ଅଜଣା ରୋଗୀଙ୍କ ପାଇଁ ବିଗୁଡୁଛି ପରିମଳ ବ୍ୟବସ୍ଥା: ସର୍ଜରି ଓ୍ବାର୍ଡରେ ବଢ଼ୁଛି ସଂକ୍ରମଣ ଭୟ

ଅନୁଗୋଳ ଅଫିସ, ୨୭।୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବଢ଼ୁଛି ରୋଗୀଙ୍କ ସଂଖ୍ୟା। ଦୈନିକ ଶତାଧିକ ରୋଗୀ ବିଭିନ୍ନ ବିଭାଗକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଅନେକ ଅଜଣା ରୋଗୀଙ୍କୁ ବି ସାମାଜିକ କର୍ମୀମାନେ ଆଣି ଓ୍ବାର୍ଡରେ ଭର୍ତ୍ତି କରୁଛନ୍ତି। ହେଲେ ସେମାନଙ୍କ ଆବଶ୍ୟକ ଯତ୍ନ ନିଆଯାଉ ନ ଥିବାରୁ ଓ୍ବାର୍ଡଗୁଡ଼ିକର ପରିମଳ ବ୍ୟବସ୍ଥା ବିଗିଡ଼ିଯାଉଛି। ଗତ ୫ଦିନ ହେଲା ସର୍ଜରି ଓ୍ବାର୍ଡ ବାରଣ୍ଡାରେ ଚିକିତ୍ସିତ ହେଉଥିବା ଜଣେ ଅଜଣା ମହିଳା ରୋଗୀଙ୍କୁ ନେଇ ଏପରି ଅବସ୍ଥା ସୃଷ୍ଟି ହୋଇଥିବାରୁ ସେଠାରେ ସଂକ୍ରମଣ ଭୟ ଦେଖାଦେଇଥିବା କେତେଜଣ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି।
ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ଅଜଣା, ଅସହାୟ ରୋଗୀଙ୍କ ସହାୟତା ପାଇଁ ହେଲ୍ପ ଡେସ୍କ ରହିଛି। ସେଥିରେ ୮ରୁ ୧୦ ଜଣ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ସେହିପରି ପରିମଳ ବ୍ୟବସ୍ଥା ପାଇଁ ସଫେଇ କର୍ମଚାରୀ ବି ରହିଛନ୍ତି। ତଥାପି ଏପରି ରୋଗୀମାନଙ୍କ ସେବା ଯତ୍ନ ନିଆଯାଇପାରୁ ନ ଥିବା ଅନେକ ସମୟରେ ଦେଖାଯାଉଛି। ୫ ଦିନ ତଳେ ସାମାଜିକ କର୍ମୀମାନେ ଆଣିଥିବା ଜଣେ ଅଜଣା ମହିଳା ରୋଗୀଙ୍କୁ ସର୍ଜରି ଓ୍ବାର୍ଡ ବାରଣ୍ଡାରେ ରଖାଯାଇଛି। ତାଙ୍କର ଚିକିତ୍ସା ଚାଲିଛି। ହେଲେ ହେଲ୍ପ ଡେସ୍କ କର୍ମଚାରୀ ତାଙ୍କର ଉପଯୁକ୍ତ ସେବା କରୁ ନ ଥିବା ବେଳେ ସଫେଇ କର୍ମଚାରୀ ମଧ୍ୟ ତାଙ୍କ କାର୍ଯ୍ୟ ଠିକ୍‌ରେ କରୁନାହାନ୍ତି। ଫଳରେ ବାରଣ୍ଡାରେ ପଡ଼ିରହିଥିବା ମହିଳା ରୋଗୀ ଜଣକ ସେହି ସ୍ଥାନରେ ମଳ ମୂତ୍ର ତ୍ୟାଗ କରୁଥିବାରୁ ଓ୍ବାର୍ଡରେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ଓ୍ବାର୍ଡ ମଧ୍ୟରେ କେତେଜଣ ଅସ୍ତ୍ରୋପଚାର ରୋଗୀଙ୍କ ଚିକିତ୍ସା ଚାଲିଥିବାରୁ ସେମାନଙ୍କ କ୍ଷେତ୍ରରେ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ନେଇ ସେମାନଙ୍କ ସମ୍ପର୍କୀୟ ଚିନ୍ତିତ ହୋଇପଡ଼ିଛନ୍ତି। ଘଟଣା ସମ୍ପର୍କରେ ମୁଖ୍ୟ ଚିକିତ୍ସାଧିକାରୀ ଦାୟିତ୍ୱରେ ଥିବା ଏଡିଏମ୍‌ଓ ପ୍ରତାପ କୁମାର ବେହେରାଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ ତୁରନ୍ତ ପଦକ୍ଷେପ ନେଇଥିଲେ। ତାଙ୍କ ନିର୍ଦ୍ଦେଶ ପରେ ସର୍ଜରି ୱାର୍ଡ ବାରଣ୍ଡା ସଫେଇ ସହ ସମ୍ପୃକ୍ତା ଅଜଣା ମହିଳା ରୋଗୀଙ୍କୁ ପରିଷ୍କାର ପରିଚ୍ଛନ୍ନ କରାଯାଇଥିଲା।
ଏ ସମ୍ପର୍କରେ ଏଡିଏମ୍‌ଓ ବେହେରା କହିଛନ୍ତି, କେତେଜଣ ସାମାଜିକ କର୍ମୀ ଅଜଣା ରୋଗୀମାନଙ୍କୁ ଆଣି ଏଠାରେ ଛାଡ଼ିଦେଇ ଚାଲିଯାଉଛନ୍ତି। ସେମାନେ ମଝିରେ ମଝିରେ ଆସି ଦେଖାଶୁଣା କରିବା କଥା। କିନ୍ତୁ ଥରଟିଏ ବି ଆସୁନାହାନ୍ତି। ହେଲ୍ପ ଡେସ୍କରେ ୮ରୁ ୧୦ ଜଣ ଥିବାବେଳେ ସଫେଇ କର୍ମଚାରୀଙ୍କ ଘରୋଇ କରଣ କରାଯାଇଛି। ସେମାନଙ୍କୁ ବିଭିନ୍ନ ଓ୍ବାର୍ଡରେ ନିୟୋଜିତ କରାଯାଇଛି। ରୋଗୀ ସଂଖ୍ୟା ତୁଳନାରେ କର୍ମଚାରୀ ସଂଖ୍ୟା କମ୍‌ ରହୁଥିବାରୁ ସେମାନେ ଅଜଣା ରୋଗୀଙ୍କୁ ସବୁବେଳେ ସମୟ ଦେବା ସମ୍ଭବ ହୋଇପାରୁ ନାହିଁ। ତେଣୁ ସାମାଜିକ କର୍ମୀମାନେ ମେଡିକାଲକୁ ଆଣୁଥିବା ଅଜଣା ରୋଗୀଙ୍କ ଯତ୍ନ ନେଇପାରିଲେ ଏପରି ଅବସ୍ଥା ସୃଷ୍ଟି ହୁଅନ୍ତା ନାହିଁ ବୋଲି ବେହେରା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭାବନୀୟ ଘଟଣା, ଶାଗ-ଚିକେନ ଖାଇ ଚାଲିଗଲା ୩ ଜଣଙ୍କ ଜୀବନ

ଅନୁଗୋଳ,୨୨ା୧୨: ଢେଙ୍କାନାଳ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଖାଦ୍ୟରେ ବିଷକ୍ରିୟା କାରଣରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ଓଡ଼ିଶାରେ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ: ମା’ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ବୋହୂ, ୮ ମାସ ତଳେ…

ଅନୁଗୋଳ,୧୮ା୧୨(ଜ୍ୟୋତିରଞ୍ଜନ ସାହୁ): ମାତ୍ର ୮ ମାସ ତଳେ ଘରକୁ ଆସିଥିବା ବୋହୂ ନେଇଛନ୍ତି ଶାଶୁଙ୍କ ଜୀବନ। ପାରିବାରିକ କଳହରୁ ମା’ ସହ ମିଶି ଶାଶୁ କୁନି...

ପୋକୁଣ୍ଡା ସେକ୍ସନରେ ଦନ୍ତା ହାତୀର ମୃତ୍ୟୁ, ତଦନ୍ତ କରୁଛି ବନବିଭାଗ

ଅନୁଗୋଳ ୧୫୲୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶି ଠାରେ ସୋମବାର ସକାଳୁ ଏକ ଦନ୍ତା ହାତୀର ମୃତଦେହ ମିଳିଛି...

ସକାଳୁ ସକାଳୁ ବାଜିଲା ଗୁଳି….

ଅନୁଗୋଳ,୧୨।୧୧(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଶିକ୍ଷକପଡ଼ା ଛକ ନିକଟରେ ଜଣେ ବ୍ୟକ୍ତିଙ୍କୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଛି ଗୁରୁତର ବ୍ୟକ୍ତଙ୍କୁ କଟକ ସ୍ଥାନାନ୍ତର...

ପାଣି ଟାଙ୍କି ଉପରେ ଚଢ଼ିଗଲା ଷଣ୍ଢ: ଆଉ ତା’ପରେ…

ଅନୁଗୋଳ ୧୦।୧୨ ( ମାନସ ବିଶ୍ୱାଳ ): ଅନୁଗୋଳ ବ୍ଲକ ବସଲା ପଞ୍ଚାୟତ ଭେରୁବଣିଆ ଗାଁର ଗ୍ରାମୀଣ ପାନୀୟ ଜଳ ଟାଙ୍କି ଉପରକୁ ଏକ ଷଣ୍ଢ...

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ବାୟୁ ପ୍ରଦୂଷଣ: ଦେଶର ୬ଷ୍ଠ ସ୍ଥାନରେ ଅନୁଗୋଳ

ଅନୁଗୋଳ,୨୭।୧୧(ଦିବ୍ୟଶାନ୍ତନୁ ନାଥ): ଅନୁଗୋଳ ଜିଲାରେ ବାୟୁର ମାନ ୩ଦିନ ହେବ ଲଗାତର ବିପଦସଂକେତ ଉପରେ ରହିଛି। ବାୟୁମଣ୍ଡଳରେ ଦିନକୁ ଦିନ ପ୍ରଦୂଷଣର ମାତ୍ରା ବୃଦ୍ଧି ହେଉଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri