ରାସ୍ତା ପାଇଁ କାଟିଦେଲେ ୭୧୧ ଗଛ

ବାସୁଦେବପୁର,୬।୩(ନାରାୟଣ ପ୍ରସାଦ ବାରିକ୍‌): ବାସୁଦେବପୁର-ବାଲିଛନ୍ଦା ଘାଟ ରାସ୍ତାର ବାସୁଦେବପୁର ବଜାରଠାରୁ ସୁଦର୍ଶନପୁର ପଞ୍ଚାୟତର ମାଛହାଟ ଛକ ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ବାସୁଦେବପୁରରୁ ବାଲେଶ୍ୱରକୁ ସଂଯୋଗ କରୁଥିବା ପ୍ରାୟ ୪ କିଲୋମିଟର ରାସ୍ତା ପ୍ରଶସ୍ତୀକରଣ ପାଇଁ ୭୧୧ଟି ଗଛକୁ ବନ ବିଭାଗର ଅନୁମୋଦନକ୍ରମେ କଟାଯାଇଛି। ରାସ୍ତାର ଉଭୟପାର୍ଶ୍ୱରେ ପ୍ରାୟ ୧୦ ବର୍ଷ ପୂର୍ବେ ୭ଶହରୁ ଊର୍ଦ୍ଧ୍ୱ ଗଛ ବନ ବିଭାଗ ପକ୍ଷରୁ ଲଗାଯାଇ ଏହାର ରକ୍ଷଣାବେକ୍ଷଣ ଓ ଯନତ୍ ନିଆଯାଇଥିଲା। କଟାଯାଇଥିବା ଗଛ ମଧ୍ୟରେ ୧୧ରୁ ଊର୍ଦ୍ଧ୍ୱ ପୁରାତନ ବୃକ୍ଷ ବର ଓ ଅଶ୍ୱତ୍ଥ ପ୍ରାୟ ୨ଶହ ବର୍ଷରୁ ଊର୍ଦ୍ଧ୍ୱ ହେବ ରାସ୍ତାକଡ଼ରେ ଥିବା ଗଛକୁ କାଟି ଦିଆଯାଇଛି। ଫଳରେ ଏହି ରାସ୍ତା ଏବେ ବୃକ୍ଷଶୂନ୍ୟ ହୋଇଯାଇଛି।
ଆଗକୁ ଗ୍ରୀଷ୍ମଦିନ ଆସୁଥିବା ବେଳେ ଏହି ରାସ୍ତାରେ ଯାତ୍ରୀ ଓ ପଶୁପକ୍ଷୀଙ୍କ ପାଇଁ ଛାଇ ତଥା ଆଶ୍ରୟ ମିଳିବା କଷ୍ଟକର ହୋଇପଡ଼ିବ। ରାସ୍ତାପାର୍ଶ୍ୱରେ ଥିବା କଦମ୍ବ, ଶାଗୁଆନ, ରାଧାଚୁଡ଼ା, କରଞ୍ଜ, ଚାକୁନ୍ଦା, ଆମ୍ବ, ଶିମିଳି, ନିମ୍ବ, ଅଶ୍ୱତ୍‌ଥ, ବର, ଆକାଶିଆ ମେନଜିୟମ, ଆକାଶୀ ଆଦି ବହୁ କିସମର ଗଛକୁ କଟାଯାଇ ରାଜ୍ୟ ବନ ଉନ୍ନୟନ ନିଗମକୁ ଏହାର କାଠ ସରକାରୀ ଭାବେ ହସ୍ତାନ୍ତର କରାଯାଇଥିବା ବାସୁଦେବପୁର ରେଞ୍ଜର କପିଳେନ୍ଦ୍ର ପ୍ରଧାନ କହିଛନ୍ତି। ରାଜସ୍ବ, ବନ ବିଭାଗ, ଆର୍‌ ଆଣ୍ଡ୍‌ ବି, ରାଜ୍ୟ ବନ ଉନ୍ନୟନ ନିଗମ ଆଦି ବିଭାଗର ମିଳିତ କ୍ଷେତ୍ରୀୟ ତଦନ୍ତ ପରେ ଗଛ କଟା ଯାଇଥିଲା। ରାସ୍ତା କାର୍ଯ୍ୟ କରୁଥିବା ଠିକାଦାର ବନ ବିଭାଗ ପାଖରେ ମଧ୍ୟ ୪୦ ଲକ୍ଷ ଟଙ୍କା ଡିପୋଜିଟ କରିଛନ୍ତି। ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ୨ ବର୍ଷ ମଧ୍ୟରେ ପୁଣି ବନ ବିଭାଗ ପକ୍ଷରୁ ପୂର୍ବପରି ରାସ୍ତାପାର୍ଶ୍ୱରେ ଚାରାରୋପଣ କରାଯିବ ବୋଲି ରେଞ୍ଜର ପ୍ରଧାନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଲଘୁଚାପ, ୧୪ ଯାଏ ପ୍ରବଳ ବର୍ଷା; ଏସବୁ ଜିଲାକୁ ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ବର,୮ା୮(ବନ୍ଦନା ସେଠୀ) – ଦକ୍ଷିଣ-ପଶ୍ଚିମବଙ୍ଗ ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଉପରେ ଥିବା ଘୂର୍ଣ୍ଣିବଳୟ ଶନିବାର ସକାଳ ୮ଟା ୩୦ ବେଳକୁ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି।…

ଦାବିପତ୍ର ଦେବାକୁ ୨୫ କି.ମି. ପଦଯାତ୍ରା କଲେ ଚାଷୀ

ଗୋଲାମୁଣ୍ଡା,୮ା୮ (ବଟକୃଷ୍ଣ ପଣ୍ଡା): ଶସ୍ୟବୀମା ପଞ୍ଜିକରଣଠାରୁ ଆରମ୍ଭ କରି ସାର ଯୋଗାଣ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ଗୋଲାମୁଣ୍ଡା ବ୍ଲକର ଚାଷୀ। କଳାହାଣ୍ଡି…

ଘରେ କେହି ନ ଥିଲେ, ତାଲା ଭାଙ୍ଗି ୫.୫ ଲକ୍ଷ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଲେ …

ପାରଳାଖେମୁଣ୍ଡି,୮|୮(ଗିରିଧାରୀ ପରିଛା)- ପାରଳାଖେମୁଣ୍ଡି ସହର ସଞ୍ଜୟଗାନ୍ଧୀ କଲୋନୀରେ ଘରେ କେହି ନଥିବା ଏକ ବଡ଼ ସୁଯୋଗ ନେଇ ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ଏକ ବଡ଼ଧରଣର ଚୋରି…

ଏହି ଦେଶରୁ ବିଦା ହେଲେଣି ୩ ହଜାରରୁ ଊର୍ଦ୍ଧ୍ୱ ଭାରତୀୟ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୮ା୮: କାନାଡା ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ୩,୩୨୩ ଜଣ ଭାରତୀୟଙ୍କୁ ବିଦା କରିଛି, ଯାହାକି ଗତବର୍ଷ ବହିଷ୍କୃତ ହୋଇଥିବା ସଂଖ୍ୟା ତୁଳନାରେ ଅଧିକ।…

ନାବାଳିକାଙ୍କୁ ଅପହରଣ କରି ନେଇ ସମ୍ପର୍କୀୟଙ୍କ ଘରେ ରଖିଥିଲେ, ଅଭିଯୁକ୍ତ ନାବାଳକ ଅଟକ

ଦିଗପହଣ୍ଡି,୮|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁରୁ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏନେଇ ନାବାଳିକାଙ୍କ…

ତାମିଲନାଡୁରେ ଟ୍ରେନରୁ ଖସି ଓଡ଼ିଆ ଦାଦନ ଶ୍ରମିକ ମୃତ, ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ଏମ୍.ପି

ଦିଗପହଣ୍ଡି,୮।୮(ଅଶେଷ ନାଥ ମିଶ୍ର): ତାମିଲନାଡୁରେ ଟ୍ରେନରୁ ଖସି ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ପଞ୍ଚାୟତ ସାହିର ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ଘଟିଛି।…

ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନ: ସମସ୍ତ ୧୫ ଆସନ ପୋଛିନେଲା ବିଜେଡି

ବରଗଡ଼,୮।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଯୋଜନା କମିଟି ସଦସ୍ୟ ନିର୍ବାଚନରେ ବିଜେଡି ବାଜିମାତ କରିଛି। ଜିଲା ଯୋଜନା କମିଟିର ସମସ୍ତ ୧୫ଟି ଆସନକୁ ବିଜେଡି ପୋଛି ନେଇଛି…

ତାମିଲନାଡୁରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

କର୍ଲାମୁଣ୍ଡା,୮ା୮(ପ୍ରଦୀପ କୁମାର ସାହୁ): ଦାଦନ ଖଟିବାକୁ ଯାଇଥିବା ଜଣେ ଶ୍ରମିକଙ୍କ ଅକାଳ ମୃତ୍ୟୁ ଘଟିଛି। ସେ ହେଲେ କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲ ଗ୍ରାମର ସୀମାଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri