ଭିଏନା ଚୁକ୍ତିର ଉଲ୍ଲଂଘନ କରିଛି ପାକ୍‌:ଜାତିସଂଘକୁ ଜଣାଇଲେ ଆଇସିଜେ ଅଧ୍ୟକ୍ଷ

ଜାତିସଂଘ,୧।୧୧ (ଆଇଏଏନ୍‌ଏସ୍‌):ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବ ମାମଲାରେ ପାକିସ୍ତାନ ଭିଏନା ଚୁକ୍ତିର ଉଲ୍ଲଂଘନ କରିଛି। ପାକିସ୍ତାନ ଜେଲରେ ଥିବା କୁଳଭୂଷଣଙ୍କୁ ଭାରତୀୟ ଉଚ୍ଚାୟୁକ୍ତଙ୍କ ଜରିଆରେ ଆଇନଗତ ସହାୟତା ପ୍ରଦାନ ପାଇଁ ଇସ୍‌ଲାମାବାଦ ଅନୁମତି ଦେଇନାହିଁ। ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ) ଅଧ୍ୟକ୍ଷ ଜଜ୍‌ ଅବ୍‌ଦୁଲକାଓ୍ବି ଏ. ୟୁସୁଫ୍‌ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ)କୁ ଏନେଇ ଅବଗତ କରାଇଛନ୍ତି।
୧୯୩ ସଦସ୍ୟ ବିଶିଷ୍ଟ ୭୪ତମ ଅଧିବେଶନରେ ଆଇସିଜେ ମୁଖ୍ୟ ୟୁସୁଫ୍‌ ବୁଧବାର କୁଳଭୂଷଣ ମାମଲାର ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ଅବସରରେ ସମ୍ବୋଧିତ କରି ସେ କହିଛନ୍ତି, ଆଇସିଜେ ଗତ ଜୁଲାଇ ୧୭ରେ କୁଳଭୂଷଣ ମାମଲାର ରାୟ ଶୁଣାଇଛନ୍ତି। ୧୯୬୩ ଭିଏନା ଚୁକ୍ତିର ଅନୁଚ୍ଛେଦ ୩୬ରେ ଥିବା ବ୍ୟବସ୍ଥା ଅନୁସାରେ ପାକିସ୍ତାନ କୁଳଭୂଷଣଙ୍କୁ ଆଇନଗତ ସହାୟତା ଅଧିକାର ଅନୁମତି ପ୍ରଦାନ କରିନାହିଁ। ଏହା ଭିଏନା ଚୁକ୍ତିର ଉଲ୍ଲଂଘନ ବୋଲି ଶୁଣାଣି ବେଳେ ଅନ୍ତର୍ଜାତୀୟ ଅଦାଲତ ଜାଣିବାକୁ ପାଇଛନ୍ତି। ଏଥିଲାଗି ଉପଯୁକ୍ତ ଉପଚାର କରିବାକୁ ପାକିସ୍ତାନକୁ ନିର୍ଦ୍ଦେଶ ଦିଆଯାଇଛି। କୁଳଭୂଷଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିବା ପାକିସ୍ତାନୀ ସେନା ଅଦାଲତକୁ ନିଜ ରାୟର ସମୀକ୍ଷା ଓ ପୁନର୍ବିଚାର କରିବାକୁ କୁହାଯାଇଛି। ତେବେ ଆଇସିଜେଙ୍କ ରାୟର ଅନୁପାଳନ କରି ନିଜ ପ୍ରତିଶ୍ରୁତିକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରାଯାଉଛି। ଭିଏନା ଚୁକ୍ତି ଅନୁସାରେ ତାଙ୍କୁ ଅଗଷ୍ଟ ୨ରେ ଆଇନଗତ ସହାୟତା ପ୍ରଦାନ ପାଇଁ ଇସ୍‌ଲାମାବାଦରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଆମନ୍ତ୍ରଣ କରାଯାଇଥିବା ବିଷୟ ଏହାର ଦିନକ ପୂର୍ବରୁ ଆଇସିଜେଙ୍କୁ ପାକିସ୍ତାନ ଜଣାଇଥିଲା। ସେପ୍ଟେମ୍ବର ୨ରେ ଭାରତ ପକ୍ଷରୁ ଗୌରବ ଆହଲୁଓ୍ବାଲିଆ ପାକିସ୍ତାନୀ ଜେଲ୍‌ରେ କୁଳଭୂଷଣଙ୍କୁ ଭେଟିଥିଲେ। ୨୦୧୬ରେ କୁଳଭୂଷଣ ଗିରଫ ହେବା ପରେ ଏହା ହେଉଛି ଏହି ଧରଣର ପ୍ରଥମ ସହାୟତା ବୋଲି ଆଇସିଜେ ଅଧ୍ୟକ୍ଷ ୟୁସୁଫ୍‌ କହିଛନ୍ତି। ପ୍ରକାଶ ଯେ, ୪୯ ବର୍ଷୀୟ ଅବସରପ୍ରାପ୍ତ ନୌସେନା ଅଧିକାରୀ ଇରାନକୁ ବ୍ୟବସାୟ ପାଇଁ ଯାଇଥିବାବେଳେ ପାକିସ୍ତାନ ତାଙ୍କୁ ଅପହରଣ କରିନେଇଥିଲା। ୨୦୧୭ ଏପ୍ରିଲରେ କୁଳଭୂଷଣଙ୍କୁ ଗୁପ୍ତଚର ବୃତ୍ତି ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଭିଯୋଗରେ ପାକିସ୍ତାନର ଏକ ସାମରିକ ଅଦାଲତ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲା। ଭାରତ ଏହି ରାୟକୁ ଆଇସିଜେରେ ଚ୍ୟାଲେଞ୍ଜ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri