ପାଟଣା ବଜାରରେ ତମାଖୁ ବିରୋଧୀ ମିଳିତ ଚଢ଼ାଉ: ୩୬ ଦୋକାନରୁ ଆଦାୟ ହେଲା ଜରିମାନା

ପାଟଣା, ୨୬/୧୧ (ବୀର କିଶୋର ଦାଶ):  ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି ଉପରେ ରୋକ ଲଗାଇବା ଉଦ୍ଦେଶ୍ୟରେ ପାଟଣା ବଜାର ଅଞ୍ଚଳର ୩୬ଟି ଦୋକାନରେ ଗୁରୁବାର ମିଳିତ ଚଢ଼ାଉ କରାଯାଇଛି। ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପାଟଣା ପୋଲିସ ଓ ଅବକାରୀ ବିଭାଗର ସହଯୋଗରେ ଏହି ଚଢ଼ାଉ ଅଭିଯାନ କରାଯାଇଥିଲା।

ଚଢ଼ାଉ ସମୟରେ ଦୋକାନୀମାନଙ୍କୁ ସିଗାରେଟ୍‌, ଖଇନି ଓ ଗୁଟ୍‌ଖା ଭଳି ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି ନକରିବାକୁ କଡ଼ା ଚେତାବନୀ ଦିଆଯାଇଥିଲା। ଏଥିସହ ନିୟମ ଉଲ୍ଲଂଘନ କରିଥିବା ପ୍ରତ୍ୟେକ ଦୋକାନୀଙ୍କଠାରୁ ୧୦୦ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିଲା।

ଏହି ଚଢ଼ାଉରେ ଡାକ୍ତର ଅଭିଷେକ ସାହୁ ଓ ନିରଞ୍ଜନ ସାହୁ, ପିଏଚ୍‌ଇଓ ଭାଗୀରଥି ବେହେରା, ବ୍ଲକ ଆକାଉଣ୍ଟସ୍‌ ମ୍ୟାନେଜର ବିରଞ୍ଚି ନାରାୟଣ ପଣ୍ଡା, ମେଡିକାଲ ରେକର୍ଡ ଆସିଷ୍ଟାଣ୍ଟ ଲମ୍ବୋଦର ନାଏକ, ତପନ କୁମାର ଜେନା ଓ ଯୋଗେନ୍ଦ୍ର ସାହୁ ପ୍ରମୁଖ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ସାମିଲ ଥିଲେ। ଅନ୍ୟପଟେ ପାଟଣା ଅବକାରୀ ଥାନାର ସଞ୍ଜିତ କୁମାର ସ୍ୱାଇଁ, ପାଟଣା ଥାନା ଏସ୍‌ଆଇ ଜିତେନ୍ଦ୍ର କୁମାର ପଟେଲ ଓ ଏଏସ୍‌ଆଇ ଧନେଶ୍ୱର ପାତ୍ର ଚଢ଼ାଉରେ ଉପସ୍ଥିତ ରହି ସହଯୋଗ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ, କାରଣ ଖୋଜୁଛି ପୋଲିସ

ଛତ୍ରପୁର,୨୬।୧୧(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ବିପୁଳିଙ୍ଗି ଗ୍ରାମରେ ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରି ବିଲ ମଝିରେ ଫିଙ୍ଗିଦେବା ଘଟଣା…

ପାଟଣା ରେଞ୍ଜରେ ହାତୀ ଆତଙ୍କ: ଘର ଭାଙ୍ଗିଲେ, ଧାନ ଫସଲ ନଷ୍ଟ କଲେ ୨୯ ଟିକିଆ ହାତୀପଲ

ପାଟଣା, ୨୬।୧୧(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ବୁଧବାର ସନ୍ଧ୍ୟାରେ ୨୯ ଟିକିଆ ହାତୀପଲ ପ୍ରବେଶ କରି ଉପଦ୍ରବ ସୃଷ୍ଟି କରିଛନ୍ତି। କରଞ୍ଜିଆ ରେଞ୍ଜରୁ…

ଦିଗପହଣ୍ଡି କୋର୍ଟରେ ସମ୍ବିଧାନ ଦିବସ ପାଳିତ: ମୌଳିକ କର୍ତ୍ତବ୍ୟ-ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୨୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ କମ୍ପ୍ଲେକ୍ସରେ ଗୁରୁବାର ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି।…

ଆନ୍ଧ୍ର ସରପଞ୍ଚ ନିର୍ବାଚନରେ ଭୋଟ ଦେଲେ ଶତାଧିକ ଓଡ଼ିଆ: ପାତ୍ରପୁର ସୀମାନ୍ତରେ ଗଞ୍ଜାମ ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନ

ପାତ୍ରପୁର, ୨୬।୧୧(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ୍ ଅଧୀନ ଆନ୍ଧ୍ର ସୀମାନ୍ତରେ ବସବାସ କରୁଥିବା କିଛି ଓଡ଼ିଶା ଗ୍ରାମବାସୀ ଗୁରୁବାର ଆନ୍ଧ୍ର ପ୍ରଦେଶର ସରପଞ୍ଚ…

କୋଟିଆ ସୀମାନ୍ତରେ ଓଡ଼ିଶା ପ୍ରଶାସନର ନୋଟିସ୍ ନିନ୍ଦନୀୟ: ଆନ୍ଧ୍ର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତାରେ ତୀବ୍ର ପ୍ରତିକ୍ରିୟା

ପଟ୍ଟାଙ୍ଗି,୨୬।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତକୁ ନେଇ ସୀମା ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଥିବା ବେଳେ…

ରିଲ୍ସ ନିଶା ନେଲା ମେଡିକାଲ ଛାତ୍ରଙ୍କ ଜୀବନ: ମଗରମୁହାଁ ଝରଣା ପାହାଡ଼ରୁ ଖସି ମୃତ୍ୟୁ, ବାନ୍ଧବୀ ଫେରାର

ଦିଗପହଣ୍ଡି,୨୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ଥିବା ମା’ ବାଙ୍କେଶ୍ୱରୀ ମନ୍ଦିର ନିକଟ ଘାଟି ରାସ୍ତା କଡ଼ରେ…

ପ୍ରାଚୀନ ନୌବାଣିଜ୍ୟ ଇତିହାସକୁ ଉଜ୍ଜୀବିତ କରୁଛି ରାଜନଗର ବାଲିଯାତ୍ରା: ହାଇସ୍କୁଲ ପଡ଼ିଆରେ ରଙ୍ଗାରଙ୍ଗ ଉଦ୍‌ଘାଟନ, ଡିସେମ୍ବର ୧ ପର୍ଯ୍ୟନ୍ତ

ପାଟଣା, ୨୬।୧୧(ବୀର କିଶୋର ଦାଶ): ଓଡ଼ିଆ ଜାତିର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସାଧବ ପୁଅଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ କେନ୍ଦୁଝର ଜିଲା ପାଟଣା ବ୍ଲକ…

ମନ୍ଦିର ପରିସରରୁ ସ୍ପଷ୍ଟ ଦିବାଲୋକରେ କାର୍‌ କାଚ୍‌ ଭାଙ୍ଗି ଲୁଟିନେଲେ ଭ୍ୟାନିଟି ବ୍ୟାଗ୍‌

ନିରାକାରପୁର,୨୬।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ସ୍ପଷ୍ଟ ଦିବାଲୋକରେ କାର୍‌ କାଚ ଭାଙ୍ଗି ଲୁଟ। ମନ୍ଦିରରେ ପ୍ରସାଦ ସେବନ କରିବାକୁ ଯାଇଥିବା ଏକ ପରିବାରର କାର୍‌ କାଚ୍‌ ଭାଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?