Posted inଜାତୀୟ

ରାସ୍ତାକୁ ଓହ୍ଲାଇଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୬ା୧୧(ପି.ଟି.): ଦିଲ୍ଲୀରେ ପୋଲିସ-ଓକିଲ ସଂଘର୍ଷକୁ ନେଇ ସଂଗ୍ରାମ ଜାରି ରହିଛି। ପୋଲିସ କର୍ମଚାରୀମାନେ ମଙ୍ଗଳବାର ପୋଲିସ ମୁଖ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନଙ୍କୁ ମନାଇବା ପାଇଁ ୧୨ ଥର ଉଦ୍ୟମ ହୋଇଥିଲେ ମଧ୍ୟ ପୋଲିସ କର୍ମଚାରୀ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଆନ୍ଦୋଳନରୁ ଓହରି କାର୍ଯ୍ୟରେ ଯୋଗଦେବା ପାଇଁ ଦିଲ୍ଲୀ ପୋଲିସ ମୁଖ୍ୟଙ୍କ ଅନୁରୋଧକୁ ସେମାନେ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଶେଷରେ ଉପରାଜ୍ୟପାଳ(ଏଲ୍‌ଜି) ଅନିଲ ବୈଜାଲ ସମ୍ପୃକ୍ତ ଆଇନଜୀବୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ପୋଲିସ କର୍ମଚାରୀମାନେ ୧୧ ଘଣ୍ଟା ଧରି ଚଳାଇଥିବା ଆନ୍ଦୋଳନରୁ ଓହରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଏ ସଂକ୍ରାନ୍ତରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କ ନୀରବତାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଥିବାବେଳେ ପୋଲିସକୁ ଭାଜପାର ସଶସ୍ତ୍ର ଶାଖା ବୋଲି ଅଭିହିତ କରିଛି ଦିଲ୍ଲୀରେ କ୍ଷମତାସୀନ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)।
ତିସ୍‌ ହଜାରି କୋର୍ଟରେ ଶନିବାର ପାର୍କିଂକୁ ନେଇ ପୋଲିସ କର୍ମଚାରୀ ଓ ଓକିଲଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ କେତେଜଣ ଆଇନଜୀବୀ ଓ ୨୦ ପୋଲିସ କର୍ମୀ ଆହତ ହୋଇଥିଲେ। ଆଇନଜୀବୀମାନେ ଏକ ପୋଲିସ ଗାଡ଼ିକୁ ପୋଡ଼ିବା ସହ ବ୍ୟାପକ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ। ସେହିପରି ସୋମବାର ମଧ୍ୟ ଜଣେ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଥିଲା। ସାକେତ ଜିଲା କୋର୍ଟ ବାହାରେ ୟୁନିଫର୍ମ ପିନ୍ଧି ମୋଟରସାଇକେଲରେ ଯାଉଥିବା ଜଣେ ପୋଲିସ କର୍ମଚାରୀଙ୍କୁ କହୁଣୀରେ ମାରିବା ଅଭିଯୋଗରେ ଜଣେ ଆଇନଜୀବୀଙ୍କ ବିରୋଧରେ ଦୁଇଟି ଏତଲା ଦାଏର କରାଯାଇଛି। ଏହି ଆକ୍ରମଣର ପ୍ରତିବାଦରେ ମଙ୍ଗଳବାର ହଜାର ହଜାର ସଂଖ୍ୟାରେ ପୋଲିସ କର୍ମୀ ଆଇଟିଓସ୍ଥିତ ପୋଲିସ ମୁଖ୍ୟାଳୟ ବାହାରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ ଶାନ୍ତ ରହିବାକୁ ବୁଝାଶୁଝା କରିବାରୁ ସେମାନେ ‘ଆମକୁ ନ୍ୟାୟ ଦରକାର’ ଓ ‘ଗୋ ବ୍ୟାକ୍‌, ଗୋ ବ୍ୟାକ୍‌’ ସ୍ଲୋଗାନ ଦେଇଥିଲେ। ଆଉ କେତେଜଣ କର୍ମଚାରୀ ୧୯୮୮ର ଆଇନଜୀବୀ-ପୋଲିସ ସଂଘର୍ଷର ସ୍ମୃତିଚାରଣ କରି ତତ୍କାଳୀନ ଆଇପିଏସ୍‌ ଅଧିକାରୀ କିରନ ବେଦୀଙ୍କୁ ମନେପକାଇଥିଲେ। କେହି କେହି ସମ୍ପ୍ରତି ପୁଡୁଚେରୀ ଉପରାଜ୍ୟପାଳ ଥିବା କିରନଙ୍କ ଫଟୋ ଥିବା ବଡ଼ ବଡ଼ ପୋଷ୍ଟର ଧରିଥିଲେ, ଯେଉଁଥିରେ ଲେଖାଥିଲା ‘ଆମ କମିଶନର କିରନ ବେଦୀଙ୍କ ଭଳି ହେବା ଉଚିତ’। ଦିଲ୍ଲୀରେ ପୋଲିସର ଏଭଳି ବିକ୍ଷୋଭ କେବେ ଦେଖିବାକୁ ମିଳି ନ ଥିଲା। ଏହି ଆନ୍ଦୋଳନ ଯୋଗୁ ସହରର ଟ୍ରାଫିକ୍‌ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଥିଲା। ଇତିମଧ୍ୟରେ ହରିୟାଣା ଓ ବିହାର ପୋଲିସ ସଂଘ ଦିଲ୍ଲୀ ପୋଲିସ କର୍ମଚାରୀଙ୍କ ବିକ୍ଷୋଭକୁ ସମର୍ଥନ ଜଣାଇଥିଲା। ଏସବୁକୁ ଦେଖି ଦିଲ୍ଲୀ ପୋଲିସ ପକ୍ଷରୁ ଆହତ କର୍ମଚାରଙ୍କ ପାଇଁ ୨୫,୦୦୦ ଟଙ୍କା କ୍ଷତିପୂରଣ ଦିଆଯିବାକୁ ଘୋଷଣା କରାଯାଇଥିଲା।
ପୋଲିସ କର୍ମଚାରୀ ୧୦ ଦଫା ଦାବି ନେଇ ହାତରେ କଳା ପଟି ବାନ୍ଧି ବିକ୍ଷୋଭ ଚଳାଇଥିବାବେଳେ ସନ୍ଧ୍ୟା ଯାଏ ଅନେକ କର୍ମଚାରୀଙ୍କ ପରିବାର ସଦସ୍ୟ ଇଣ୍ଡିଆ ଗେଟ୍‌ ସାମ୍ନାରେ ବିକ୍ଷୋଭ କରିଥିଲେ। ଲୋକେ ସମସ୍ତ ପର୍ବକୁ ନିର୍ଭୟରେ ପାଳନ କରିପାରିବେ ବୋଲି ଦିଲ୍ଲୀ ପୋଲିସର ଅଧିକାରୀମାନେ ଦିନରାତି କାମ କରୁଛନ୍ତି। କିନ୍ତୁ ଏହି ତ୍ୟାଗ କରିବାବେଳେ ରାସ୍ତାରେ ସେମାନଙ୍କୁ ମାଡ଼ ମରାଯାଉଛି। ଆମର କିଛି ଭାବନା କି ଅଧିକାର ନାହିଁ ବୋଲି ଜଣେ ପୋଲିସ ଅଧିକାରୀଙ୍କ ସ୍ତ୍ରୀ ମୁନେଶ ଦହିୟା ପ୍ରଶ୍ନ କରିଛନ୍ତି। ଉତ୍ତ୍ୟକ୍ତ ଭିଡ଼କୁ ଦେଖି ପୋଲିସ କମିଶନର ଅମୂଲ୍ୟ ପଟ୍ଟନାୟକ ନିଜ ଅଫିସରୁ ବାହାରି ସେମାନଙ୍କ ଦାବି ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପୋଲିସକୁ ଏକ ଶୃଙ୍ଖଳିତ ବଳ ଭାବେ ବ୍ୟବହାର ଦେଖାଇବାକୁ ପଡ଼ିବ। ପୋଲିସ ଆଇନର ଅନୁପାଳନ କରୁ ବୋଲି ସରକାର ଓ ଲୋକେ ଆଶା କରନ୍ତି। ଏହା ଆମର ବଡ଼ ଉତ୍ତରଦାୟିତ୍ୱ। ଘଟଣାକୁ ନେଇ ବିଚାରବିଭାଗୀୟ ତଦନ୍ତ ଚାଲିଛି। ତେଣୁ ସମସ୍ତ କର୍ମଚାରୀ ନିଜ ନିଜ କାର୍ଯ୍ୟରେ ଯୋଗଦିଅନ୍ତୁ ବୋଲି ସେ ଅନୁରୋଧ କରିଥିଲେ। ବରିଷ୍ଠ ଅଧିକାରୀମାନେ ଏହାର ସମାଧାନ ପାଇଁ ଲାଗିଥିବା ଅମୂଲ୍ୟ ପରେ ଖବରଦାତାଙ୍କୁ କହିଥିଲେ। ତେବେ ପ୍ରଥମେ ଆମକୁ ଆମର ଖାକିର ସମ୍ମାନ ବଞ୍ଚାଇବାକୁ ହେବ। ତା’ପରେ ଯାଇ ଆମେ କାର୍ଯ୍ୟରେ ଯୋଗଦେବୁ ବୋଲି ଜଣେ ପୋଲିସ କର୍ମଚାରୀ କହିଥିଲେ। ଦିଲ୍ଲୀ ପୋଲିସରେ ୮୦ ହଜାର କର୍ମଚାରୀ ନିୟୋଜିତ ଅଛନ୍ତି। ସେମାନଙ୍କ ପାଇଁ ଏକ ସଂଘ ଗଠନ କରାଯାଉ ବୋଲି ପୋଲିସ କର୍ମୀମାନେ ଦାବି କରିଥିଲେ। ଶନିବାର ତିସ୍‌ ହଜାରି କୋର୍ଟରେ ହୋଇଥିବା ସଂଘର୍ଷ ନେଇ ଦିଲ୍ଲୀ ପୋଲିସ ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ରିପୋର୍ଟ ଦେଇଛି। ରାତିରେ ଏଲ୍‌ଜି ଅନିଲ ବୈଜାଲ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିଥିଲେ। ସେ କଡ଼ା କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେବା ପରେ ପୋଲିସ କର୍ମଚାରୀ ଆନ୍ଦୋଳନରୁ ଓହରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri