ଜେରିଆଟିକ ୱାର୍ଡରେ ତାଲା: ବୟସ୍କ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ

ଅନୁଗୋଳ ଅଫିସ, ୧୧।୧୦-ବୟସ୍କ ରୋଗୀ ବା ବରିଷ୍ଠ ନାଗରିକଙ୍କ ଚିକିତ୍ସା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜେରିଆଟିକ ୱାର୍ଡ ଖୋଲାଯାଇଛି। କିନ୍ତୁ ଗତ ସପ୍ତାହେ ହେଲା ଉକ୍ତ ଓ୍ବାର୍ଡରେ ତାଲା ଝୁଲାଇ ଦିଆଯାଇଥିବାରୁ ମେଡିକାଲକୁ ଆସୁଥିବା ବୟସ୍କ ରୋଗୀମାନେ ଅନ୍ୟ ଓ୍ବାର୍ଡଗୁଡ଼ିକରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ଗତ ଜୁଲାଇ ୧୫ରେ ଏହି ଜେରିଆଟିକ୍‌ ୱାର୍ଡ ଉଦ୍‌ଘାଟିତ ହୋଇଥିଲା। ଅନୁଗୋଳ ବିଧାୟକ ତଥା ଉପବାଚସ୍ପତି ରଜନୀକାନ୍ତ ସିଂ ଏହାକୁ ଉଦ୍‌ଘାଟନ କରିବା ପରଠାରୁ ବୟସ୍କ ରୋଗୀମାନଙ୍କୁ ଏଠାରେ ରଖାଯାଇ ଚିକିତ୍ସା କରାଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଉକ୍ତ ଓ୍ବାର୍ଡକୁ କାର୍ଯ୍ୟକ୍ଷମ କରା ନ ଯିବାରୁ କେତେଜଣ ବରିଷ୍ଠ ନାଗରିକ ଓ ସାମାଜିକକର୍ମୀ ଧାରଣାରେ ବସିଥିଲେ। ଫଳରେ ଗତ ଅଗଷ୍ଟ ୨୬ରେ ଉକ୍ତ ୱାର୍ଡରେ ରୋଗୀସେବା ଆରମ୍ଭ କରାଯାଇଥିଲା। କିନ୍ତୁ କିଛି ଦିନ ପରେ ପୁଣି ଓ୍ବାର୍ଡକୁ ବନ୍ଦ କରିଦିଆଯାଇଛି। ମେଡିକାଲକୁ ଆସୁଥିବା ବୟସ୍କ ରୋଗୀଙ୍କୁ ବିଭିନ୍ନ ଓ୍ବାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ଏବେ ୩୦ରୁ ଊର୍ଦ୍ଧ୍ୱ ଏପରି ରୋଗୀ ଅନ୍ୟାନ୍ୟ ଓ୍ବାର୍ଡରେ ଚିକିତ୍ସିତ ହେଉଥିବା ଅଭିଯୋଗ ହେଉଛି। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଅମରେନ୍ଦ୍ର ନାଥ ମହାନ୍ତି କହିଛନ୍ତି, ବାର୍ଦ୍ଧକ୍ୟ ଜନିତ ରୋଗୀ ଆସିଲେ ସେମାନଙ୍କୁ ଜେରିଆଟିକ ୱାର୍ଡରେ ଚିକିତ୍ସା କରାଯିବ। ବର୍ତ୍ତମାନ କୌଣସି ବାର୍ଦ୍ଧକ୍ୟ ଜନିତ ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉ ନ ଥିବା ସିଡିଏମ୍‌ଓ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ କରି ଦମ୍ପତି ଫେରାର, ପାଟଣା ଥାନାର ଦ୍ୱାରସ୍ଥ ହେଲେ…

ପାଟଣା,୫।୫(ବୀର କିଶୋର ଦାଶ) :କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ମୁଖ୍ୟାଳୟ ଟାଇଁଶିରା ଗ୍ରାମର ୨୩ ଜଣ ମହିଳା ଠକେଇର ଶିକାର ହୋଇଛନ୍ତି।...

ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର, ୫।୫: ରବିବାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଛି କଂଗ୍ରେସ। ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।...

ନୀଳଗିରି ଆସନ ଲାଗି ପ୍ରାର୍ଥୀ ଘୋଷଣା, କଂଗ୍ରେସରୁ ଏହି ବରିଷ୍ଠ ନେତା ପାଇଲେ ଟିକେଟ୍‌…

ଭୁବନେଶ୍ୱର,୫।୫: ନୀଳଗିରି ବିଧାନସଭା ଆସନ ଲାଗି କଂଗ୍ରେସ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରିଛି। ୧୯୮୦ ଏବଂ...

ଭାଜପା ଟାର୍ଗେଟରେ ଓଡ଼ିଶା: ୮ରେ ଆସିବେ ରାଜନାଥ ସିଂ, ୧୨ରେ ଶାହା

ଭୁବନେଶ୍ୱର, ୫।୫: ଓଡ଼ିଶାରେ ସରକାର ଗଠନ କରିବା ଲକ୍ଷ୍ୟରେ ପୁରା ଜୋର ଲଗାଉଛନ୍ତି ଭାଜପା ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୫।୫: ୫ ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ ଓ ପୁରୀରେ କଂଗ୍ରେସ ନିଜର ପ୍ରାର୍ଥୀ ଅଦଳବଦଳ କରିଛି। ଜଳେଶ୍ୱରରେ ସୁଦର୍ଶନ...

ପାରାଦୀପରେ ସୁନାମି ସମ୍ଭାବନା, ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ମତ୍ସବିଭାଗ

ପାରାଦୀପ,୫।୫(ଶରତ ରାଉତ): ସମ୍ପ୍ରତି ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ...

ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’

ବୌଦ୍ଧ, ୫।୫ ( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ରବିବାର ୫ଟି ଅଧକ୍ଷ୍ୟ...

ଆଗାମୀ ୨୫ବର୍ଷର ଯାତ୍ରା ସ୍ଥିର କରିବୁ, ଏମିତି କାହିଁକି କହିଲେ ଜୟଶଙ୍କର

କଟକ,୫।୫: କଟକରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ସେଠାରେ ସେ ବୁଦ୍ଧିଜୀବୀଙ୍କ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ପାଇଁ ଆମକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri