ଲୋକଙ୍କ ବିଶ୍ୱାସ ଜିତିଛି ଛାପା ଗଣମାଧ୍ୟମ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ): ଗଣମାଧ୍ୟମ ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ନୁହେଁ। ଆମ ଦେଶର ଗଣତନ୍ତ୍ର ୩ଟି ସ୍ତମ୍ଭ ଉପରେ ଛିଡ଼ାହୋଇଛି। ହେଲେ ଦେଶର ଏବେକାର ପରିସ୍ଥିତିରେ ଗଣମାଧ୍ୟମର ଭୂମିକା ବଢ଼ିଯାଇଛି। ଯେଉଁଠି ଖୋଦ୍‌ ସରକାର ଇଣ୍ଟରନେଟ୍‌ ସେବା ବନ୍ଦ କରି କଶ୍ମୀର ଓ ଆସାମ ଭଳି ଦେଶର ବିଭିନ୍ନ ଅଙ୍ଗକୁ ମୂଳଭୂମିଠାରୁ ବିଚ୍ଛିନ୍ନ କରିଦେଉଛନ୍ତି, ସେଭଳିସ୍ଥଳେ ନିରପେକ୍ଷ ଗଣମାଧ୍ୟମର ଦାୟିତ୍ୱ ବଢିଯାଇଛି ବୋଲି ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ‘ମୁଖ୍ୟଧାରାର ଗଣମାଧ୍ୟମ ବନାମ ସାମାଜିକ ଗଣମାଧ୍ୟମ’ ଶୀର୍ଷକକୁ ନେଇ ଅନୁଷ୍ଠିତ ଆଲୋଚନାଚକ୍ରରେ ବକ୍ତାଭାବେ ଯୋଗଦେଇ ସତପଥୀ କହିଥିଲେ, ଭାରତ ସହ ସମସ୍ତ ଏସୀୟ ରାଷ୍ଟ୍ରରେ ଆଜି ବି ଛାପା ଗଣମାଧ୍ୟମର ଚାହିଦା ରହିଛି। ଆଗାମୀ ଏକ ଦଶନ୍ଧି ପର୍ଯ୍ୟନ୍ତ ଲୋକେ ଛାପା ଗଣମାଧ୍ୟମକୁ ଭରସା କରିବେ। ଦେଶର ଅର୍ଥନୀତି ଓ ରାଜନୈତିକ ପରିସ୍ଥିତିରେ ଏବେ ବଡ଼ ସଂକଟ ଦେଖାଦେଇଛି। ଏଭଳି ଘଡ଼ିସନ୍ଧି ସମୟରେ ବୈଦ୍ୟୁତିକ ଗଣମାଧ୍ୟମ ଉପରୁ ଲୋକଙ୍କ ଭରସା ଉଠିଯାଇଥିବାବେଳେ ଛାପା ଗଣମାଧ୍ୟମକୁ ଲୋକେ ପୁଣିଥରେ ବିଶ୍ୱାସ କରିଛନ୍ତି। ସାମାଜିକ ଗଣମାଧ୍ୟମ ଧୀରେ ଧୀରେ ବୈଦ୍ୟୁତିକ ଗଣମାଧ୍ୟମର ଶୂନ୍ୟସ୍ଥାନକୁ ପୂରଣ କରୁଥିବା ବେଳେ ଆଗାମୀ ଭବିଷ୍ୟତରେ ପରସ୍ପରର ସହଯୋଗ ମାଧ୍ୟମରେ ଛାପା ଓ ସାମାଜିକ ଗଣମାଧ୍ୟମ ତିଷ୍ଠି ରହିବେ ବୋଲି ସେ କହିଥିଲେ।
ମାସିକ ପତ୍ରିକା ‘ଅଧିକାର’ ପକ୍ଷରୁ ସୋମବାର ଜୟଦେବ ବିହାରସ୍ଥିତ ଉତ୍କଳମଣି ହଲ୍‌ରେ ଆୟୋଜିତ ଏହି ଆଲୋଚନାଚକ୍ରରେ ଅନ୍ୟତମ ବକ୍ତାଭାବେ ଯୋଗଦେଇ ନ୍ୟୁଜ୍‌କ୍ଲିକ୍‌ର ସମ୍ପାଦକ ପ୍ରବୀର ପୁରକାୟସ୍ଥ ମିଥ୍ୟା ଖବର ବର୍ତ୍ତମାନ ସାମାଜିକ ଗଣମାଧ୍ୟମର ସବୁଠାରୁ ବଡ଼ ସମସ୍ୟା ବୋଲି କହିଥିଲେ। କମ୍‌ ସମୟ ମଧ୍ୟରେ ଅଧିକ କ୍ଲିକ୍‌ ହେଉଥିବା ଖବର ଅଧିକ ଲାଭ ଦେଉଥିବାରୁ ଜାଣିଶୁଣି ମିଥ୍ୟା ଖବରର ପ୍ରସାରଣ କରାଯାଏ। ଉଭୟ ଗଣମାଧ୍ୟମ ଓ ଗଣତନ୍ତ୍ର ପାଇଁ ଏହା ଏକ ବଡ଼ ବିପଦ ହୋଇଥିବାରୁ ଲୋକେ ଏହାକୁ ବିରୋଧ କରିବା ଉଚିତ ବୋଲି ସେ କହିଥିଲେ। ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରି ଭାଜପା ତାକୁ ନିର୍ବାଚନୀ ଫାଇଦା ପାଇଁ ବ୍ୟବହାର କରିବା ସହ ଉକ୍ତ ତଥ୍ୟକୁ ବିକ୍ରି ଏବଂ ନିଲାମ କରାଯାଉଛି। ଇଲେକ୍ସନ ବଣ୍ଡ୍‌ ଜରିଆରେ ଭାଜପା ସର୍ବାଧିକ ଲାଭବାନ୍‌ ହୋଇଥିବାବେଳେ ନିଜ ଆଇଟି ସେଲ୍‌ର ଦୁରୁପଯୋଗ କରି ସୋସିଆଲ ମିଡିଆରେ ବିଷ ବାଣ୍ଟୁଛି ବୋଲି ସେ କହିଥିଲେ। ଆଲୋଚନାଚକ୍ରରେ ଈପ୍‌ସିତା ପତି ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ‘ଅଧିକାର’ର ସମ୍ପାଦକ ଜନାର୍ଦ୍ଦନ ପତି ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମ ମଧ୍ୟରେ ରହିଥିବା ତଫାତ୍‌ ସମ୍ପର୍କରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri