ମନ୍ଦିର ପରିସରରୁ ସ୍ପଷ୍ଟ ଦିବାଲୋକରେ କାର୍‌ କାଚ୍‌ ଭାଙ୍ଗି ଲୁଟିନେଲେ ଭ୍ୟାନିଟି ବ୍ୟାଗ୍‌

ନିରାକାରପୁର,୨୬।୧୧(ମାନସ ଚନ୍ଦ୍ର ପଟ୍ଟନାୟକ ): ସ୍ପଷ୍ଟ ଦିବାଲୋକରେ କାର୍‌ କାଚ ଭାଙ୍ଗି ଲୁଟ। ମନ୍ଦିରରେ ପ୍ରସାଦ ସେବନ କରିବାକୁ ଯାଇଥିବା ଏକ ପରିବାରର କାର୍‌ କାଚ୍‌ ଭାଙ୍ଗି ଦୁଇଟି ଭ୍ୟାନିଟି ବ୍ୟାଗ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ବ୍ୟାଗ୍‌ରେ ସୁନା ଅଳଙ୍କାର ଏବଂ ଟଙ୍କା ରହିଥିବା ପରିବାର ପକ୍ଷରୁ କୁହାଯାଇଛି। ଏହି ଘଟଣା ନିରାକାରପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ କମାଗୁରୁ ଅଞ୍ଚଳର ଏକ ପରିବାର ଗୁରୁବାର ଏକ କାର୍‌(ନଂ.ଓଡି୦୨ସିକେ୦୦୯୫) ଯୋଗେ ଡିଆସ୍ଥିତ କପିଳେଶ୍ୱର ଦେବଙ୍କ ଦର୍ଶନ କରିଥିଲେ। ଦର୍ଶନ ପରେ ପରିବାର ଲୋକେ ପ୍ରାୟ ୩ଟା ସମୟରେ ନିରାକାରପୁରଠାରେ ଥିବା ଶ୍ରୀରାମ ମନ୍ଦିର ନିକଟରେ ପହଞ୍ଚି କାରକୁ ମନ୍ଦିର ସାମ୍ନାରେ ରଖିଥିଲେ। ପରେ ପରିବାର ଲୋକେ ପ୍ରସାଦ ସେବନ କରିବା ପାଇଁ ମନ୍ଦିର ଭିତରକୁ ଯାଇଥିଲେ।

ପ୍ରସାଦ ସେବନ କରି ଫେରିବା ପରେ କାର୍‌ର ବାମପାର୍ଶ୍ୱ କାଚ ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ। କାର୍‌ ନିକଟରେ ଦୁଇଟି ମୋବାଇଲ ଫୋନ ପଡ଼ିଥିବା ବେଳେ ଗାଡ଼ି ଭିତରେ ରଖାଯାଇଥିବା ଦୁଇଟି ଭ୍ୟାନିଟି ବ୍ୟାଗ ନ ଥିଲା। ବ୍ୟାଗ୍‌ରେ କିଛି ସୁନା ଅଳଙ୍କାର ଓ ଟଙ୍କା ଥିବା ପରିବାର ସୂତ୍ରରୁ ଜଣାପଡ଼ିଛି।

ଘଟଣା ସମ୍ପର୍କରେ ଖବର ପାଇ ନିରାକାରପୁର ପୋଳିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗକାରୀଙ୍କ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ଅଞ୍ଚଳ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ଆରମ୍ଭ କରିଛି। ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ନିରାକାରପୁର ଥାନା ଅଧିକାରିଣୀ ରୀନାରାଣୀ ସାହୁ ସୂଚନା ଦେଇଛନ୍ତି।

ସେହିପରି ଦୁର୍ବୁତ୍ତମାନେ ୧୬ନମ୍ବର ଜାତୀୟ ରାଜପଥରୁ ଜଣେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଏନେଇ ଟାଙ୍ଗୀ ଥାନା ଏବଂ ନିରାକାରପୁର ଥାନା ପକ୍ଷରୁ ସିସି କ୍ୟାମେରାକୁ ଆଧାର କରି ଛାନ୍‌ଭିନ ଆରମ୍ଭ ହୋଇଛି । ହେଲେ ଦୁର୍ବୁତ୍ତମାନଙ୍କ କୌଣସି ପତ୍ତା ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ଜାଲରେ ଫସାଇ ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗ: ବୈଶିଙ୍ଗାରେ ୨୬ ବର୍ଷୀୟ ଯୁବକ ଗିରଫ, କୋର୍ଟ ଚାଲାଣ

ବୈଶିଙ୍ଗା, ୨୬।୧୧(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମେରଦା ଗ୍ରାମର ଜଣେ ଯୁବକ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ଗର୍ଭବତୀ କରିଥିବା ଅଭିଯୋଗରେ ଗିରଫ…

ବୃକ୍ଷରୋପଣ ସହ ସାଧନା-ସମାଜସେବାର ବାର୍ତ୍ତା: ବାଣତୁମ୍ବୁରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ-ଯୋଗାଭ୍ୟାସ…

ଭଞ୍ଜନଗର, ୨୬।୧୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ନିକଟସ୍ଥ ବାଣତୁମ୍ବୁ ଓଁଶାନ୍ତି ନଗରସ୍ଥିତ ପ୍ରଭୁ ସ୍ମୃତିଭବନ ପରିସରରେ ନିର୍ମାଣାଧୀନ ବିଶ୍ୱଜ୍ୟୋତି ପ୍ରଭୂତୋପବନ ଆଶ୍ରମ ପକ୍ଷରୁ ଗୁରୁବାର…

ଭଞ୍ଜନଗରରେ ଏସ୍‌ଏସ୍‌ଆର୍‌-୨୦୨୭ ପ୍ରସ୍ତୁତି ବୈଠକ: ନଭେମ୍ବର ୩୦ରେ ଖସଡ଼ା, ଜାନୁଆରୀ ୨୧ରେ ପ୍ରକାଶ ପାଇବ…

ଭଞ୍ଜନଗର, ୨୬।୧୧ (ବାବୁଲା ପ୍ରଧାନ)- ଆଗାମୀ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (ଏସ୍‌ଏସ୍‌ଆର୍‌)- ୨୦୨୭ ପ୍ରକ୍ରିୟାକୁ ସ୍ୱଚ୍ଛ, ନିର୍ଭୁଲ ଓ ସୁଚାରୁରୂପେ ସମ୍ପାଦନ କରିବା ଲକ୍ଷ୍ୟରେ ଗୁରୁବାର ଭଞ୍ଜନଗରଠାରେ…

ଭାରତରେ ପାକିସ୍ତାନୀ ଧାରାବାହିକ ଉପରେ କଟକଣା ଲାଗୁ ହୋଇଥିବା ବେଳେ, ଆତିଫ ଅସଲମଙ୍କୁ ଆଲିଙ୍ଗନ କଲେ ହନି ସିଂହ! ଭିଡିଓ ଭାଇରାଲ

ମୁମ୍ବାଇ,୨୬।୧୧: ସୋସିଆଲ ମିଡିଆରେ ଜଣାଶୁଣା ଭାରତୀୟ ରାପର୍‌ ତଥା ଗାୟକ ହନି ସିଂହଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ପାକିସ୍ତାନୀ ଗାୟକ ଆତିଫ ଅସଲମଙ୍କୁ…

ବୈଭବଙ୍କୁ ନେଇ ଗାଙ୍ଗୁଲିଙ୍କ ବଡ଼ ଚେତାବନୀ: ସେ ଭାରତୀୟ କ୍ରିକେଟର ଭବିଷ୍ୟତ, କାହା ସହ…

ନୂଆଦିଲ୍ଲୀ,୨୬।୧୧: ଭାରତୀୟ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ୟୁଏଇ ବିପକ୍ଷରେ ମାତ୍ର ୫୨ ବଲରେ ଦ୍ରୁତତମ ଦ୍ୱିଶତକ ହାସଲ କରି ଲିଷ୍ଟ-ଏ କ୍ରିକେଟରେ ଇତିହାସ ରଚିଛନ୍ତି। ୧୫-୧୬…

୪ ଚୌକା-୩ ଛକା… ପୁଣି ଗର୍ଜିଲା ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍, ଶ୍ରୀଲଙ୍କା ବୋଲର ଘାଇଲା !

ନୂଆଦିଲ୍ଲୀ,୨୬।୧୧: ଏସିଆ କପ୍ ରାଇଜିଂ ଷ୍ଟାର୍ସ ୨୦୨୬ର ପ୍ରଥମ ସେମିଫାଇନାଲ ମୁକାବିଲାରେ ଶ୍ରୀଲଙ୍କା-ଏ ବିପକ୍ଷରେ ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ ନିଜର ଆକ୍ରମଣାତ୍ମକ ବ୍ୟାଟିଂ…

ଅଟୋଗ୍ରାଫ୍ ଦେବା ବେଳେ କୃଣାଳ ପାଣ୍ଡାଙ୍କ ଉପରକୁ ଜୋତା ଫିଙ୍ଗିଲେ ଦର୍ଶକ, ରାଗିଯାଇ… Video ଭାଇରାଲ

ନୂଆଦିଲ୍ଲୀ,୨୬।୧୧: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ ସମୟରେ ଏକ ଲଜ୍ଜାଜନକ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବରୋଦା ଏବଂ ଝାଡ଼ଖଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍…

‘ମୁଁ ବି ଜଣେ ମା’…’ ଅସୁସ୍ଥ ଝିଅ ପାଇଁ ଛୁଟି ନମିଳିବାରୁ କାନ୍ଦିଲେ ମହିଳା ଟ୍ରାଫିକ କନଷ୍ଟେବଳ

ବାଲେଶ୍ୱର,୨୬।୧୧(ମୃତ୍ୟୁଞ୍ଜୟ ପଟ୍ଟନାୟକ): ଝିଅ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ଥିଲେ ମଧ୍ୟ ଛୁଟି ମିଳୁନଥିବା ଅଭିଯୋଗ କରିଛନ୍ତି ଜଣେ ମହିଳା ଟ୍ରାଫିକ କନଷ୍ଟେବଳ । ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?