Posted inଜାତୀୟ

କେନ୍ଦ୍ରକୁ କଂଗ୍ରେସର ପ୍ରଶ୍ନ:ଜିନ୍‌ଜିଆଙ୍ଗ୍‌କୁ ନେଇ ନୀରବ କାହିଁକି

ନୂଆଦିଲ୍ଲୀ,୧୧-୧୦:: କଶ୍ମୀରକୁ ନେଇ ଚାଇନା ବାରମ୍ବାର ମୁଣ୍ଡ ଖେଳାଉଥିବାବେଳେ ଜିନ୍‌ଜିଆଙ୍ଗ୍‌, ହଂକଂ ଓ ତିବ୍ବତ ପ୍ରସଙ୍ଗରେ ଭାରତ କାହିଁକି ନୀରବ ରହୁଛି ବୋଲି ଗୁରୁବାର କଂଗ୍ରେସ ପ୍ରଶ୍ନ କରିଛି। ଏହାସହ ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ଚାଇନାର ହସ୍ତକ୍ଷେପ ରୋକିବାରେ ନରେନ୍ଦ୍ର ମୋଦି ସରକାର ବିଫଳ ହୋଇଥିବା ବିରୋଧୀ ଦଳ ସମାଲୋଚନା କରିଛି।
କଂଗ୍ରେସ ନେତା ମନୀଷ୍‌ ତିଓ୍ବାରୀ କହିଛନ୍ତି, କଶ୍ମୀରକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଟଣାଓଟରା ଚାଲିଥିବାବେଳେ ଚାଇନା ମଧ୍ୟ ବାରମ୍ବାର ଏହି ପ୍ରସଙ୍ଗ ଉଠାଉଛି। ଏଭଳି ସମୟରେ ଜିନ୍‌ଜିଆଙ୍ଗ୍‌ରେ ସଂଖ୍ୟାଲଘୁ ଉଇଗର ମୁସଲମାନଙ୍କ ମାନବାଧିକାର ଉଲ୍ଲଂଘନ, ହଂକଂରେ ସରକାର ବିରୋଧୀ ବିକ୍ଷୋଭ ବେଳେ ଗଣତନ୍ତ୍ର ସପକ୍ଷବାଦୀଙ୍କ ଉପରେ ଦମନଲୀଳା ଏବଂ ତିବ୍ବତରେ ଉତ୍ପୀଡ଼ନ ଭଳି ପ୍ରସଙ୍ଗ ଭାରତ କାହିଁକି ଉଠାଉନାହିଁ। ସେହିପରି ଦକ୍ଷିଣ ଚାଇନା ସାଗର(ଏସ୍‌ସିଏ)ର ଦାଦାଗିରି ଉପରେ କେନ୍ଦ୍ର ନୀରବ କାହିଁକି। ଏହିସବୁ ପ୍ରସଙ୍ଗ ଉପରେ ଆମେ ନଜର ରଖିଛୁ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ବହିର୍ବ୍ୟାପାର ମନ୍ତ୍ରଣାଳୟ ଚାଇନାକୁ କାହିଁକି କହୁନାହାନ୍ତି ବୋଲି ମନୀଷ୍‌ ଟୁଇଟ୍‌ କରିଛନ୍ତି। ପ୍ରକାଶ ଯେ, ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଦୁଇଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନଙ୍କୁ କହିଥିଲେ, କଶ୍ମୀର ସ୍ଥିତି ଉପରେ ଆମର କଡ଼ା ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri