ ହାତୀର ଜୀବନ ଗଲା

କେନ୍ଦୁଝର,୨ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ବସନ୍ତପୁର ଗ୍ରାମ ନିକଟରେ ଗୁରୁବାର ଏକ ହାତୀର ମୃତଦେହ ବନ ବିଭାଗ ଉଦ୍ଧାର କରିଛି। ପ୍ରସବ ବେଦନା ଯୋଗୁ...

ନାମାଙ୍କନପତ୍ର ଦାଖଲ କଲେ ନବକୁମାର, ସରୋଜ

ବୌଦ୍ଧ,୨ା୫(ଅଜିତ କୁମାର ବାରିକ): ବୌଦ୍ଧ କଂଗ୍ରେସ ପକ୍ଷରୁ ଗୁରୁବାର ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ସରୋଜ ପ୍ରଧାନ ଏବଂ ବୌଦ୍ଧ କଂଗ୍ରେସ ପ୍ରାର୍ଥୀ ନବକୁମାର...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କଟକ,୨।୫(କାର୍ତ୍ତିକ ସାହୁ): ଚାଉଳିଆଗଞ୍ଜ ଦୁର୍ଗାମଣ୍ଡପ ନିକଟରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri