ହ୍ୟାଣ୍ଡବଲ ଆସୋସିଏଶନର ରୌପ୍ୟଜୟନ୍ତୀ ଉଦ୍‌ଯାପିତ: ଲୁହା ଉତ୍ପାଦନରେ ରାଜ୍ୟ, ଦେଶର ନେତୃତ୍ୱ ନେବ ଯାଜପୁର: କେନ୍ଦ୍ରମନ୍ତ୍ରୀ

ଚଣ୍ଡିଖୋଲ/ଛତିଆ୧୩।୧୦(ଡି.ଏନ.ଏ)- ପୂର୍ବ ଭାରତର ବିକାଶ ହେଲେ ଦେଶର ପ୍ରକୃତ ବିକାଶ ହୋଇପାରିବ। ତେଣୁ ପୂର୍ବ ଭାରତର ବିକାଶ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ପୂର୍ବ ଭାରତର ଗୁରୁତ୍ୱ ବହନ କରୁଥିବା ଓଡ଼ିଶାର ଯାଜପୁର ଜିଲା ଇଷ୍ପାତ, ଖଣି ସହ ସାହିତ୍ୟ ସଂସ୍କୃତି କ୍ଷେତ୍ରରେ ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି। ଯାଜପୁର ଜିଲା ଲୁହା ଉତ୍ପାଦନରେ ରାଜ୍ୟ ତଥା ଦେଶର ନେତୃତ୍ୱ ନେବ। ଛତିଆରେ ୩ଦିନ ଧରି ଚାଲିଥିବା ଜିଲା ହ୍ୟାଣ୍ଡବଲ ଆସୋସିଏଶନର ରୌପ୍ୟ ଜୟନ୍ତୀ ଉଦ୍‌ଯାପନୀ ଉତ୍ସବ ଓ ଜାତୀୟ ହ୍ୟାଣ୍ଡବଲ ପ୍ରତିଯୋଗିତାର ପୁରସ୍କାର ବିତରଣୀ ଉତ୍ସବରେ ଶନିବାର ମୁଖ୍ୟଅତିଥିଭାବେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇଷ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଆଗାମୀ ୧୦ ବର୍ଷ ମଧ୍ୟରେ ଯାଜପୁରର କଳିଙ୍ଗନଗରରେ ୩୦ ମିଲିୟନ ମେଟ୍ରିକ ଟନ ଲୁହା ଉତ୍ପାଦନ କରାଯାଇ ବିଶ୍ୱ ବଜାରରେ ଏହି ଜିଲାର ମହତ୍ୱକୁ ବୃଦ୍ଧି କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ହ୍ୟାଣ୍ଡବଲ ଆସୋସିଏଶନ ଅଧ୍ୟକ୍ଷ ଅମର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ଉତ୍ସବରେ ଅନ୍ୟତମ ଅତିଥିଭାବେ ସାଲେପୁରର ପ୍ରାକ୍ତନ ବିଧ଼ାୟକ ପ୍ରକାଶଚନ୍ଦ୍ର ବେହେରା ଓ ମାହାଙ୍ଗା ବିକାଶ ପରିଷଦ ଅଧ୍ୟକ୍ଷ ଶାରଦା ପ୍ରଧାନ, ପା୍ରାକ୍ତନ ବଡ଼ଚଣା ବ୍ଲକ ଅଧ୍ୟକ୍ଷ ପ୍ରହଲାଦ ନନ୍ଦ, ଯାଜପୁର ଜିଲା ହ୍ୟାଣ୍ଡବଲ ଆସୋସିଏଶନର ସଭାପତି ଅଧ୍ୟାପକ କେଶବ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ। ହ୍ୟାଣ୍ଡବଲ ଆସୋସିଏଶନ ସମ୍ପାଦକ ରମେଶ ଚନ୍ଦ୍ର ପୃଷ୍ଟି ସ୍ବାଗତ ଭାଷଣ ଦେଇଥିଲେ। ଏହି ଉତ୍ସବରେ ପ୍ରଥମ କରି ଓଡ଼ିଶାରେ ହ୍ୟାଣ୍ଡବଲ ଖେଳର କୋଚ ଭାବେ ଅଗ୍ରଣୀ ଭୂମିକା ନେଇଥିବା ପଣ୍ଡିଚେରୀର ଏମ୍‌. କାର୍ତ୍ତିକେୟନ, ହିମାଚଳ ପ୍ରଦେଶର କାନା ପରାସର, ଓଡ଼ିଶା ରାଜ୍ୟ କୋଚ ମନୋଜ କୁମାର ଦାସ, ଆନ୍ତର୍ଜାତିକ କବାଡ଼ି ଖେଳାଳି ମନସ୍ବିନୀ ସ୍ବାଇଁ, ଆନ୍ତର୍ଜାତିକ ହ୍ୟାଣ୍ଡବଲ ଖେଳାଳି ବିପ୍ଳବ ବିଶ୍ୱାଳ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜାତୀୟ ପ୍ରତିଯୋଗିତାର ମହିଳା ବିଭାଗରେ ଜଗତସିଂହପୁରକୁ ହରାଇ ଆନ୍ଧ୍ରପ୍ରଦେଶ ଚାମ୍ପିୟନ ହୋଇଛି। ସେହିଭଳି ପୁରୁଷ ବିଭାଗରେ କେନ୍ଦୁଝରକୁ ହରାଇ ଝାଡ଼ଖଣ୍ଡ ଚାମ୍ପିୟନ ଟ୍ରଫି ହାସଲ କରିଥିଲା। ଏହି ପ୍ରତିଯୋଗିତାରେ ୪ଟି ରାଜ୍ୟରୁ ୪୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିଲେ। ୩ଦିନ ଧରି ପୁରୁଷ ବିଭାଗରେ ଗଞ୍ଜାମ, କେନ୍ଦୁଝର, ଯାଜପୁର, ପୁରୀ, ଆନ୍ଧ୍ର ପ୍ରଦେଶ ଓ ବିଶାଖା ପାଟନାର ୮ଟି ଦଳ ଭାଗ ଦେଇଥିଲେ। ସେହିଭଳି ମହିଳା ବିଭାଗରେ ଜଗତସିଂହପୁର, ଯାଜପୁର, କଟକ, କେନ୍ଦୁଝର ଓ ଆନ୍ଧ୍ର ପ୍ରଦେଶର ଖେଳାଳିମାନେ ଭାଗ ନେଇ ୩ଦିନ ଧରି ଖେଳିଥିଲେ। ଶେଷରେ ବିଜୟୀ ଦଳଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଚାମ୍ପିୟନ ଓ ରନର୍ସ ଅପ୍‌ ଟ୍ରଫି ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri