ଅଡ଼ୁଆରେ ପୁରୀ ପୋଲିସ: ଅଜଣା ମୃତଦେହକୁ ବ୍ୟବଚ୍ଛେଦ ବିନା ପୋଡ଼ିବା ପାଇଁ ଅନୁମତି, ମୃତକଙ୍କ ନାଁରେ ନିଖୋଜ ଅଭିଯୋଗ ଆଣିଲେ ସ୍ତ୍ରୀ

ପୁରୀ ଅଫିସ, ୨୯ା୧୨: ପୁରୀ ସହରରେ ଘଟିଛି ଏକ ଅଭାବନୀୟ ଘଟଣା। ମୃତ ବ୍ୟକ୍ତିଙ୍କ ନାମରେ ଥାନାରେ ହୋଇଛି ନିଖୋଜ ଅଭିଯୋଗ। ଏକ ଅଜଣା ମୃତଦେହକୁ ବ୍ୟବଚ୍ଛେଦ ବିନା ସ୍ବର୍ଗଦ୍ୱାରରେ ପୋଡ଼ିବା ଲାଗି ଅନୁମତି ଦେଇ ଅଡୁଆରେ ଫସିଛି ପୋଲିସ। ଅନ୍ୟପଟେ ସ୍ବର୍ଗଦ୍ୱାରରେ ପୋଡ଼ାଯାଇଥିବା ମୃତଦେହ ହିଁ ନିଖୋଜ ବ୍ୟକ୍ତି ବୋଲି ଫଟୋ ଦେଖି ଚିହ୍ନଟ କରିଛନ୍ତି ପରିବାର ଲୋକେ। ଏ ନେଇ ସେମାନେ ପୋଲିସ ଉପରକୁ ଅଙ୍ଗୁଳି ଉଠାଇଛନ୍ତି। କିପରି ପୋଲିସ ଏକ ଅଜଣା ମୃତଦେହ ସମ୍ପର୍କରେ କୌଣସି ଅନୁସନ୍ଧାନ ନ କରି ଏହାକୁ ପୋଡ଼ିିବା ଲାଗି ସ୍ବେଚ୍ଛାସେବୀଙ୍କ ହାତକୁ ଟେକିଦେଲା ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ସୂଚନା ଅନୁଯାୟୀ, ବାସେଳି ସାହି ପଣାପିଆ ଲେନ୍‌ର ବାସିନ୍ଦା ମମତା ପଟ୍ଟନାୟକ ଗତ ୧୮ତାରିଖରୁ ତାଙ୍କ ସ୍ବାମୀ ଓଳା ଓରଫ ହର ପଟ୍ଟନାୟକ ନିଖୋଜ ଥିବା ନେଇ ଶୁକ୍ରବାର ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ସାମ୍ନାକୁ ଆସିଛି ପ୍ରକୃତ ଘଟଣା। ଅଭିଯୋଗରେ ମମତା ଦର୍ଶାଇଛନ୍ତି ଯେ, ହର ସକାଳ ୯ଟାରେ ଘରୁ ଚାହା ପିଇ ବାହାରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ। କାକୁଡ଼ିଖାଇ ଛକରେ କୌଣସି ବ୍ୟକ୍ତିଙ୍କ ସହ ସେ ଗଣ୍ଡଗୋଳ କରିଥିବା ଅଭିଯୋଗରେ ପିସିଆର୍‌ ପୋଲିସ ତାଙ୍କ ସ୍ବାମୀଙ୍କୁ ଉଠାଇ ନେଇଥିବା ସେ ଖବର ପାଇଥିଲେ। ଗତ ୨୦ ତାରିଖରେ ଶାଶୁ ଓ ପୁଅ ସାଗର ଟାଉନ ଥାନାକୁ ଯାଇ ହରଙ୍କ ସମ୍ପର୍କରେ ପଚାରିବାରୁ ସେଭଳି କୌଣସି ବ୍ୟକ୍ତିଙ୍କୁ ଅଣାଯାଇ ନ ଥିବା ଏବଂ ସେ ଥାନାରେ ନ ଥିବା ପୋଲିସ କହିଥିଲା। ପରେ ସେମାନେ ବାସେଳିସାହି ଏବଂ ସିଂହଦ୍ୱାର ଥାନା ସମେତ ପୁରୀ ଜେଲରେ ମଧ୍ୟ ପଚାରି ବୁଝି କିଛି ଖବର ପାଇ ନ ଥିଲେ।

ଅନ୍ୟପକ୍ଷରେ ହରଙ୍କର ଜଣେ ସମ୍ପର୍କୀୟ କହିଛନ୍ତି, ହରଙ୍କ ଫଟୋ ଧରି ବିଭିନ୍ନ ସ୍ଥାନରେ ଖୋଜି ନିରାଶ ହେବା ପରେ ମେଡିକାଲରେ ଅନୁସନ୍ଧାନ କରିଥିଲୁ। ମେଡିକାଲ ଫାଣ୍ଡିରେ ଜଣେ ପୋଲିସ କର୍ମଚାରୀ କହିଲେ, ଡିସେମ୍ବର ୨୫ରେ ଷ୍ଟେଶନରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଜଣେ ବୟସ୍କ ବ୍ୟକ୍ତିଙ୍କୁ କେତେଜଣ ସ୍ଥାନୀୟ ଲୋକେ ଅଟୋ ଯୋଗେ ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ସେହି ବ୍ୟକ୍ତି ତାଙ୍କ ମୃତଦେହକୁ ନେଇ ସ୍ବର୍ଗଦ୍ୱାରରେ ପୋଡ଼ିି ଦେଇଥିବା ଶୁଣିଥିଲି। ମେଡିକାଲକୁ ଆସିଥିବା ବ୍ୟକ୍ତିଙ୍କ ଫଟୋ ଦେଖି ତାହା ହରଙ୍କର ବୋଲି ସେ ଜାଣିବାକୁ ପାଇଥିଲେ ବୋଲି ସମ୍ପର୍କୀୟ ଜଣକ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

ଏ ସଂକ୍ରାନ୍ତରେ କୁମ୍ଭାରପଡ଼ା ଥାନା ଅଧିକାରୀ କେ.ସି. ସେଠୀ କହିଛନ୍ତି, ମେଡିକାଲକୁ ଷ୍ଟେଶନ ଅଞ୍ଚଳର ଅଟୋଷ୍ଟାଣ୍ଡ ସଂଘର କେତେଜଣ ସଦସ୍ୟ ଜଣେ ବ୍ୟକ୍ତିଙ୍କୁ ନେଇ ମେଡିକାଲକୁ ଆସିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ସହ ତାଙ୍କ ଅବସ୍ଥା ଦେଖି ମୃତଦେହ ବ୍ୟବଚ୍ଛେଦ ଆବଶ୍ୟକ ନାହିଁ ବୋଲି କହିଥିଲେ। ସମ୍ପୃକ୍ତ ବ୍ୟକ୍ତି ସେଠାରେ ଭିକ ମାଗି ଚଳୁଥିଲେ। ତେଣୁ କେହି ଦାବିଦାର ନ ଥିବା ଭାବି ମୃତଦେହକୁ ନେଇ ପୋଡ଼ିିଦେବେ ବୋଲି କହିଥିଲେ। ସ୍ଥାନୀୟ ଲୋକଙ୍କ ବୟାନ ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଣିଥିବା ଲୋକଙ୍କ ବୟାନକୁ ଭିତ୍ତିକରି ସମସ୍ତ ନୀତି ନିୟମ ପ୍ରକାରେ ମୃତଦେହ ପୋଡ଼ିିବାକୁ ସେମାନଙ୍କୁ ହସ୍ତାନ୍ତର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

ନାବାଳିକା ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର, ରେଲଓ୍ବେ ଷ୍ଟେଶନରୁ ଉଦ୍ଧାର ପରେ…

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜରେ ଯୁକ୍ତ ୩ରେ ପଢୁଥିବା ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ...

ଧାନମଳା ମେଶିନରେ ପଶିଗଲା ଯୁବକଙ୍କ ହାତ, ଆଉ ତା’ ପରେ…

ମୋହନା,୧୩ା୧୨(ମନ୍ମଥ ମିଶ୍ର): ଧାନମଳା ମେଶିନରେ ହାତକଟି ଯିବାରୁ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଏଭଳି ଘଟଣା ଘଟିଛି ମୋହନା ବ୍ଲକ ଅନ୍ତର୍ଗତ ପିଣ୍ଡିକି ପଞ୍ଚାୟତ ନିଜୁମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri