ଦରମାରେ ପାଠାଗାର ପାଇଁ ଗୀତା କିଣିଥିଲି

ସାମାଜିକ କର୍ମୀ ତଥା ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାରର ପ୍ରତିଷ୍ଠାତା ସଞ୍ଜୟ ସାହୁ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି…
ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଦୁରୁଦୁରା ଗାଁରେ ମୋ ଜନ୍ମ। ଦୁରୁଦୁରା ଉଚ୍ଚ ବିଦ୍ୟାଳୟରୁ ୨୦୦୪ରେ ମାଟ୍ରିକ୍‌ ପାସ୍‌ କରି କବି ଯଦୁମଣି ସଂସ୍କୃତ ମହାବିଦ୍ୟାଳୟରେ ସଂସ୍କୃତରେ ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ପଢିଥିଲି। ସ୍କୁଲ୍‌ ପଢାବେଳୁ ବିଭିନ୍ନ ଖବରକାଗଜରୁ ଐତିହ୍ୟ, ସଂସ୍କୃତି, ପରମ୍ପରା ସମ୍ପର୍କିତ ଲେଖା, ପଶୁପକ୍ଷୀ ଉପରେ ପ୍ରକାଶ ପାଉଥିବା ବିଭିନ୍ନ କୌତୁକିଆ ବିଷୟ ଏବଂ କୁଇଜ୍‌ ଇତ୍ୟାଦିକୁ କାଟି ରଖିବାର ଏକ ନିଆରା ଅଭ୍ୟାସ ମୋର ଆରମ୍ଭ ହୋଇଥିଲା। ସେହିପରି ବୋଉ ପାଖରୁ କେତୋଟି ବିଶିଷ୍ଟ ବ୍ୟକ୍ତିଙ୍କ ମୁଣ୍ଡ ଚିହ୍ନ ଥିବା ମୁଦ୍ରା ପାଇବା ପରେ ବିରଳ ମୁଦ୍ରା ସଂଗ୍ରହ କରିବାର ନିଶା ମୋତେ ଘାରିଲା। କ୍ରମେ ବିଭିନ୍ନ ପ୍ରକାର ଦିଆସିଲି ଖୋଳ, ଡାକଟିକଟ, ଖବରକାଗଜ, ମାଗାଜିନ୍‌ ଇତ୍ୟାଦି ସଂଗ୍ରହ କଲି। ମୋର ଏହି ଅଭ୍ୟାସ ବିଷୟରେ କ୍ରମେ ଆମର ପଡ଼ୋଶୀ, ମୋ ସାଙ୍ଗସାଥୀ ଓ ଶିକ୍ଷକମାନେ ଜାଣିଲେ ଆଉ ଆବଶ୍ୟକସ୍ଥଳେ ମୋତେ ଏସବୁ ସଂଗ୍ରହ କରିବାରେ ସାହାଯ୍ୟ ବି କଲେ। ଧୀରେ ଧୀରେ ମୋ ପାଖରେ ସଂଗୃହିତ ଜିନିଷର ମାତ୍ରା ବୃଦ୍ଧି ପାଇବାରୁ ମୁଁ ଏକ ସଂଗ୍ରହାଳୟ ଗଢ଼ିବାକୁ ଚିନ୍ତା କରି ୨୦୦୯ରେ ଆମ ଘରେ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ନାମରେ ଏକ ଅନୁଷ୍ଠାନ ପ୍ରତିଷ୍ଠା କଲି। ଏହି ଅନୁଷ୍ଠାନଟି ଗଢିବା ପରେ ମୋତେ ଏକ ନିଆରା ପରିଚିତି ମିଳିଲା। ଆଖପାଖର ଲୋକେ ସଂଗ୍ରହାଳୟକୁ ବୁଲି ଆସିଲେ। ଏପରି କି ଯଦି କୌଣସି ବ୍ୟକ୍ତିଙ୍କୁ ସଂଗ୍ରହାଳୟରେ ରଖିବା ଭଳି କିଛି ବି ଜିନିଷ ମିଳୁଥିଲା, ସେମାନେ ଆଣି ମୋତେ ଦେଉଥିଲେ। ତା’ସହିତ ମୁଁ ବି ବିଭିନ୍ନ ଆଡେ ବୁଲି ଜିନିଷ ସଂଗ୍ରହ କରୁଥିଲି। ଜାଣି ଆଶ୍ଚର୍ଯ୍ୟ ହେବେ, ମୋ ସଂଗ୍ରହାଳୟରେ ସ୍ଥାନ ପାଇଥିବା ଅନେକ ଜିନିଷକୁ ମୁଁ ବିଭିନ୍ନ ଅଳିଆ ଗୋଦାମରୁ ଗୋଟେଇ ଆଣି ସାଇତି ରଖିଛି। ଏଥିପାଇଁ ମୋତେ ଅନେକ ଟାହିଟାପରା ବି ଶୁଣିବାକୁ ପଡିଛି। ହେଲେ ସେସବୁକୁ ମୁଁ କେବେ ମନକୁ ନେଇନି କି ଦୁଃଖ ବି କରିନି। ବରଂ ଏହାକୁ ମୋ ଜୀବନର ଏକ ଲକ୍ଷ୍ୟ ଭାବି ଆଗେଇ ଚାଲିଲି। କେବଳ ସଂଗ୍ରହାଳୟ କଥା ନୁହେଁ ବିଭିନ୍ନ ପ୍ରକାରର ସମାଜମଙ୍ଗଳ କାମରେ ବି ନିଜକୁ ହଜାଇଦେଲି। କାହାର ରକ୍ତ ଦରକାର, କାହାକୁ ଡାକ୍ତରଖାନା ନିଆହେବ, କେଉଁଠି ଗଛ ଲଗାହେବ, କେଉଁଠି ପୋଖରୀ ସଫା ହେବ, ଆହତ ପଶୁପକ୍ଷୀଙ୍କୁ କେମିତି ଚିକିତ୍ସା କରାହେବ ଇତ୍ୟାଦି କାମ କରୁକରୁ କେମିତି ସମୟ ଅତିବାହିତ ହୋଇଯାଉଥିଲା ନିଜେ ବି ଜାଣି ପାରୁ ନ ଥିଲି। ଘରର ବଡ଼ପୁଅ ହୋଇ ବି ଘରର ଦାୟିତ୍ୱ କିଛି ନେଇପାରୁ ନ ଥିଲି। ଏପଟେ ବାପାବୋଉଙ୍କୁ କଷ୍ଟ ଲାଗୁଥିଲେ ବି ମୋର ଏମିତି ପରୋପକାର କାମକୁ ଦେଖି ସେମାନେ ମୋତେ କିଛି କହି ପାରୁ ନ ଥିଲେ। ତା’ଭିତରେ ମୋ ବାହାଘର ଠିକ୍‌ ହୋଇଗଲା। ତେଣୁ ବାଧ୍ୟ ହୋଇ ଏକ ଘରୋଇ ବ୍ୟାଙ୍କରେ ଫିଲ୍‌ଡ ଅଫିସର୍‌ ଭାବେ ଚାକିରି କଲି। ସେଠାରୁ ପ୍ରଥମ ମାସ ଯେଉଁ ଦରମା ପାଇଲି, ସେଥିରେ ବୋଉ ପାଇଁ ବ୍ରହ୍ମପୁରୀ ଲୁଗା, ବାପାଙ୍କ ପାଇଁ ଲୁଙ୍ଗି ଏବଂ ପାଠାଗାରରେ ରଖିବା ପାଇଁ ଶ୍ରୀମଦ ଭଗବଦ୍‌ ଗୀତା କିଣି ଆଣିଥିଲି। ବାପା, ବୋଉ ବହୁତ ଖୁସି ହୋଇଥିଲେ। ଆଉ ତାଙ୍କ ଆଶୀର୍ବାଦରୁ ଏବେ ଚାକିରି କ୍ଷେତ୍ରରେ ଉନ୍ନତି କରି ଭଞ୍ଜନଗରରେ ରିଲେଶନ୍‌ଶିପ୍‌ ମ୍ୟାନେଜର ଭାବେ କାର୍ଯ୍ୟ କରିବା ସହ ସଂଗ୍ରହାଳୟରେ ଆହୁରି ଅନେକ ବିରଳ ଜିନିଷ ସାଇତି ରଖିସାରିଲିଣି। ଯେମିତିକି ପଟଚିତ୍ର ହୋଇଥିବା ତାଳପତ୍ର ପୋଥି, ବିଭିନ୍ନ ଦେଶବିଦେଶର ଖବରକାଗଜ, ଦେଶବିଦେଶର ମୁଦ୍ରା, ୧୨୦ ପ୍ରକାରର ଧାନ, ଆଦିବାସୀମାନେ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର ମାଟିରେ ତିଆରି ଅଳଙ୍କାର ଓ ନିତ୍ୟ ବ୍ୟବହୃତ ସାମଗ୍ରୀ, ବିଭିନ୍ନ ପ୍ରକାର ଖଣିଜ ପଦାର୍ଥ, ଭାସମାନ ପଥର, ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ବ୍ୟବହୃତ ବ୍ୟାଗ୍‌ ଓ ବସ୍ତ୍ର, ବିଭିନ୍ନ ପ୍ରକାରର ମାଗାଜିନ୍‌, ଓଡ଼ିଶାର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବାର୍ଷିକ ପତ୍ରିକା, ବିଭିନ୍ନ ପ୍ରକାର ଆୟୁର୍ବେଦିକ ଚେରମୂଳି ସାମଗ୍ରୀ ଇତ୍ୟାଦି ଅନ୍ୟତମ। ତା’ସହିତ ଆଗକୁ ଉକ୍ତ ସଂଗ୍ରହାଳୟକୁ ଆହୁରି ବଡ଼ କରି ଗଢ଼ିବାକୁ ଯୋଜନା ମଧ୍ୟ କରୁଛି। ସେହିପରି ରକ୍ତଦାନ ଶିବିରର ଆୟୋଜନ କରିବା, ଆହତ ପଶୁପକ୍ଷୀଙ୍କର ଚିକିତ୍ସା କରାଇବା, ସ୍ବଚ୍ଛଭାରତ ଅଭିଯାନରେ ସାମିଲ ହେବା, ବୃକ୍ଷରୋପଣ କରିବା, ଘରଚଟିଆ ସୁରକ୍ଷା ପାଇଁ ଜନସଚେତନତା ସୃଷ୍ଟି କରିବା ଇତ୍ୟାଦି କାର୍ଯ୍ୟରେ ନିଜକୁ ସାମିଲ କରି ଆତ୍ମସନ୍ତୋଷ ବି ଲାଭ କରିପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର...

ସଲମାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣା: ମାଷ୍ଟରମାଇଣ୍ଡଙ୍କ ବିରୋଧରେ ଲୁକଆଉଟ୍‌ ସର୍କୁଲାର ଜାରି

ମୁମ୍ବାଇ,୨୭।୪: ବାନ୍ଦ୍ରାସ୍ଥିତ ବଲିଉଡ୍‌ ଅଭିନେତା ସଲମାନ ଖାନଙ୍କ ଆବାସ ବାହାରେ ହୋଇଥିବା ଗୁଳିମାଡ଼ ଘଟଣାରେ ଅନ୍‌ମୋଲ ବିଶ୍ନୋଇଙ୍କ ବିରୋଧରେ ଲୁକ୍‌ଆଉଟ୍‌ ନୋଟିସ୍‌ ଜାରି କରାଯାଇଛି। ଅନମୋଲ...

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri