Posted inଜାତୀୟ

ଭାଜପା କୋର୍‌ କମିଟି ବୈଠକରେ ଯୋଗ ଦେଲେନି ପଙ୍କଜା ମୁଣ୍ଡେ

ମୁମ୍ବାଇ,୧୧।୧୨: ଭାଜପାର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଗୋପୀନାଥ ମୁଣ୍ଡେଙ୍କ ଝିଅ ପଙ୍କଜା ମୁଣ୍ଡେଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ସେ ଖୁବ୍‌ଶୀଘ୍ର ଦଳ ଛାଡିବେ ବୋଲି ଆଲୋଚନା ହେଉଛି। ସେ ମଙ୍ଗଳବାର ଭାଜପା ପକ୍ଷରୁ ଆୟୋଜିତ କୋର୍‌ କମିଟି ବୈଠକରେ ଯୋଗ ଦେଇନାହାନ୍ତି। ଡିସେମ୍ବର ୧୨ରେ ଗୋପୀନାଥଗଡରେ ଆୟୋଜିତ ହେବାକୁ ଥିବା ସଭା ପାଇଁ ବ୍ୟସ୍ତ ଥିବାରୁ ସେ ବୈଠକରେ ଯୋଗଦେଇ ନ ଥିବା ପଙ୍କଜା ସଫେଇ ଦେଇଛନ୍ତି। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ତିନି ଦିନରେ ଫଡନବିସ ସରକାର ଭାଙ୍ଗିବା ପରେ ଭାଜପାରେ ବିଦ୍ରୋହ ଦେଖାଦେଇଛି। ଯଦିଓ ସେ ସିଧାସଳଖ ଭାଜପା କିମ୍ବା ଫଡନବିସଙ୍କ ବିରୋଧରେ କିଛି କହି ନାହାନ୍ତି, ହେଲେ ତାଙ୍କ ପଦକ୍ଷେପ ଅନ୍ୟ କିଛି ସଙ୍କେତ ଦେଇଛି। ଡିସେମ୍ବର ୧୨ ତାରିଖରେ ଗୋପୀନାଥ ମୁଣ୍ଡେଙ୍କ ଜନ୍ମଦିନ। ଏହି ଦିନ ପଙ୍କଜା ନିଜ ସମର୍ଥକମାନଙ୍କୁ ଡାକିଛନ୍ତି। ସମର୍ଥକମାନଙ୍କ ସହ ସେ ଆଲୋଚନା କରିବେ। ୧୦ ଦିନ ଭିତରେ ବଡ ନିଷ୍ପତ୍ତି ନେବେ ବୋଲି ପଙ୍କଜା ନିଜ ଫେସବୁକରେ ପୋଷ୍ଟ କରି କହିଥିଲେ। ପଙ୍କଜା ମୁଣ୍ଡେ ଏଥର ନିର୍ବାଚନ ହାରିଛନ୍ତି। ମହାରାଷ୍ଟ୍ର ପରଲି ଆସନରୁ ସେ ନିର୍ବାଚନ ଲିଥିଲେ। ତାଙ୍କ ବିପକ୍ଷରେ ଧନଞ୍ଜୟ ମୁଣ୍ଡେ ଏନସିପିରୁ ପ୍ରାର୍ଥୀ ହୋଇଥିଲେ। ଧନଞ୍ଜୟ ହେଉଛନ୍ତି ପଙ୍କଜାଙ୍କ ଭାଇ। ପଙ୍କଜାଙ୍କୁ ସେ ୩୦ ହଜାରରୁ ଅଧିକ ଭୋଟରେ ପରାଜିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଜପତି ଜିଲାର ନୂଆ ଜିଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ

ଗଜପତି(ଗିରିଧାରୀ ପରିଛା):୦୨/୦୧- ଗଜପତି ଜିଲ୍ଲାର ନୂଆ ଜିଲ୍ଲାପାଳ ହେଲେ ଅକ୍ଷୟ ସୁନିଲ ଅଗ୍ରୱାଲ । ନୂଆବର୍ଷରେ ନିଯୁକ୍ତି ଦେଇଛନ୍ତି ସରକାର । ଗତ କିଛି ଦିନ...

ଭାରତରେ ବ୍ୟାପିଲା ବାର୍ଡ ଫ୍ଲୁ ସଂକ୍ରମଣ; ଏହିସବୁ ରାଜ୍ୟରେ ଜାରି ହେଲା ସତର୍କତା

ନୂଆଦିଲ୍ଲୀ,୨।୧: କେରଳର ଆଲପୁଜା ଏବଂ କୋଟାୟମ ସମେତ କିଛି ଅଞ୍ଚଳରେ ବାର୍ଡ ଫ୍ଲୁ ବା ପକ୍ଷୀ ଜ୍ୱର ମାମଲା ଚିହ୍ନଟ ହୋଇଛି। ଏହାକୁ ଦୃଷ୍ଟିରେ ରଖି...

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ଉମର ଖଲିଦ୍‌ଙ୍କୁ ଚିଠି ଲେଖିଲେ NYC ମେୟରଙ୍କ ସମେତ ୮ ଆମେରିକୀୟ ସାଂସଦ, ଭାରତକୁ କଲେ ବଡ ଅପିଲ୍

ନୂଆଦିଲ୍ଲୀ,୨।୧: ୨୦୨୦ ଦିଲ୍ଲୀ ଦଙ୍ଗା ମାମଲାରେ ପାଞ୍ଚ ବର୍ଷରୁ ଅଧିକ ସମୟ ଧରି ଜେଲରେ ଥିବା ଉମର ଖାଲିଦ୍‌ଙ୍କୁ ଆମେରିକାରୁ ଆସିଛି ସମର୍ଥନର ଚିଠି। ୟୁଏପିଏ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri