ସାଇକେଲରେ ୨୦ ହଜାର କିଲୋମିଟର ଯାତ୍ରା କରି ଦେଢବର୍ଷ ପରେ ଫେରିଲେ

ସମ୍ବଲପୁର, ୪।୩ (ଭବାନୀଶଙ୍କର ଭୋଇ): ପରିବେଶ ସଚେତନତା ଲକ୍ଷ୍ୟ ରଖି ଦେଢବର୍ଷ ତଳେ ବରଗଡ ନୂଆଗଡରୁ ବାହାରିଥିବା ନନ୍ଦିଘୋଷ ଖମାରୀ ଏହା ଭିତରେ ୨୦ ହଜାର କିଲୋମିଟର ସାଇକେଲରେ ଯାତ୍ରା କରି ସାରିଛନ୍ତି। ତାଙ୍କର ସାଇକେଲ ଯାତ୍ରା ଭିତରେ ସେ ବୁଲିଛନ୍ତି ୨୮ଟି ରାଜ୍ୟ।

ଦେଶଭ୍ରମଣ କରି ସୋମବାର ସମ୍ବଲପୁର ପହଞ୍ଚିଥିବା ଅବସରରେ ତାଙ୍କୁ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। କୁଲତା ସମାଜର ସମ୍ବଲପୁରର ସଭାନେତ୍ରୀ ଯଶୋବନ୍ତୀ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ଦେବତ୍ତମ ପଧାନ, ହାରାଧନ ପଧାନ, ଅଭିରାମ ଖମାରୀ, ସମାରୁ ବାରିକ, କ୍ଷୀରୋଦ ପଧାନ, ନିର୍ମଳ ପଧାନ, ଚୁଡାମଣୀ ବାରିକ, ବିବେକା ଭୋଇ, ଆଲୋକ ସାହୁ, ଦେବଦତ୍ତ ସାହୁ, ଅକ୍ଷୟ ପଧାନ, ହାରାଧନ ଭୋଇ, ପ୍ରବୀଣ ବାରିକ, ମଧୁସୂଦନ ଭୋଇ ପ୍ରମୁଖ ଉପସ୍ଥିତ ରହି ସାଇକେଲ ଯାତ୍ରୀ ନନ୍ଦିଘୋଷ ଖମାରୀଙ୍କୁ ସ୍ବାଗତ କରିଥିଲେ।

ମନ୍ଦିର ପୂଜକ ସୁଦାମ ପଧାନ ଏବଂ ଦେବୀପ୍ରସାଦ ଭୋଇ ରଣେଶ୍ୱର ରାମଚଣ୍ଡୀଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ନନ୍ଦିଘୋଷ ତାଙ୍କର ଦେଢବର୍ଷର ସାଇକେଲ ଯାତ୍ରାର ଅଭିଜ୍ଞତା ବିଷୟରେ କହିଥିଲେ। ସାଇକେଲର ଅଧିକ ବ୍ୟବହାର ପରିବେଶ ସହ ମଣିଷକୁ ମଧ୍ୟ ସୁସ୍ଥ ରଖିବ ବୋଲି ସେ କହିଥିଲେ।

ନନ୍ଦିଘୋଷଙ୍କ ବାପା ତପୋଧନ ଖମାରୀ ଜଣେ କ୍ଷୁଦ୍ର ଚାଷୀ ଏବଂ ମା’ ଦ୍ରୌପଦୀ ଖମାରୀ ଜଣେ ଗୃହିଣୀ। ତିନି ଭାଇ ଭଉଣୀ ଭିତରେ ସବା ସାନ ନନ୍ଦିଘୋଷ ସାଇକେଲରେ ଦେଶ ଭ୍ରମଣ କରିବା ସ୍ବପ୍ନ ପୂରଣ କରିବାକୁ ୨୦୨୨ସେପ୍ଟେମ୍ବର ୫ରେ ନୂଆଗଡ଼ ଗାଁରୁ ବାହାରିବା ସମୟରେ କେବେ ଘରକୁ ଫେରିବେ ତାହା ଜାଣି ନ ଥିଲେ।

ତେବେ ନିଜର ସଂକଳ୍ପ ବଳରେ ସେ ଦେଢବର୍ଷ ହେବ ବିଭିନ୍ନ ରାଜ୍ୟ ବୁଲି ପରିବେଶ ସଚେତନତାର ବାର୍ତ୍ତା ପ୍ରଚାର କରିପାରିଛନ୍ତି। ନିଜର ଯାତ୍ରା ଭିତରେ ସେ ବିଭିନ୍ନ ଥାନା, ସ୍କୁଲ, ମନ୍ଦିର, ମସଜିଦ ଗୀର୍ଜାଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ରାତ୍ରୀ ଯାପନ କରିଥିବା କହିଥିଲେ।

ବିଶେଷକରି ମହାରାଷ୍ଟ୍ରରେ ସାଇକେଲ ପ୍ରତି ଅଧିକ ଆଗ୍ରହ ରହିଥିବାବେଳେ ଭାରତର ଚାରିଆଡେ ସମ୍ବଲପୁରୀ ଗୀତ ଏବଂ ନାଚ ପ୍ରତି ଲୋକଙ୍କ ଆଗ୍ରହ ରହିଥିବା ନନ୍ଦିଘୋଷ କହିଛନ୍ତି। ଲୋକେ ସମ୍ବଲପୁରୀ ଭାଷା ବୁଝି ନ ପାରିଲେ ମଧ୍ୟ ଭାଷାର ଲାଲିତ୍ୟ ଏବଂ ସମ୍ବଲପୁରୀ ବଜାକୁ ବେଶ ଉପଭୋଗ କରୁଥିବା ସେ କହିଛନ୍ତି।

ଖରା, ବର୍ଷା, ଶୀତ ବର୍ଷର ସବୁ ସମୟରେ ସେ ସାଇକେଲ ଚଳାଇ ନିଜ ଯାତ୍ରାକୁ ଆଗକୁ ବଢାଇ ଆସିଛନ୍ତି। ପ୍ରତି ରାଜ୍ୟରେ ପ୍ରାୟ ପନ୍ଦର ଦିନ ସମୟ ରହିବା ସହ ସେଠାକାର ଖାଦ୍ୟପେୟ, ଭାଷା, ସଂସ୍କୃତି ବିଷୟରେ ଅବଗତ ହୋଇପାରିଥିବା କହିଛନ୍ତି। ୨୬ ବର୍ଷୀୟ ନନ୍ଦିଘୋଷ ୨୮ଟି ରାଜ୍ୟ ଭ୍ରମଣ ସମୟରେ ପରିବାରଠାରୁ ଦେଢବର୍ଷ ହେବ ଦୂରରେ ରହିଛନ୍ତି। ତେବେ ସେ ନିଜ ଅଭିଯାନକୁ ଆଗକୁ ବଢାଇବା ସହ ବହୁ ଯୁବକ ପାଇଁ ପ୍ରେରଣା ପାଲଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI ଚାର୍ଜକୁ ନେଇ ବଡ଼ ଖୁଲାସା! କାର୍ଡ ପେମେଣ୍ଟଠାରୁ ୮୦% ଶସ୍ତା କାହିଁକି? ଜାଣନ୍ତୁ ପୂରା ହିସାବ

ନୂଆଦିଲ୍ଲୀ,୨୩।୯ : UPI ପେମେଣ୍ଟକୁ ନେଇ ଆସିଛି ନୂଆ ନିୟମ । ଅକ୍ଟୋବର ୧୫, ୨୦୨୬ରୁ ୨ ହଜାର ଟଙ୍କାରୁ ଅଧିକ କିଛି UPI ଟ୍ରାଞ୍ଜାକ୍ସନରେ ୦.୪…

ଅସ୍ବାସ୍ଥ୍ୟକର ହେବ ନାହିଁ ଟ୍ରେନ ଖାଦ୍ୟ; ମୂଷା କିମ୍ବା ଅସରପା ଦେଖାଗଲେ ସିଧାସଳଖ ସତର୍କ ସୂଚନା (alert) ପଠାଇବ AI କ୍ୟାମେରା

ସମସ୍ତିପୁର,୨୩।୯: ସମସ୍ତିପୁର ଦେଇ ଯାଉଥିବା ପ୍ରମୁଖ ଟ୍ରେନଗୁଡ଼ିକ (ଯେପରିକି ସ୍ବାଧୀନତା ସେନାନୀ ଏକ୍ସପ୍ରେସ, ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ବୈଶାଳୀ ଏକ୍ସପ୍ରେସ ଏବଂ ବାଗମତୀ ଏକ୍ସପ୍ରେସ)ର ପ୍ୟାଣ୍ଟ୍ରି…

ଡୋନାଲ୍ଡ ଟ୍ରମ୍ପଙ୍କ ପୁଅଙ୍କ ଖର୍ଚ୍ଚର ଯାଞ୍ଚ କରାଯିବ; ତଦନ୍ତ ପାଇଁ ଦାବି କରିଛନ୍ତି ରିପବ୍ଲିକାନ ସିନେଟର୍‌

ଓ୍ବାଶିଂଟନ,୨୩।୯: ୟୁଟାହ ରିପବ୍ଲିକାନ ସେନେଟର ଜନ କର୍ଟିସ ସିନେଟ ନ୍ୟାୟପାଳିକା କମିଟିକୁ ତଦନ୍ତ କରିବାକୁ ଆହ୍ବାନ କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ଜୁନିଅର ଆର୍ଥିକ ଲାଭ ପାଇଁ…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ସ୍ବତନ୍ତ୍ର ତକିଆ କିଣିଲେ ବୁମ୍‌ରା: ସବୁ ଗୁମର ଖୋଲିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଜସପ୍ରୀତ ବୁମରା ଟିମ ଇଣ୍ଡିଆ ସହ ଜାପାନରେ ଅଛନ୍ତି। ସେଠାରେ ସେ ନିଜ ପାଇଁ ବାଛିଥିବା ତକିଆ ଯୋଗୁ ସେ…

ଟି-୨୦ ବୋଲିଂ ରାଙ୍କିଙ୍ଗ୍‌ରେ ହଟଚମଟ: ଦୁନିଆର ନମ୍ବର-୧ ବୋଲର ହେଲେ ପାକିସ୍ତାନର ଏହି ଖେଳାଳି, ଭାରତକୁ ଝଟ୍‌କା!

ନୂଆଦିଲ୍ଲୀ,୨୩।୯: ଆଇସିସି ପକ୍ଷରୁ ଟି-୨୦ ବୋଲରଙ୍କ ନୂଆ ରାଙ୍କିଙ୍ଗ୍‌ ଜାରି କରାଯାଇଛି। ଏଥିରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପାକିସ୍ତାନର ସ୍ପିନର ଅବରାର ଅହମ୍ମଦ ୭୩୬ ରେଟିଂ…

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?