Posted inଜାତୀୟ

୯୧ ପିଅନ ନିଯୁକ୍ତି ପାଇଁ ୨.୨୫ ଲକ୍ଷ ଆବେଦନ

ରାୟପୁର,୨୬।୯: ଛତିଶଗଡ଼ରେ ପିଅନ ନିଯୁକ୍ତି ପାଇଁ ରବିବାର ୬୫୭ ସେଣ୍ଟରରେ କରାଯାଇଥିବା ଲିଖିତ ପରୀକ୍ଷାରେ ଆଶାୟୀଙ୍କ ଲମ୍ବା ଲାଇନ୍‌ ଦେଖିବାକୁ ମିଳିଛି। ୯୧ ପିଅନ ପଦ ପାଇଁ ୨.୨୫ ଲକ୍ଷ ପିଲା ଆବେଦନ କରିଥିବା ଜଣାପଡ଼ିଛି।

ପଦ ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ ଅଷ୍ଟମ ପାସ୍‌, ସାଇକେଲ ଚଲାଇପାରୁଥିବା ଏବଂ ଲେଖାପଠା ଜାଣିଥିବା ବ୍ୟକ୍ତିବିଶେଷ ହିଁ ଏହି ପଦ ପାଇଁ ଆବେଦନ କରିପାରିବେ। କିନ୍ତୁ ଏହି ପଦ ପାଇଁ ଅନେକ ଇଞ୍ଜିନିୟର, ସ୍ନାତକୋତ୍ତର ଏବଂ ଉଚ୍ଚଶିକ୍ଷିତ ଯୁବପିଢ଼ି ଆବେଦନ କରିଛନ୍ତି। ମନୋଜ କୁମାର ପଟେଲ ନାମକ ଜଣେ ବିଏସ୍‌ସି ପାସ୍‌ କରିଥିବା ଯୁବକ ଭବିଷ୍ୟତରେ ଜଣେ ଉପଜିଲାପାଳ ହେବାର ସ୍ବପ୍ନ ଦେଖିଥିଲେ। କିନ୍ତୁ ରାଜ୍ୟରେ ବେକାରି ସମସ୍ୟା ବଢ଼ିବା ଯୋଗୁ ସେ ଏବେ ପିଅନ ପଦ ପାଇଁ ଆବେଦନ କରିଛନ୍ତି। ଅଗଷ୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଡାଟା ଅନୁସାରେ ଦେଶରେ ମୋଟ ବେକାରି ହାର ୮.୩% ରହିଥିବାବେଳେ ଛତିଶଗଡରେ ୦.୪% ଯୁବପିଢ଼ି ବେକାର ଅଛନ୍ତି।]

ରାଜ୍ୟରେ ବଢ଼ିଥିବା ବେକାରି ସମସ୍ୟା ନେଇ ବିରୋଧୀ ଭାଜପା ଶାସକ କଂଗ୍ରେସ ଦଳକୁ ସମାଲୋଚନା କରିଛି। ସରକାର ମିଛ ପ୍ରଘଟ କରିବା ଛଡ଼ା ଆଉ କିଛି କରୁ ନ ଥିବା ଭାଜପା ନେତା ଅଜୟ ଚନ୍ଦ୍ରକାର କହିଛନ୍ତି। ଭାଜପାକୁ ପାଲଟା ଜବାବ୍‌ ଦେଇ ବରିଷ୍ଠ ମନ୍ତ୍ରୀ ଅମରଜିତ ଭଗତ କହିଛନ୍ତି, ରାଜ୍ୟରେ ୨ କୋଟି ଯୁବପିଢ଼ିଙ୍କୁ ଚାକିରି ଯୋଗାଇ ଦେବା ଲାଗି ନିର୍ବାଚନ ବେଳେ ଭାଜପା ଯେଉଁ ପ୍ରତିଶ୍ରୁତି ଦେଇଥିଲା ସେଥିରେ ସେ ଫେଲ୍‌ ମାରିଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୯ ବର୍ଷ ପରେ ଏହି କାମ କରିବାକୁ ଯାଉଛି ଆମେରିକା: ବିଶ୍ୱରେ ପଡ଼ିଲା ଚହଳ

ଓ୍ବାଶିଂଟନ୍‌,୮।୬:ବିଶ୍ୱର ସର୍ବଶ୍ରେଷ୍ଠ ଶକ୍ତି ଭାବରେ ବିବେଚିତ ଯୁକ୍ତରାଷ୍ଟ୍ର ପୁଣି ଥରେ ଅନ୍ୟ ଏକ ରାଷ୍ଟ୍ରରୁ ଅଞ୍ଚଳ କିଣିବା ବିଷୟରେ ଚିନ୍ତା କରୁଛି। ରିପୋର୍ଟ ଅନୁଯାୟୀ, ରାଷ୍ଟ୍ରପତି ଡୋନାଲ୍ଡ…

ଦିଲ୍ଲୀରେ ଗର୍ଜିଲେ ମମତା: ଇଣ୍ଡିଆ ମେଣ୍ଟ ବୈଠକରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୮।୬: ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ଅର୍ଥନୈତିକ, ସାମାଜିକ ଏବଂ ବୈଦେଶିକ ନୀତି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବା ପାଇଁ…

ଦିଲ୍ଲୀ ରାଜନୀତିରେ ହଲଚଲ! ମୋଦିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କଲେ ରାହୁଲ, ସରକାର…

ନୂଆଦିଲ୍ଲୀ,୮ା୬: ଇଣ୍ଡିଆ ମେଣ୍ଟ ବୈଠକରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ସୂତ୍ର ଅନୁଯାୟୀ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୈଠକ ସମୟରେ…

ଦାରିଙ୍ଗବାଡ଼ିରୁ ବେଙ୍ଗାଲୁରୁକୁ ଗଞ୍ଜେଇ ଚାଲାଣ, ମାଡ଼ି ବସିଲା ପୋଲିସ, ୩ ଜଣଙ୍କୁ ଧରି…

ଦାରିଙ୍ଗବାଡ଼ି,୮ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରୁ କର୍ନାଟକ ରାଜ୍ୟ ବେଙ୍ଗାଲୁରୁକୁ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ଦାରିଙ୍ଗବାଡ଼ି ପୋଲିସ। ୨୩ କେଜି ଗଞ୍ଜେଇକୁ…

Indian Embassy Advisory: ମିଶାଇଲ ମାଡ଼ ପରେ ଇରାନରେ ଥିବା ଭାରତୀୟଙ୍କ ପାଇଁ ଆଡଭାଇଜରୀ ଜାରି

ତେହରାନ/ନୂଆଦିଲ୍ଲୀ,୮।୬: ଇରାନରେ ଥିବା ଭାରତୀୟ ଦୂତାବାସ ଭାରତୀୟ ନାଗରିକଙ୍କ ପାଇଁ ଏହାର ଯାତ୍ରା ପରାମର୍ଶକୁ ପୁନର୍ବାର ଦୋହରାଇଛି। ଦୂତାବାସ କହିଛି ଯେ, ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି,…

ବିଦ୍ରୋହ ଆଗରେ ହାରିଯିବେ କି ଦିଦି? ଭାଜପା ମନ୍ତ୍ରୀଙ୍କୁ ଭେଟି ବଡ଼ ପ୍ଲାନ କଲେ TMC ଏମପି, ନିଦ….

କୋଲକାତା, ୮ା୬: ପଶ୍ଚିମବଙ୍ଗରେ ରାଜନୈତିକ ଅସ୍ଥିରତା ଜାରି ରହିଛି । ବିଧାନସଭା ନିର୍ବାଚନରେ ​​ପରାଜୟ ପରେ, ତୃଣମୂଳ କଂଗ୍ରେସ ଏବେ ଭୁଶୁଡ଼ିବା ପରି ମନେ ହେଉଛି ।…

ଗଣ୍ଠି ଯନ୍ତ୍ରଣା ପାଇଁ ରୋବୋଟିକ୍‌ ସର୍ଜରି

ସାଧାରଣତଃ ଗଣ୍ଠି ଯନ୍ତ୍ରଣାକୁ ଅଧିକାଂଶ ବାର୍ଦ୍ଧକ୍ୟର ଏକ ଅପରିହାର୍ଯ୍ୟ ଅଂଶ ବୋଲି ଗ୍ରହଣ କରିଥା’ନ୍ତି। ହେଲେ ବାସ୍ତବରେ ବିଭିନ୍ନ କାରଣରୁ ବର୍ତ୍ତମାନ କେବଳ ବୟସ୍କ ନୁହନ୍ତି ଅନ୍ୟମାନଙ୍କଠାରେ…

କଳିଯୁଗର ସାବିତ୍ରୀ: ବ୍ରେନ୍ ଷ୍ଟ୍ରୋକ୍ ସ୍ୱାମୀଙ୍କୁ ପିଠିରେ ବୋହି ମେଡିକାଲ୍ ଆଣିଲେ ପତ୍ନୀ, ଭାଇରାଲ୍ ହେଉଛି କରୁଣ ଚିତ୍ର

ମୁମ୍ବାଇ,୮ା୬: ମହାରାଷ୍ଟ୍ରର ଆକୋଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ପିଠିରେ ବୋହି ଡାକ୍ତରଖାନା ନେଇଥିଲେ । ସ୍ୱାମୀଙ୍କୁ ବ୍ରେନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri