କୋଟିଆ ସୀମାନ୍ତରେ ଓଡ଼ିଶା ପ୍ରଶାସନର ନୋଟିସ୍ ନିନ୍ଦନୀୟ: ଆନ୍ଧ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାରେ ତୀବ୍ର ପ୍ରତିକ୍ରିୟା

ପଟ୍ଟାଙ୍ଗି,୨୬।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତକୁ ନେଇ ସୀମା ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଥିବା ବେଳେ ଓଡ଼ିଶା ପ୍ରଶାସନର ପଦକ୍ଷେପକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆନ୍ଧ୍ର ପ୍ରଦେଶର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପିଡିକା ରାଜନ୍ ଦୋରା। ଗୁରୁବାର ଏକ ଭିଡିଓ ବାର୍ତ୍ତା ଜାରି କରି ଦୋରା କୋଟିଆ ସୀମାନ୍ତ ଗ୍ରାମରେ ଜାରି ହୋଇଥିବା ନୋଟିସ୍ ଓ ଗିରଫଦାରୀ ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।

ଭିଡିଓ ବାର୍ତ୍ତାରେ ପିଡିକା ରାଜନ୍ ଦୋରା କହିଛନ୍ତି ଯେ କୋଟିଆ ପଞ୍ଚାୟତର ପ୍ରକୃତ ସମସ୍ୟାର ସମାଧାନ ପାଇଁ ଉଭୟ ରାଜ୍ୟ ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ। ତାହା ନକରି ପଞ୍ଚାୟତର ସୀମାନ୍ତ ଗ୍ରାମରେ ବସବାସ କରୁଥିବା ନିରୀହ ଆଦିବାସୀ ଓ ଗ୍ରାମବାସୀଙ୍କ ଉପରେ କାହିଁକି ଜୁଲୁମ୍ କରାଯାଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି। ଓଡ଼ିଶା ପ୍ରଶାସନ ପକ୍ଷରୁ ୧୧ ଜଣଙ୍କ ନାମରେ ନୋଟିସ୍ ଜାରି କରାଯିବା ସହ ୨ ଜଣଙ୍କୁ ଗିରଫ କରାଯିବା ମାନବାଧିକାରର ଖୋଲାଖୋଲି ଉଲ୍ଲଂଘନ ବୋଲି ସେ ଅଭିଯୋଗ କରିଛନ୍ତି।

ସୀମା ବିବାଦ ନାମରେ ନିରୀହ ଆଦିବାସୀଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଉଲ୍ଲେଖ କରି  ଦୋରା କହିଛନ୍ତି ଯେ ଆଦିବାସୀଙ୍କ ମାନବାଧିକାର ସୁରକ୍ଷା କରିବା ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦାୟିତ୍ୱ। ଏଣୁ ଏହି ଘଟଣାରେ ଆନ୍ଧ୍ରର ଆଦିବାସୀ କଲ୍ୟାଣ ବିଭାଗ, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ପ୍ରତିକ୍ରିୟା ଦେବା ସହ ଗିରଫ ଆଦିବାସୀମାନଙ୍କୁ ଆର୍ଥିକ ସହାୟତା ଓ ଆଇନଗତ ସହଯୋଗ ଯୋଗାଇ ଦେବାକୁ ସେ ଦାବି କରିଛନ୍ତି। ଅନ୍ୟପଟେ ଶ୍ରୀ ଦୋରାଙ୍କ ଏହି ଭିଡିଓ ଭାଇରାଲ୍ ହେବା ପରେ କୋଟିଆ ପ୍ରସଙ୍ଗରେ ବିବାଦ ବଢ଼ିବା ସହ ସୀମାନ୍ତ ବାସିନ୍ଦାଙ୍କ ମନୋବଳ ଦୃଢ଼ କରିବା ପାଇଁ ଆନ୍ଧ୍ରର ବିରୋଧୀ ଦଳ ଓ ବିଭିନ୍ନ ରାଜନୈତିକ ଦଳ ସକ୍ରିୟ ହୋଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ କୋଟିଆ ଥାନାରେ ଗତ ୨୩ ତାରିଖରେ ରୁଜୁ ହୋଇଥିବା ଏକ ମାମଲାକୁ ନେଇ ଓଡ଼ିଶା ପ୍ରଶାସନ ପକ୍ଷରୁ ଲଗାଯାଇଥିବା ନୋଟିସ୍‌ରେ ଆସନ୍ତା ୨୭ ତାରିଖ ସୁଦ୍ଧା ଉପ-ବିଭାଗୀୟ ମାଜିଷ୍ଟ୍ରେଟ (ଏସ୍‌ଡିଏମ୍)ଙ୍କ ନିକଟରେ ହାଜର ହୋଇ ଜଣକା ପିଛା ଦେଢ଼ ଲକ୍ଷ ଟଙ୍କାର ବଣ୍ଡ ପ୍ରଦାନ ସହ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ରହିଥିବା ଜଣାପଡ଼ିଛି। ଏହି ନୋଟିସ୍‌କୁ ନେଇ ସୀମାନ୍ତ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଓ ଚାପା ଉତ୍ତେଜନା ଦେଖାଦେଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଧ୍ର ସରପଞ୍ଚ ନିର୍ବାଚନରେ ଭୋଟ ଦେଲେ ଶତାଧିକ ଓଡ଼ିଆ: ପାତ୍ରପୁର ସୀମାନ୍ତରେ ଗଞ୍ଜାମ ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନ

ପାତ୍ରପୁର, ୨୬।୧୧(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ୍ ଅଧୀନ ଆନ୍ଧ୍ର ସୀମାନ୍ତରେ ବସବାସ କରୁଥିବା କିଛି ଓଡ଼ିଶା ଗ୍ରାମବାସୀ ଗୁରୁବାର ଆନ୍ଧ୍ର ପ୍ରଦେଶର ସରପଞ୍ଚ…

ରିଲ୍ସ ନିଶା ନେଲା ମେଡିକାଲ ଛାତ୍ରଙ୍କ ଜୀବନ: ମଗରମୁହାଁ ଝରଣା ପାହାଡ଼ରୁ ଖସି ମୃତ୍ୟୁ, ବାନ୍ଧବୀ ଫେରାର

ଦିଗପହଣ୍ଡି,୨୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ଥିବା ମା’ ବାଙ୍କେଶ୍ୱରୀ ମନ୍ଦିର ନିକଟ ଘାଟି ରାସ୍ତା କଡ଼ରେ…

ପ୍ରାଚୀନ ନୌବାଣିଜ୍ୟ ଇତିହାସକୁ ଉଜ୍ଜୀବିତ କରୁଛି ରାଜନଗର ବାଲିଯାତ୍ରା: ହାଇସ୍କୁଲ ପଡ଼ିଆରେ ରଙ୍ଗାରଙ୍ଗ ଉଦ୍‌ଘାଟନ, ଡିସେମ୍ବର ୧ ପର୍ଯ୍ୟନ୍ତ

ପାଟଣା, ୨୬।୧୧(ବୀର କିଶୋର ଦାଶ): ଓଡ଼ିଆ ଜାତିର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସାଧବ ପୁଅଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲା ପାଟଣା ବ୍ଲକ…

ମନ୍ଦିର ପରିସରରୁ ସ୍ପଷ୍ଟ ଦିବାଲୋକରେ କାର୍‌ କାଚ୍‌ ଭାଙ୍ଗି ଲୁଟିନେଲେ ଭ୍ୟାନିଟି ବ୍ୟାଗ୍‌

ନିରାକାରପୁର,୨୬।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ସ୍ପଷ୍ଟ ଦିବାଲୋକରେ କାର୍‌ କାଚ ଭାଙ୍ଗି ଲୁଟ। ମନ୍ଦିରରେ ପ୍ରସାଦ ସେବନ କରିବାକୁ ଯାଇଥିବା ଏକ ପରିବାରର କାର୍‌ କାଚ୍‌ ଭାଙ୍ଗି…

ପ୍ରେମ ଜାଲରେ ଫସାଇ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗ: ବୈଶିଙ୍ଗାରେ ୨୬ ବର୍ଷୀୟ ଯୁବକ ଗିରଫ, କୋର୍ଟ ଚାଲାଣ

ବୈଶିଙ୍ଗା, ୨୬।୧୧(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମେରଦା ଗ୍ରାମର ଜଣେ ଯୁବକ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଗର୍ଭବତୀ କରିଥିବା ଅଭିଯୋଗରେ ଗିରଫ…

ବୃକ୍ଷରୋପଣ ସହ ସାଧନା-ସମାଜସେବାର ବାର୍ତ୍ତା: ବାଣତୁମ୍ବୁରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ-ଯୋଗାଭ୍ୟାସ…

ଭଞ୍ଜନଗର, ୨୬।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ନିକଟସ୍ଥ ବାଣତୁମ୍ବୁ ଓଁଶାନ୍ତି ନଗରସ୍ଥିତ ପ୍ରଭୁ ସ୍ମୃତିଭବନ ପରିସରରେ ନିର୍ମାଣାଧୀନ ବିଶ୍ୱଜ୍ୟୋତି ପ୍ରଭୂତୋପବନ ଆଶ୍ରମ ପକ୍ଷରୁ ଗୁରୁବାର…

ଭଞ୍ଜନଗରରେ ଏସ୍‌ଏସ୍‌ଆର୍‌-୨୦୨୭ ପ୍ରସ୍ତୁତି ବୈଠକ: ନଭେମ୍ବର ୩୦ରେ ଖସଡ଼ା, ଜାନୁଆରୀ ୨୧ରେ ପ୍ରକାଶ ପାଇବ…

ଭଞ୍ଜନଗର, ୨୬।୧୧ (ବାବୁଲା ପ୍ରଧାନ)- ଆଗାମୀ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍‌ଏସ୍‌ଆର୍‌)- ୨୦୨୭ ପ୍ରକ୍ରିୟାକୁ ସ୍ୱଚ୍ଛ, ନିର୍ଭୁଲ ଓ ସୁଚାରୁରୂପେ ସମ୍ପାଦନ କରିବା ଲକ୍ଷ୍ୟରେ ଗୁରୁବାର ଭଞ୍ଜନଗରଠାରେ…

‘ମୁଁ ବି ଜଣେ ମା’…’ ଅସୁସ୍ଥ ଝିଅ ପାଇଁ ଛୁଟି ନମିଳିବାରୁ କାନ୍ଦିଲେ ମହିଳା ଟ୍ରାଫିକ କନଷ୍ଟେବଳ

ବାଲେଶ୍ୱର,୨୬।୧୧(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଝିଅ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ଥିଲେ ମଧ୍ୟ ଛୁଟି ମିଳୁନଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା ଟ୍ରାଫିକ କନଷ୍ଟେବଳ । ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?