କେନ୍ଦୁପତ୍ର ଗୋଦାମ ପୋଡ଼ିଲେ ମାଓବାଦୀ: ୧ କୋଟି ୯୧ ଲକ୍ଷ ୧୫ ହଜାର ଟଙ୍କାର ପତ୍ର ନଷ୍ଟ

ଚନ୍ଦାହାଣ୍ଡି, ୩୧।୫ (ଡି.ଏନ୍‌.ଏ.)
ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଅଧୀନ ଦେଓବନ୍ଧସ୍ଥିତ କେନ୍ଦୁପତ୍ର ଗୋଦାମକୁ ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀମାନେ ନିଅଁା ଲଗାଇ ଦେଇଥିବା କେନ୍ଦୁପତ୍ର ବିଭାଗ ତରଫରୁ ସୂଚନା ଦିଆଯାଇଛି। ଗୁରୁବାର ବିଳମ୍ବିତ ରାତିରେ ୩୦ରୁ ଊର୍ଦ୍ଧ୍ୱ ସଶସ୍ତ୍ର ମାଓବାଦୀ ଦେଓବନ୍ଧ କେନ୍ଦୁପତ୍ର ଗୋଦାମକୁ ଯାଇଥିଲେ। ପାଖାପାଖି ୨୦ରୁ ଊର୍ଦ୍ଧ୍ୱ ମାଓବାଦୀ କେନ୍ଦୁପତ୍ର ଗୋଦାମ ପାଚେରି ଚତୁଃପାର୍ଶ୍ୱରେ ଜଗି ରହିଥିବା ବେଳେ ୧୦ ମାଓବାଦୀ ଗୋଦାମ ଭିତରେ ପ୍ରବେଶ କରିଥିଲେ। ଗୋଦାମ ସମ୍ମୁଖରେ ଥିବା କାର୍ଯ୍ୟାଳୟରେ ପହଞ୍ଚି କବାଟ ବାଡେଇଥିଲେ। ଚନ୍ଦାହାଣ୍ଡି କେନ୍ଦୁପତ୍ର ବିଭାଗର ଗାର୍ଡ କୃଷ୍ଣ ଚନ୍ଦ୍ର ପୂଜାରୀ, ଦଣ୍ଡାମୁଣ୍ଡା ଫରେଷ୍ଟର ସନ୍ତୋଷ କୁମାର ଶିରା ଓ ରାତ୍ର ଜଗୁଆଳି ଘାସିରାମ ପୁତ୍ତର୍ର୍ି ବାହାରକୁ ଆସିଥିଲେ। ମାଓବାଦୀମାନେ ସେମାନଙ୍କୁ ଦୂରକୁ ଡାକିନେଇ ହିନ୍ଦୀ ଭାଷାରେ କଥା ହୋଇଥିଲେ। ଆମ୍ଭେ ତୁମ୍ଭମାନଙ୍କର କିଛି କରିବୁ ନାହିଁ, ତୁମର ଠିକାଦାର କିଏ ଓ କେଉଁଠି ରହୁଛି ବୋଲି ପଚାରିଥିଲେ। ଠିକାଦାର ଏଠି ରହୁନାହିଁ କହିବାରୁ କେନ୍ଦୁପତ୍ର ଗୋଦାମର ଚାବି ମାଗିଥିଲେ। ଚାବି ଆମପାଖରେ ନାହିଁ ବୋଲି ସେମାନେ କହିଥିଲେ। ଏହା ପରେ ମାଓବାଦୀମାନେ ଗୋଦାମର ତାଲା ଭାଙ୍ଗି ନିଅଁା ଲଗାଇଦେଇଥିବା ଉକ୍ତ କର୍ମଚାରୀମାନେ ପ୍ରକାଶ କରିଛନ୍ତି। ମାଓବାଦୀମାନେ ଚାଲିଯିବା ପରେ କର୍ମଚାରୀମାନେ ରେଞ୍ଜର ଚକ୍ରଧର ରାଜୁଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ସେ ପୋଲିସ ଏବଂ ବିଏସ୍‌ଏଫ୍‌ଙ୍କୁ ଖବର ଦେଇଥିଲେ। ଦମକଳ ବାହିନୀ ରାତି ପ୍ରାୟ ୨ଟାରୁ ନିଆଁ ଲିଭାଇବାରେ ନିୟୋଜିତ ହୋଇ ଶୁକ୍ରବାର ଅପରାହ୍ନ ସୁଦ୍ଧା ଏହାକୁ ଆୟତ୍ତ କରିଥିଲେ। ଉକ୍ତ ଗୋଦାମର ୯ଟି ଗୃହରେ ୨୦୧୭ ମସିହାର ୧୫୭୫ ବସ୍ତା ରହିଥିଲା। ଚଳିତ ବର୍ଷର କେନ୍ଦୁପତ୍ର ମିଶି ମୋଟ ୧ କୋଟି ୯୧ ଲକ୍ଷ ୧୫ ହଜାର ଟଙ୍କାର ପତ୍ର ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ ହେଇଯାଇଛି। ଚନ୍ଦାହାଣ୍ଡି ଥାନା ଅଧିକାରୀ ବି.ଏମ୍‌. ସେଠୀ ଓ ବିଏସ୍‌ଏଫ୍‌ ଯବାନ ଘଟଣାର ତଦନ୍ତ କରୁଛନ୍ତି। ସନ୍ତୋଷ କୁମାର ଶୀରା ଏ ସମ୍ପର୍କରେ ଚନ୍ଦାହାଣ୍ଡି ଥାନାରେ ଏତଲା ଦେଇଛନ୍ତି। ଥାନାରେ ନଂ. ୪୬/୧୯ରେ ମାମଲା ରୁଜୁ ହୋଇଛି। ଇନ୍ଦାଗାଁଓ ମାଓବାଦୀ ଏରିଆ କମିଟି ମୁଖ୍ୟ ଲଳିତା ଓ ତାଙ୍କ ସହକର୍ମୀମାନେ ଏହା କରିଥିବା ଉମରକୋଟ ଏସିଡିପିଓ ହରେକୃଷ୍ଣ ପାଢୀ ସୂଚନା ଦେଇଛନ୍ତି। ଚନ୍ଦାହାଣ୍ଡି ବ୍ଲକରେ ଘଟଣାଟି ପ୍ରଥମ ଥର ପାଇଁ ହୋଇଥିବାରୁ ଲୋକେ ଭୟଭୀତ ହୋଇପଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷର ରିପୋର୍ଟ କାର୍ଡ ଦେଲେ ସପ୍ତଗିରି

ରାୟଗଡ଼ା,୨୮ା୪(ଆଶିଷ ରଞ୍ଜନ ପଣ୍ଡା)କୋରାପୁଟ ଏମ୍‌ପି ସପ୍ତଗିରି ଉଲାକାଙ୍କ ରାୟଗଡ଼ାସ୍ଥିତ ବାସଭବନରେ ଶନିବାର ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ା ଉକ୍ତ ସମ୍ମିଳନୀରେ ଏମ୍‌ପି ସପ୍ତଗିରି...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

ନାବାଳିକା ଛାତ୍ରୀ ଅପହରଣ ମାମଲାରେ ଓଡ଼ିଆ ଅଧ୍ୟାପକ ଗିରଫ

ରାୟଗଡ଼ା,୨୪/୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ଜଣେ ଓଡ଼ିଆ ଅଧ୍ୟାପକଙ୍କୁ ନାବାଳିକା ଅପହରଣ ଓ ପ୍ରଲୋଭନ ପୋଲିସ ଗିରଫ କରିଥିବା ଜଣାପଡ଼ିଛି । ମିଳିଥିବା...

ନିୟମଗିରିରେ ଡଙ୍ଗରିଆଙ୍କ ମେଳି,ଦାବି ପୂରଣ ନ ହେଲେ ଭୋଟ ବର୍ଜନ

ରାୟଗଡ଼ା,୨୧।୩(ଆଶିଷ ରଞ୍ଜନ ପଣ୍ଡା): ନିୟମଗିରି ଅଞ୍ଚଳର ପ୍ରାୟ ୩୮ଖଣ୍ଡ ଗାଁର ଶତାଧିକ ଡଙ୍ଗରିଆ ମହିଳାପୁରୁଷ ନିୟମଗିରି ଅଞ୍ଚଳର ପାରସାଲି ପଞ୍ଚାୟତ ନିକଟରେ ଏକତ୍ରିତ ହୋଇଥିଲେ। ଉକ୍ତ...

ରାୟଗଡ଼ାରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ରାୟଗଡ଼ା,୨୧।୪(ଆଶିଷ ରଞ୍ଜନ ପଣ୍ଡା)ଆଗାମୀ ସାଧାରଣ ନିର୍ବାଚନରେ ୩ ପ୍ରମୁଖ ଦଳ ନିଜ ନିଜର ହେଭିୱେଟ୍‌ ନେତାଙ୍କୁ ନେଇ ଅଞ୍ଚଳରେ ପ୍ରଚାର ପାଇଁ ଯୋଜନା ଚଳାଇଛନ୍ତି। ତେବେ...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ନଳକୂପରୁ ବାହାରୁନି ପାଣି, ଝରଣା ଭରସା

ରାୟଗଡ଼ା,୮।୪(ଆଶିଷ ରଞ୍ଜନ ପଣ୍ଡା): ଗ୍ରୀଷ୍ମଋତୁ ଆରମ୍ଭରୁ ରାୟଗଡ଼ା ଜିଲାରେ ପାନୀୟ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସ୍ବାଧୀନତାର ୭୫ ବର୍ଷ ପରେ ଆଜି ବି...

ଜିଲା ବିଜେଡିରେ ବଡ଼ ପରିବର୍ତନ, ଭେଟରାନ ନେତାଙ୍କୁ ସଭାପତି ଦାୟିତ୍ୱ

ରାୟଗଡା,୫।୪(ଆଶିଷ ରଞ୍ଜନ ପଣ୍ଡା): ନିର୍ବାଚନକୁ ଆଉ ମାସେ ସମୟ ରହିଥିବା ବେଳେ ଜିଲା ବିଜେଡିରେ ପରିବର୍ତନ । ଯାହାକୁ ନେଇ ଜିଲାରେ ହଟଚମଟ ସୃଷ୍ଟି ହୋଇଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri