ପ୍ରାଚୀନ ନୌବାଣିଜ୍ୟ ଇତିହାସକୁ ଉଜ୍ଜୀବିତ କରୁଛି ରାଜନଗର ବାଲିଯାତ୍ରା: ହାଇସ୍କୁଲ ପଡ଼ିଆରେ ରଙ୍ଗାରଙ୍ଗ ଉଦ୍‌ଘାଟନ, ଡିସେମ୍ବର ୧ ପର୍ଯ୍ୟନ୍ତ

ପାଟଣା, ୨୬।୧୧(ବୀର କିଶୋର ଦାଶ): ଓଡ଼ିଆ ଜାତିର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସାଧବ ପୁଅଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗରଠାରେ ବାଲିଯାତ୍ରା ମହୋତ୍ସବ ବୁଧବାର ରାତିରେ ଉଦ୍‌ଘାଟିତ ହୋଇଯାଇଛି। ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ଆୟୋଜିତ ଏହି ଯାତ୍ରାକୁ ଜିଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ମମିତା ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ଏହି ଉଦ୍‌ଘାଟନୀ ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜନଗର ସରପଞ୍ଚ ସୁଧାଂଶୁ ଶେଖର ନାଏକ, କେନ୍ଦେଇପଶି ମଣ୍ଡଳ ଭାଜପା ସଭାପତି ଜୁଲିୟସ ସିଂ, ବାଲିଯାତ୍ରା କମିଟି ସଭାପତି ତୃପ୍ତିରଞ୍ଜନ ସିଂହ ଏବଂ ସମ୍ପାଦକ ବସନ୍ତ ମିଶ୍ର ପ୍ରମୁଖ ଯୋଗଦେଇଥିଲେ।

ସମାରୋହରେ ମୁଖ୍ୟ ଅତିଥି ନାଏକ ଓଡ଼ିଶାର ଐତିହ୍ୟ, ସଂସ୍କୃତି ଓ ପ୍ରାଚୀନ ନୌବାଣିଜ୍ୟ ପରମ୍ପରା ଉପରେ ଆଲୋକପାତ କରିଥିଲେ। ସାଧବ ପୁଅଙ୍କ ସାହସିକତା, ବାଣିଜ୍ୟିକ ଦକ୍ଷତା ଏବଂ ଓଡ଼ିଆ ଜାତିର ଗୌରବମୟ ଇତିହାସ ସମ୍ପର୍କରେ ସେ ନିଜ ଅଭିଭାଷଣରେ ଉଲ୍ଲେଖ କରିଥିଲେ। ଉଦ୍‌ଘାଟନୀ ସମାରୋହ ପରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଭାଷ୍ୟକାର ସଚ୍ଚିଦାନନ୍ଦ ମହାକୁଡ଼ କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା କରିଥିଲେ।

ଆସନ୍ତା ଡିସେମ୍ବର ୧ ତାରିଖ ପର୍ଯ୍ୟନ୍ତ ଏହି ବାଲିଯାତ୍ରା ଚାଲିବ। ଯାତ୍ରା ପଡ଼ିଆରେ ମୀନାବଜାର, ବିଭିନ୍ନ ପ୍ରକାରର ଚଟପଟି ଖାଦ୍ୟ ଷ୍ଟଲ୍ ଓ ଦୋଳିର ବ୍ୟବସ୍ଥା କରାଯାଇଥିବାରୁ ସନ୍ଧ୍ୟା ହେଲେ ସେଠାରେ ଲୋକଙ୍କ ପ୍ରବଳ ଭିଡ଼ ଜମୁଛି। ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ନିମନ୍ତେ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରିଲ୍ସ ନିଶା ନେଲା ମେଡିକାଲ ଛାତ୍ରଙ୍କ ଜୀବନ: ମଗରମୁହାଁ ଝରଣା ପାହାଡ଼ରୁ ଖସି ମୃତ୍ୟୁ, ବାନ୍ଧବୀ ଫେରାର

ଦିଗପହଣ୍ଡି,୨୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ଥିବା ମା’ ବାଙ୍କେଶ୍ୱରୀ ମନ୍ଦିର ନିକଟ ଘାଟି ରାସ୍ତା କଡ଼ରେ…

ମନ୍ଦିର ପରିସରରୁ ସ୍ପଷ୍ଟ ଦିବାଲୋକରେ କାର୍‌ କାଚ୍‌ ଭାଙ୍ଗି ଲୁଟିନେଲେ ଭ୍ୟାନିଟି ବ୍ୟାଗ୍‌

ନିରାକାରପୁର,୨୬।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ସ୍ପଷ୍ଟ ଦିବାଲୋକରେ କାର୍‌ କାଚ ଭାଙ୍ଗି ଲୁଟ। ମନ୍ଦିରରେ ପ୍ରସାଦ ସେବନ କରିବାକୁ ଯାଇଥିବା ଏକ ପରିବାରର କାର୍‌ କାଚ୍‌ ଭାଙ୍ଗି…

ପ୍ରେମ ଜାଲରେ ଫସାଇ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗ: ବୈଶିଙ୍ଗାରେ ୨୬ ବର୍ଷୀୟ ଯୁବକ ଗିରଫ, କୋର୍ଟ ଚାଲାଣ

ବୈଶିଙ୍ଗା, ୨୬।୧୧(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମେରଦା ଗ୍ରାମର ଜଣେ ଯୁବକ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଗର୍ଭବତୀ କରିଥିବା ଅଭିଯୋଗରେ ଗିରଫ…

ବୃକ୍ଷରୋପଣ ସହ ସାଧନା-ସମାଜସେବାର ବାର୍ତ୍ତା: ବାଣତୁମ୍ବୁରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ-ଯୋଗାଭ୍ୟାସ…

ଭଞ୍ଜନଗର, ୨୬।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ନିକଟସ୍ଥ ବାଣତୁମ୍ବୁ ଓଁଶାନ୍ତି ନଗରସ୍ଥିତ ପ୍ରଭୁ ସ୍ମୃତିଭବନ ପରିସରରେ ନିର୍ମାଣାଧୀନ ବିଶ୍ୱଜ୍ୟୋତି ପ୍ରଭୂତୋପବନ ଆଶ୍ରମ ପକ୍ଷରୁ ଗୁରୁବାର…

ଭଞ୍ଜନଗରରେ ଏସ୍‌ଏସ୍‌ଆର୍‌-୨୦୨୭ ପ୍ରସ୍ତୁତି ବୈଠକ: ନଭେମ୍ବର ୩୦ରେ ଖସଡ଼ା, ଜାନୁଆରୀ ୨୧ରେ ପ୍ରକାଶ ପାଇବ…

ଭଞ୍ଜନଗର, ୨୬।୧୧ (ବାବୁଲା ପ୍ରଧାନ)- ଆଗାମୀ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍‌ଏସ୍‌ଆର୍‌)- ୨୦୨୭ ପ୍ରକ୍ରିୟାକୁ ସ୍ୱଚ୍ଛ, ନିର୍ଭୁଲ ଓ ସୁଚାରୁରୂପେ ସମ୍ପାଦନ କରିବା ଲକ୍ଷ୍ୟରେ ଗୁରୁବାର ଭଞ୍ଜନଗରଠାରେ…

‘ମୁଁ ବି ଜଣେ ମା’…’ ଅସୁସ୍ଥ ଝିଅ ପାଇଁ ଛୁଟି ନମିଳିବାରୁ କାନ୍ଦିଲେ ମହିଳା ଟ୍ରାଫିକ କନଷ୍ଟେବଳ

ବାଲେଶ୍ୱର,୨୬।୧୧(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଝିଅ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ଥିଲେ ମଧ୍ୟ ଛୁଟି ମିଳୁନଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା ଟ୍ରାଫିକ କନଷ୍ଟେବଳ । ଏ ନେଇ…

ପଶ୍ଚିମବଙ୍ଗରୁ ଓଡ଼ିଶା ଫେରୁଥିବା ବେଳେ ଭୟାବହ ଦୁର୍ଘଟଣା, ଚାଲିଗଲା ଦୁଇ ଭାଇଙ୍କ ଜୀବନ

​ଜଳେଶ୍ୱର,୨୬।୧୧(ନବୀନ ସାହୁ): ବାଲେଶ୍ବର ଜିଲା ଦାନ୍ତୁନ ଥାନା ଅନ୍ତର୍ଗତ ସୁନାକଣିଆ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପଶ୍ଚିମବଙ୍ଗ ପଟୁ ଓଡ଼ିଶା ଅଭିମୁଖେ ଫେରୁଥିବା…

ଗଞ୍ଜାମରେ ଗ୍ରାମୀଣ ବିକାଶ ଯୋଜନାର ସମୀକ୍ଷା, ଗ୍ରୀଷ୍ମ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ସାରିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୬।୧୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବିଭିନ୍ନ ଗ୍ରାମୀଣ ବିକାଶ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତିର ସମୀକ୍ଷା କରିଛନ୍ତି ଓଡ଼ିଶା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?