ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟକର୍ମୀ, ଡେଥ୍‌ ସାର୍ଟିଫିକେଟ ପାଇଁ ୭ ହଜାର ଲାଞ୍ଚ ନେଉଥିଲେ

ସମ୍ବଲପୁର,୨୬।୧୧:  ସମ୍ବଲପୁର ଜିଲା ଠେମରା CHCର ଜଣେ ସ୍ୱାସ୍ଥ୍ୟକର୍ମୀ ଲାଞ୍ଚ ନେଉଥିବା ବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ମୃତ୍ୟୁ ପ୍ରମାଣପତ୍ର ପ୍ରସ୍ତୁତି ପାଇଁ ଫାଇଲ୍‌ ଆଗକୁ ବଢ଼ାଇବାକୁ ସେ ଜଣେ ଆବେଦନକାରୀଙ୍କଠାରୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଥେମରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମଲ୍ଟି ପର୍ପୋଜ୍‌ ହେଲ୍‌ଥ ୱାର୍କର ହରିହର ପ୍ରଧାନଙ୍କୁ ଧରିଛି ଭିଜିଲାନ୍ସ ।

ଭିଜିଲାନ୍ସ ସୂଚନା ଅନୁସାରେ, ଆବେଦନକାରୀ ନିଜ ମୃତ ଅଜାଙ୍କ ମୃତ୍ୟୁ ପ୍ରମାଣପତ୍ର ପାଇଁ ସରକାରୀ ନିୟମ ଅନୁଯାୟୀ ଆବଶ୍ୟକ କାଗଜପତ୍ର ସହ ପ୍ରାୟ ୬ ମାସ ତଳେ ଆବେଦନ କରିଥିଲେ । ହେଲେ ବାରମ୍ବାର ଅନୁରୋଧ ସତ୍ତ୍ୱେ ହରିହର ପ୍ରଧାନ ଫାଇଲ୍‌ ଆଗକୁ ବଢ଼ାଉ ନଥିବା ଅଭିଯୋଗ ହୋଇଥିଲା। ଏହା ପରେ ପ୍ରମାଣପତ୍ର ପ୍ରସ୍ତୁତି ପାଇଁ ସେ ୭ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଆବେଦନକାରୀ ଅଭିଯୋଗ କରିଥିଲେ।

ଲାଞ୍ଚ ଦାବିରେ ଅତିଷ୍ଠ ହୋଇ ଆବେଦନକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହା ପରେ ଗୁରୁବାର ଭିଜିଲାନ୍ସ ଟିମ୍‌ ଯୋଜନା ମୁତାବକ ଚଢ଼ାଉ କରି ହରିହର ପ୍ରଧାନଙ୍କୁ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ଧରିଥିଲେ । ତାଙ୍କଠାରୁ ସମ୍ପୂର୍ଣ୍ଣ ୭ ହଜାର ଟଙ୍କା ଜବତ କରାଯାଇଛି । ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ପରବର୍ତ୍ତୀ ଆଇନଗତ ତଦନ୍ତ ଜାରି ରହିଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଦାବି ଆଗରେ ମୁଣ୍ଡ ନୁଆଁଇଲେ ପଶ୍ଚିମବଙ୍ଗ ସରକାର, ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ

ଭୁବନେଶ୍ୱର,୨୬ା୧୧: ଦୀଘାସ୍ଥିତ ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦକୁ ହଟାଇ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଏନେଇ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ ୪୦ ହଜାର ପେନ୍‌ସନ୍‌!

ଲକ୍ଷ୍ନୌ, ୨୬।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୭ ପୂର୍ବରୁ ନିଜର ନିର୍ବାଚନୀ ରଣନୀତିକୁ ଆଗକୁ ବଢ଼ାଇଛି ସମାଜବାଦୀ ପାର୍ଟି (ସପା)। ସମ୍ବିଧାନ ଦିବସ ଅବସରରେ ଗୁରୁବାର ଦଳ…

୪୦ କୋଟି ପାଇବେ ବୈଭବ! ହଇଚଇ ସୃଷ୍ଟି କଲା ପୂର୍ବତନ କ୍ରିକେଟର୍‌ଙ୍କ ବୟାନ, କହିଲେ-ଇତିହାସର ସବୁଠାରୁ…

ନୂଆଦିଲ୍ଲୀ,୨୬।୧୧: ଭାରତୀୟ କ୍ରିକେଟରେ ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ଏବେ ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ…

ବାଲାଜୀ ମନ୍ଦିରକୁ ୧୬୦ କୋଟିର ସୁନା ଦାନକେଲ ବ୍ୟବସାୟୀ, ଟ୍ରକ୍‌ରେ ବୋହି ଆଣିଲେ

ନୂଆଦିଲ୍ଲୀ,୨୬।୧୧: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମଳା ତିରୁପତି ବାଲାଜୀ ମନ୍ଦିରକୁ ଜଣେ ଭକ୍ତଙ୍କ ପକ୍ଷରୁ ଦିଆଯିବାକୁ ଯାଉଛି ଏକ ବିରାଟ ସୁନା ଦାନ । ଗୁରୁବାର ଭଗବାନ ବେଙ୍କଟେଶ୍ୱରଙ୍କୁ…

ଟି-୨୦ରେ ୨୦୦ ରନ କରିବି… ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଭବିଷ୍ୟବାଣୀ, ଏହି କ୍ରିକେଟର୍‌ଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟ

ନୂଆଦିଲ୍ଲୀ,୨୬।୧୧: ଭାରତୀୟ କ୍ରିକେଟର ଯୁବ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ଏବେ ନିଜର ପରବର୍ତ୍ତୀ ଲକ୍ଷ୍ୟ ସ୍ଥିର କରିଛନ୍ତି। ଟି-୨୦ କ୍ରିକେଟ୍‌ରେ ୨୦୦ ରନ୍‌ର ଐତିହାସିକ ଇନିଂସ ଖେଳିବାକୁ…

ଦ୍ୱିତୀୟ ଟେଷ୍ଟ ପୂର୍ବରୁ ନ୍ୟୁଜିଲାଣ୍ଡରେ ଲୋକାଲ୍‌ ମ୍ୟାଚ୍‌ ଖେଳିଲେ ପନ୍ତ, ୨୧ ବଲ୍‌ରେ ପିଟିଲେ ୫୪ ରନ୍‌

ନୂଆଦିଲ୍ଲୀ,୨୬।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଜବରଦସ୍ତ ଫର୍ମରେ ନଜର ଆସିଛନ୍ତି ଭାରତୀୟ ଷ୍ଟାର ବ୍ୟାଟର ଋଷଭ ପନ୍ତ । ନଭେମ୍ବର ୨୭ରୁ କ୍ରାଇଷ୍ଟଚର୍ଚ୍ଚରେ ଆରମ୍ଭ…

ବୈଭବ ସୂର୍ଯ୍ୟବଂଶୀଙ୍କ ଫିଟିଲା ଭାଗ୍ୟ: ଏବେ ହେବ ଟଙ୍କା ବର୍ଷା

ନୂଆଦିଲ୍ଲୀ,୨୬।୧୧:କ୍ରିକେଟ ପଡ଼ିଆରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍‌ରୁ ବାହାରିଥିବା ରନ୍‌ର ସୁନାମି ଏବେ କେବଳ କ୍ରିକେଟ ଜଗତରେ ସୀମିତ ହୋଇ ରହିନାହିଁ। ଏହାର ପ୍ରଭାବ ଏବେ…

ଶୀତଦାଉରୁ ଅସହାୟଙ୍କୁ ସୁରକ୍ଷା, କମ୍ବଳ ବଣ୍ଟନ କରି…

ବଲାଙ୍ଗୀର,୨୬ା୧୧(ସୁନିଲ କୁମାର ମହାନ୍ତି): ଶୀତଋତୁରେ ଗରିବ ଓ ଅସହାୟ ଲୋକଙ୍କୁ ଶୀତ ଦାଉରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ‘ସହଯୋଗ ଫାଉଣ୍ଡେଶନ’ ପକ୍ଷରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?