ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ ୪୦ ହଜାର ପେନ୍‌ସନ୍‌!

ଲକ୍ଷ୍ନୌ, ୨୬।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୭ ପୂର୍ବରୁ ନିଜର ନିର୍ବାଚନୀ ରଣନୀତିକୁ ଆଗକୁ ବଢ଼ାଇଛି ସମାଜବାଦୀ ପାର୍ଟି (ସପା)। ସମ୍ବିଧାନ ଦିବସ ଅବସରରେ ଗୁରୁବାର ଦଳ ନିଜର ଘୋଷଣାପତ୍ର ଜାରି କରିବ। ଲକ୍ଷ୍ନୌରେ ଅପରାହ୍ନ ପ୍ରାୟ ୪ଟାରେ ଦଳର ମୁଖ୍ୟ ଅଖିଳେଶ ଯାଦବ ଅନ୍ୟ ବରିଷ୍ଠ ନେତାଙ୍କ ସହ ଏହାକୁ ଉନ୍ମୋଚନ କରିବେ । ରିପୋର୍ଟ ଅନୁସାରେ, ଘୋଷଣାପତ୍ରର ନାଁ ‘ଜନ-ମନ ଘୋଷଣାପତ୍ର’ ରଖାଯାଇଛି । ଏହାର ଟ୍ୟାଗ୍‌ଲାଇନ୍‌ ରହିଛି ‘୨୭ର ସଂକଳ୍ପ, PDAର ପ୍ରଣପତ୍ର’। ଏଥିରେ ପଛୁଆ ବର୍ଗ, ଦଳିତ, ଅଳ୍ପସଂଖ୍ୟକ ଏବଂ ସାଧାରଣ ଜନତାଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆଯିବ।

ସପାର ଘୋଷଣାପତ୍ରରେ ମହିଳା, ଯୁବବର୍ଗ, କୃଷକ ଏବଂ ଗରିବଙ୍କ ପାଇଁ ଅନେକ ଯୋଜନା ରହିପାରେ । ରିପୋର୍ଟ ଅନୁସାରେ, ମହିଳାଙ୍କୁ ବାର୍ଷିକ ୪୦ ହଜାର ଟଙ୍କା ପେନ୍‌ସନ୍‌ ଦେବା, ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍‌ ମାଗଣା ବିଜୁଳି ଏବଂ ସ୍ୱରୋଜଗାର ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦେବା ଭଳି ପ୍ରତିଶ୍ରୁତି ଘୋଷଣାପତ୍ରରେ ସାମିଲ ହୋଇପାରେ । ଏହା ସହ ଗରିବଙ୍କ ପାଇଁ ମାଗଣା ଚିକିତ୍ସା, ଯୁବବର୍ଗଙ୍କ ନିଯୁକ୍ତି ଓ ଶିକ୍ଷା, କୃଷକଙ୍କ ସମସ୍ୟା ଏବଂ ସାମାଜିକ ନ୍ୟାୟ ଉପରେ ମଧ୍ୟ ଦଳର ଫୋକସ୍‌ ରହିବ।

ଏଥର ଅଖିଳେଶ ଯାଦବଙ୍କ ନିର୍ବାଚନୀ ରଣନୀତିରେ PDAକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । PDAର ଅର୍ଥ ପଛୁଆ ବର୍ଗ, ଦଳିତ ଏବଂ ଅଳ୍ପସଂଖ୍ୟକ । ପୂର୍ବରୁ ଦଳର M-Y (ମୁସଲିମ୍‌-ଯାଦବ) ସମୀକରଣ ଉପରେ ଅଧିକ ଫୋକସ୍‌ ଥିବାବେଳେ ଏବେ PDA ମାଧ୍ୟମରେ ଅଧିକ ବର୍ଗର ଭୋଟରଙ୍କୁ ଯୋଡ଼ିବାକୁ ଉଦ୍ୟମ କରୁଛି ସପା। ଘୋଷଣାପତ୍ରରେ ମହିଳା ସଶକ୍ତୀକରଣ, ଯୁବବର୍ଗଙ୍କ ରୋଜଗାର, ଶିକ୍ଷା, କୃଷକଙ୍କ ସମସ୍ୟା ଏବଂ ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ଉପରେ ମଧ୍ୟ ଗୁରୁତ୍ୱ ରହିବ।

ସପାର ଘୋଷଣାପତ୍ରରେ ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନ୍‌ସନ୍‌ ଯୋଜନା (OPS) ପୁନଃ ଲାଗୁ କରିବା, ଖାଲି ପଡ଼ିଥିବା ସରକାରୀ ପଦବୀ ପୂରଣ କରିବା ଏବଂ କର୍ମଚାରୀଙ୍କ ଅବସର ବୟସ ୬୫ ବର୍ଷକୁ ବୃଦ୍ଧି କରିବା ଭଳି ପ୍ରସ୍ତାବ ମଧ୍ୟ ରହିପାରେ। ଏହି ପ୍ରତିଶ୍ରୁତିଗୁଡ଼ିକ ମାଧ୍ୟମରେ ସରକାରୀ କର୍ମଚାରୀ, ଯୁବବର୍ଗ ଏବଂ ମଧ୍ୟବିତ୍ତ ପରିବାରଙ୍କୁ ଆକୃଷ୍ଟ କରିବାକୁ ଦଳ ଉଦ୍ୟମ କରୁଛି ।

ସପା ପକ୍ଷରୁ ରାଜ୍ୟ, ଜିଲା ଏବଂ ଲକ୍ଷ୍ନୌ ସହର ପାଇଁ ଅଲଗା ଅଲଗା ଘୋଷଣାପତ୍ର ଜାରି କରାଯିବାର ଯୋଜନା ରହିଛି । ଏଥିରେ ରାଜ୍ୟସ୍ତରୀୟ ପ୍ରମୁଖ ପ୍ରତିଶ୍ରୁତି ସହ ପ୍ରତ୍ୟେକ ଜିଲାର ସ୍ଥାନୀୟ ସମସ୍ୟା ଏବଂ ଲକ୍ଷ୍ନୌର ସହରୀ ଉନ୍ନୟନ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯିବ। ଘୋଷଣାପତ୍ର ପ୍ରସ୍ତୁତିରେ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ, ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଏବଂ ନିର୍ବାଚନ ପରିଚାଳନା ସହ ଜଡ଼ିତ ଏକ ଏଜେନ୍ସି ଭୂମିକା ନେଇଥିବା ରିପୋର୍ଟରେ କୁହାଯାଇଛି। ଦଳର ବିଭିନ୍ନ ଶାଖାରୁ ମଧ୍ୟ ପରାମର୍ଶ ଓ ମତାମତ ନିଆଯାଇଛି।

୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ ଆଖିରେ ରଖି ସପା ଏଥର ନିର୍ବାଚନୀ ପ୍ରତିଶ୍ରୁତିକୁ ଆଗୁଆ ଭାବେ ଜନତାଙ୍କ ସାମ୍ନାରେ ରଖିବାକୁ ଯାଉଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଦାବି ଆଗରେ ମୁଣ୍ଡ ନୁଆଁଇଲେ ପଶ୍ଚିମବଙ୍ଗ ସରକାର, ଦୀଘା ଜଗନ୍ନାଥ ମନ୍ଦିରରୁ ହଟିଲା ‘ଧାମ’ ଶବ୍ଦ

ଭୁବନେଶ୍ୱର,୨୬ା୧୧: ଦୀଘାସ୍ଥିତ ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦକୁ ହଟାଇ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଏନେଇ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ…

୪୦ କୋଟି ପାଇବେ ବୈଭବ! ହଇଚଇ ସୃଷ୍ଟି କଲା ପୂର୍ବତନ କ୍ରିକେଟର୍‌ଙ୍କ ବୟାନ, କହିଲେ-ଇତିହାସର ସବୁଠାରୁ…

ନୂଆଦିଲ୍ଲୀ,୨୬।୧୧: ଭାରତୀୟ କ୍ରିକେଟରେ ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ ଏବେ ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ…

ବାଲାଜୀ ମନ୍ଦିରକୁ ୧୬୦ କୋଟିର ସୁନା ଦାନକେଲ ବ୍ୟବସାୟୀ, ଟ୍ରକ୍‌ରେ ବୋହି ଆଣିଲେ

ନୂଆଦିଲ୍ଲୀ,୨୬।୧୧: ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମଳା ତିରୁପତି ବାଲାଜୀ ମନ୍ଦିରକୁ ଜଣେ ଭକ୍ତଙ୍କ ପକ୍ଷରୁ ଦିଆଯିବାକୁ ଯାଉଛି ଏକ ବିରାଟ ସୁନା ଦାନ । ଗୁରୁବାର ଭଗବାନ ବେଙ୍କଟେଶ୍ୱରଙ୍କୁ…

ବିନା ହିଜାବରେ ଗାଇବାରୁ ଗାୟିକା ପରାସ୍ତୁ ଅହମଦିଙ୍କୁ ୭୪ ଥର ଚାବୁକମାଡ଼

ତେହରାନ,୨୬ା୧୧: ଇରାନର ଏକ ପୋଲିସ ହାଜତରେ ମହସା ଅମିନିଙ୍କ ମୃତ୍ୟୁ ଘଟଣାକୁ ନେଇ ବାଧ୍ୟତାମୂଳକ ହିଜାବ ଆଇନ ବିରୋଧରେ ଦେଶବ୍ୟାପୀ ବିକ୍ଷୋଭ ହୋଇଥିଲା। ଏହାର ୪ ବର୍ଷ…

ଟି-୨୦ରେ ୨୦୦ ରନ କରିବି… ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଭବିଷ୍ୟବାଣୀ, ଏହି କ୍ରିକେଟର୍‌ଙ୍କ ରେକର୍ଡ ଭାଙ୍ଗିବା ଲକ୍ଷ୍ୟ

ନୂଆଦିଲ୍ଲୀ,୨୬।୧୧: ଭାରତୀୟ କ୍ରିକେଟର ଯୁବ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ଏବେ ନିଜର ପରବର୍ତ୍ତୀ ଲକ୍ଷ୍ୟ ସ୍ଥିର କରିଛନ୍ତି। ଟି-୨୦ କ୍ରିକେଟ୍‌ରେ ୨୦୦ ରନ୍‌ର ଐତିହାସିକ ଇନିଂସ ଖେଳିବାକୁ…

ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଲେ ତାମିଲନାଡୁ ସରକାର

କର୍ନାଟକ, ୨୬ା୧୧: ଥିରୁପାରକୁନ୍ଦ୍ରମ ପାହାଡ଼ ଉପରେ ଥିବା ବିବାଦୀୟ ‘ଦୀପାଥୁନ’ଠାରେ ପାରମ୍ପରିକ ଦୀପ ଜଳାଇବାରେ ବିଫଳ ହୋଇଥିବାରୁ ତାମିଲନାଡ଼ୁ ସରକାର ବୁଧବାର ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଛନ୍ତି। ରାଜ୍ୟ…

ଭିତ୍ତିଭୂମି ସରଞ୍ଜାମ ଉତ୍ପାଦନ କ୍ଷେତ୍ରରେ ଚାଇନାକୁ ଟକ୍କର

ନୂଆଦିଲ୍ଲୀ,୨୬ା୧୧: ନିର୍ମାଣ ଓ ଭିତ୍ତିଭୂମି କ୍ଷେତ୍ରରେ ଉପଯୋଗ ହେଉଥିବା ଭାରି ଯନ୍ତ୍ରପାତି ଉତ୍ପାଦନ ଦିଗରେ ଚାଇନାକୁ ଟକ୍କରଦେବା ପାଇଁ କେନ୍ଦ୍ର କ୍ୟାବିନେଟ ଏମ୍‌ଏସ୍‌ଏମ୍‌ଇ ପାଇଁ ୧୧,୦୦୦ କୋଟି…

ଇନଫ୍ଲୁଏନସରଙ୍କୁ ମାନହାନି ନୋଟିସ ପଠାଇଲେ ଶାହରୁଖ ଖାନ, ଅନନ୍ତ ଅମ୍ୱାନୀଙ୍କ ସହ କଥାବାର୍ତ୍ତା ଭିଡିଓକୁ ନେଇ ବଢ଼ିଲା ବିବାଦ

ମୁମ୍ୱାଇ: ବଲିଉଡ ସୁପରଷ୍ଟାର୍‌ ଶାହରୁଖ ଖାନ (Shah Rukh Khan) କଥିତ ଭାବେ ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କୁ ଏକ ‘ମାନହାନିକାରକ’ (defamatory) ଇନଷ୍ଟାଗ୍ରାମ ରିଲ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?