ଏଫ୍‌ଏସ୍‌ଏସ୍‌ଏଆଇ ରିପୋର୍ଟ: ବିଷାକ୍ତ ହେଉଛି ଦୁଗ୍ଧ; ପରୋକ୍ଷରେ କର୍କଟ ରୋଗକୁ ନିମନ୍ତ୍ରଣ

ଭୁବନେଶ୍ୱର,୨୦ା୧୦(ବ୍ୟୁରୋ): ଖାଦ୍ୟପେୟରେ ଦୁଗ୍ଧ ଏକ ପ୍ରମୁଖ ଉପାଦାନ। ପିଲାଠାରୁ ଆରମ୍ଭ କରି ବୟସ୍କ ସମସ୍ତେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଖାଇବାକୁ ପସନ୍ଦ କରନ୍ତି। ତେବେ ଅଧିକ ମୁନାଫା କମାଇବା ଆଶାରେ କେତେକ ଦୁଗ୍ଧ ବ୍ୟବସାୟୀ ମାରାତ୍ମକ ବିଷାକ୍ତ ପଦାର୍ଥକୁ ଏଥିରେ ମିଶାଇ ବଜାରକୁ ଛାଡୁଛନ୍ତି, ଯାହାର ଭୟଙ୍କର ପ୍ରଭାବ ମଣିଷ ସ୍ବାସ୍ଥ୍ୟ ଉପରେ ପଡୁଛି। ଏହା ଯେ କେବଳ ମନୁଷ୍ୟ ସ୍ବାସ୍ଥ୍ୟକୁ କ୍ଷତି ପହଞ୍ଚାଉଛି ତାହା ନୁହେଁ, ବରଂ ମାରାତ୍ମକ କର୍କଟ ରୋଗକୁ ମଧ୍ୟ ପରୋକ୍ଷରେ ନିମନ୍ତ୍ରଣ କରୁଛି। ଓଡ଼ିଶା ସମେତ ସମଗ୍ର ଦେଶରେ ଏଭଳି ପରିସ୍ଥିତି ଦେଖାଦେଇଛି। ଫୁଡ୍‌ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ ଇଣ୍ଡିଆ(ଏଫ୍‌ଏସ୍‌ଏସ୍‌ଏଆଇ) ପକ୍ଷରୁ କରାଯାଇଥିବା ଜାତୀୟ ଦୁଗ୍ଧ ସୁରକ୍ଷା ଓ ଗୁଣବତ୍ତା ସର୍ଭେ-୨୦୧୮ ରିପୋର୍ଟରୁ ଏଭଳି ଚାଞ୍ଚଲ୍ୟକର ତଥ୍ୟ ଆସିଛି। ତେବେ ପ୍ରଥମଥର ପାଇଁ କ୍ଷୀରରେ କର୍କଟ ରୋଗ ସୃଷ୍ଟିକାରୀ ମାରାତ୍ମକ ରାସାୟନିକ ପଦାର୍ଥ ଆଫ୍ଲୋଟକ୍ସିନ ଏମ୍‌-୧ ଥିବା ସର୍ଭେ ରିପୋର୍ଟରୁ ଜଣାପଡିଛି। ଏଫ୍‌ଏସ୍‌ଏସ୍‌ଏଆଇ ଦ୍ୱାରା ସଂଗୃହୀତ କରାଯାଇଥିବା ୬୪୩୨ଟି ନମୁନା ମଧ୍ୟରୁ ୩୬୮ଟିରେ ଆଫ୍ଲୋଟକ୍ସିନ ଏମ୍‌-୧ ଭଳି ମାରାତ୍ମକ ଦ୍ରବ୍ୟ ରହିଛି। ଏହାଛଡା ଦୁଗ୍ଧରେ ହାଇଡ୍ରୋଜେନ ପେରେକୋସାଇଡ, ଆଣ୍ଟି-ବାୟୋଟିକ୍ସ, ପେଷ୍ଟିସାଇଡ, ଡିଟରଜେଣ୍ଟ, ୟୁରିଆ, ନ୍ୟୁଟ୍ରାଲାଇଜର ଭଳି ବିଷାକ୍ତ ରାସାୟନିକ ପଦାର୍ଥ ମିଶି ରହୁଛି, ଯାହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ।

ଓଡ଼ିଶାରେ ମଧ୍ୟ ଦୁଗ୍ଧରେ ରାସାୟନିକ ପଦାର୍ଥର ମାତ୍ରା ରହୁଥିବା ଏଫ୍‌ଏସ୍‌ଏସ୍‌ଏଆଇ ରିପୋର୍ଟରେ କୁହାଯାଇଛି। ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ କ୍ଷୀରରେ ଆବଶ୍ୟକ ଗୁଣବତ୍ତା ନ ଥିବା କୁହାଯାଇଛି। ଓଡ଼ିଶାରୁ ୧୯୨ଟି ନମୁନା ସଂଗ୍ରହ କରାଯାଇଥିବାବେଳେ ସେଥିରୁ ୧୦୫ଟିରେ ଏଫ୍‌ଏସ୍‌ଏସ୍‌ଏଆଇ ମାନକୁ ପୂରଣ କରୁନାହିଁ। ରାଜ୍ୟରେ ବିକ୍ରି ହେଉଥିବା ପାଶ୍ଚରାଇଜ୍‌ଡ ପ୍ୟାକେଟ କ୍ଷୀରରେ ଏଫ୍‌ଏସ୍‌ଏସ୍‌ଏଆଇ ନିର୍ଦ୍ଦିଷ୍ଟ ଫ୍ୟାଟ ଓ ସଲିଡ ନନ୍‌ ଫ୍ୟାଟ(ଏସ୍‌ଏନ୍‌ଏଫ୍‌) ଦ୍ରବକ ରହୁ ନାହିଁ। କ୍ଷୀରରେ ଏସ୍‌ଏନ୍‌ଏଫ୍‌ ୮.୫ରୁ ୯ ପ୍ରତିଶତ ମଧ୍ୟରେ ରହିବା କଥା। ଓଡ଼ିଶାରୁ ସଂଗ୍ରହ କରାଯାଇଥିବା ୧୯୨ ନମୁନାରୁ ୮୫ଟି ଏସ୍‌ଏନ୍‌ଏଫ୍‌ ମାନ ପୂରଣ କରୁ ନ ଥିବା ରିପୋର୍ଟରେ କୁହାଯାଇଛି। ତେବେ ପ୍ୟାକେଟରେ ଯାହା ଲେଖାଯାଉଛି ବାସ୍ତବରେ କ୍ଷୀରରେ ତାହା ରହୁନାହିଁ। ତେବେ ଓଡିଶା ବଜାରରେ ବିକ୍ରି ହେଉଥିବା ୯ ପ୍ରତିଶତ କ୍ଷୀର ଖାଇବା ଉପଯୋଗୀ ନ ଥିବା ରିପୋର୍ଟରେ କୁହାଯାଇଛି।
ବଜାରରେ ଯେଉଁ କ୍ଷୀର ଉପଲବ୍ଧ ହେଉଛି ତାହା କେତେ ସୁରକ୍ଷିତ ସେ ନେଇ ଗ୍ରାହକ ଚିନ୍ତିତ। ଅନ୍ୟପକ୍ଷରେ ଖାଦ୍ୟ ସୁରକ୍ଷା ଅଫିସରମାନେ ନିୟମିତ ବ୍ୟବଧାନରେ ନମୁନା ସଂଗ୍ରହ କରି ରାଜ୍ୟ ପରୀକ୍ଷାଗାରକୁ ପଠାଉଛନ୍ତି। ତେବେ ତାହା ସୁରକ୍ଷିତ କି ନାହିଁ ସେ ନେଇ କୌଣସି ସୂଚନା ଦିଆଯାଉ ନାହିଁ। ରିପୋର୍ଟ ପ୍ରକାଶ ପାଇବା ପରେ କ୍ଷୀରର ଗୁଣବତ୍ତାକୁ ନେଇ ପ୍ରଶ୍ନ ଉଠିଛି। ରାଜ୍ୟ ପରୀକ୍ଷାଗାରର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା ଅନେକ ସମୟରେ କ୍ଷୀରରେ ଫ୍ୟାଟ ଓ ସଲିଡ ନନ୍‌ ଫ୍ୟାଟ ରହୁ ନାହିଁ। ଏ ନେଇ ସମ୍ପୃକ୍ତ ସଂସ୍ଥାକୁ ତାଗିଦ୍‌ କରାଯାଉଛି। ତେବେ ରାଜ୍ୟର କ୍ଷୀର ବିଷାକ୍ତ ନୁହେଁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ ଯେ, ଏଫ୍‌ଏସ୍‌ଏସ୍‌ଏଆଇ ଦ୍ୱାରା ୨୦୧୮ ମେ ମାସରୁ ଅକ୍ଟୋବର ମଧ୍ୟରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୧୦୩ଟି ସହରରୁ ୬, ୪୩୨ଟି ନମୁନା ସଂଗ୍ରହ କରାଯାଇଥିଲା। ସେହିଠାରେ ନମୁନାଗୁଡିକର ପରୀକ୍ଷା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri