ପାଟଣା ରେଞ୍ଜରେ ହାତୀ ଆତଙ୍କ: ଘର ଭାଙ୍ଗିଲେ, ଧାନ ଫସଲ ନଷ୍ଟ କଲେ ୨୯ ଟିକିଆ ହାତୀପଲ

ପାଟଣା, ୨୬।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ବୁଧବାର ସନ୍ଧ୍ୟାରେ ୨୯ ଟିକିଆ ହାତୀପଲ ପ୍ରବେଶ କରି ଉପଦ୍ରବ ସୃଷ୍ଟି କରିଛନ୍ତି। କରଞ୍ଜିଆ ରେଞ୍ଜରୁ ଆସିଥିବା ଏହି ହାତୀପଲ ପାଟଣା ରେଞ୍ଜର ସାହାରପଡ଼ା ସେକ୍ସନରେ ପଶି କୁଚେଇବେଡ଼ା ଓ ଖଡ଼ିକାପଦା ଗ୍ରାମରେ ୨ଟି ଘର ଭାଙ୍ଗି ଦେଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ହାତୀପଲ ଘର ଭାଙ୍ଗିବା ସହ ଭିତରେ ରଖାଯାଇଥିବା ଧାନ ଓ ଚାଉଳ ଖାଇବା ସହ ନଷ୍ଟ କରିଦେଇଛନ୍ତି। ରାତିରେ ପରିବାର ସଦସ୍ୟମାନେ ଶୋଇଥିବା ବେଳେ ହାତୀ ଘର ଭାଙ୍ଗିଥିଲେ ମଧ୍ୟ ସମସ୍ତେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

ବର୍ତ୍ତମାନ ହାତୀପଲ ପୁରୁଣାପାଣି ଜଙ୍ଗଲରେ ଡେରା ପକାଇଥିବାରୁ ଆଖପାଖ ଅଞ୍ଚଳର ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି। ଅନ୍ୟପଟେ ଧାନ ଅମଳ ସମୟରେ ହାତୀପଲ ବିଲରେ ପାଚିଲା ଧାନ ଖାଇବା ସହ ମାଡ଼ି ଦଳି ନଷ୍ଟ କରୁଥିବାରୁ ସ୍ଥାନୀୟ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ହାତୀପଲଙ୍କ ଗତିବିଧି ଉପରେ ବନବିଭାଗ ତୀକ୍ଷ୍ଣ ନଜର ରଖିଥିବା ସୂଚନା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, କାରଣ ଖୋଜୁଛି ପୋଲିସ

ଛତ୍ରପୁର,୨୬।୧୧(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ବିଲ ମଝିରେ ଫିଙ୍ଗିଦେବା ଘଟଣା…

ପାଟଣା ବଜାରରେ ତମାଖୁ ବିରୋଧୀ ମିଳିତ ଚଢ଼ାଉ: ୩୬ ଦୋକାନରୁ ଆଦାୟ ହେଲା ଜରିମାନା

ପାଟଣା, ୨୬/୧୧ (ବୀର କିଶୋର ଦାଶ): ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି ଉପରେ ରୋକ ଲଗାଇବା ଉଦ୍ଦେଶ୍ୟରେ ପାଟଣା ବଜାର ଅଞ୍ଚଳର ୩୬ଟି ଦୋକାନରେ ଗୁରୁବାର ମିଳିତ…

ଦିଗପହଣ୍ଡି କୋର୍ଟରେ ସମ୍ବିଧାନ ଦିବସ ପାଳିତ: ମୌଳିକ କର୍ତ୍ତବ୍ୟ-ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୨୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ କମ୍ପ୍ଲେକ୍ସରେ ଗୁରୁବାର ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।…

ଆନ୍ଧ୍ର ସରପଞ୍ଚ ନିର୍ବାଚନରେ ଭୋଟ ଦେଲେ ଶତାଧିକ ଓଡ଼ିଆ: ପାତ୍ରପୁର ସୀମାନ୍ତରେ ଗଞ୍ଜାମ ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନ

ପାତ୍ରପୁର, ୨୬।୧୧(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ୍ ଅଧୀନ ଆନ୍ଧ୍ର ସୀମାନ୍ତରେ ବସବାସ କରୁଥିବା କିଛି ଓଡ଼ିଶା ଗ୍ରାମବାସୀ ଗୁରୁବାର ଆନ୍ଧ୍ର ପ୍ରଦେଶର ସରପଞ୍ଚ…

କୋଟିଆ ସୀମାନ୍ତରେ ଓଡ଼ିଶା ପ୍ରଶାସନର ନୋଟିସ୍ ନିନ୍ଦନୀୟ: ଆନ୍ଧ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାରେ ତୀବ୍ର ପ୍ରତିକ୍ରିୟା

ପଟ୍ଟାଙ୍ଗି,୨୬।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତକୁ ନେଇ ସୀମା ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଥିବା ବେଳେ…

ରିଲ୍ସ ନିଶା ନେଲା ମେଡିକାଲ ଛାତ୍ରଙ୍କ ଜୀବନ: ମଗରମୁହାଁ ଝରଣା ପାହାଡ଼ରୁ ଖସି ମୃତ୍ୟୁ, ବାନ୍ଧବୀ ଫେରାର

ଦିଗପହଣ୍ଡି,୨୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ଥିବା ମା’ ବାଙ୍କେଶ୍ୱରୀ ମନ୍ଦିର ନିକଟ ଘାଟି ରାସ୍ତା କଡ଼ରେ…

ପ୍ରାଚୀନ ନୌବାଣିଜ୍ୟ ଇତିହାସକୁ ଉଜ୍ଜୀବିତ କରୁଛି ରାଜନଗର ବାଲିଯାତ୍ରା: ହାଇସ୍କୁଲ ପଡ଼ିଆରେ ରଙ୍ଗାରଙ୍ଗ ଉଦ୍‌ଘାଟନ, ଡିସେମ୍ବର ୧ ପର୍ଯ୍ୟନ୍ତ

ପାଟଣା, ୨୬।୧୧(ବୀର କିଶୋର ଦାଶ): ଓଡ଼ିଆ ଜାତିର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସାଧବ ପୁଅଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲା ପାଟଣା ବ୍ଲକ…

ମନ୍ଦିର ପରିସରରୁ ସ୍ପଷ୍ଟ ଦିବାଲୋକରେ କାର୍‌ କାଚ୍‌ ଭାଙ୍ଗି ଲୁଟିନେଲେ ଭ୍ୟାନିଟି ବ୍ୟାଗ୍‌

ନିରାକାରପୁର,୨୬।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ସ୍ପଷ୍ଟ ଦିବାଲୋକରେ କାର୍‌ କାଚ ଭାଙ୍ଗି ଲୁଟ। ମନ୍ଦିରରେ ପ୍ରସାଦ ସେବନ କରିବାକୁ ଯାଇଥିବା ଏକ ପରିବାରର କାର୍‌ କାଚ୍‌ ଭାଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?