Posted inଫୁରସତ

ଚିତା ସହ ସେଲ୍‌ଫି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓରେ ଲୋକଙ୍କ ସାହସକୁ ଦେଖିଲେ ଲୋମ ଟାଙ୍କୁରି ଉଠେ। ବିଶେଷକରି ଯେତେବେଳେ ଲୋକମାନେ ବନ୍ୟ ଜନ୍ତୁମାନଙ୍କ ସାମ୍ନାରେ ପହଞ୍ଚିବା ପରେ ଫଟୋ ଏବଂ ଭିଡିଓ ନେବାକୁ ଚାହାନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ଏହି ସେଲ୍‌ଫି ସେମାନଙ୍କ ପାଇଁ ବିପଜ୍ଜନକ ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ସଫାରି ଯାତ୍ରା ସମୟରେ ପ୍ରକୃତିକୁ ଅତି ନିକଟରୁ ଜାଣିବାର ସୁଯୋଗ ରହିଥାଏ। ଏହି ସମୟରେ ବନ୍ୟଜନ୍ତୁମାନଙ୍କୁ ଅତି ନିକଟରେ ଦେଖିବାକୁ ମିଳେ। ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ଚିତା ଆସି ସଫାରି ଜିପ୍‌ ଉପରେ ଚଢ଼ିଯାଉଛି। ଏହି ଜିପ୍‌ରେ ଥିବା ଜଣେ ବ୍ୟକ୍ତି ଚିତା ସହିତ ସେଲ୍‌ଫି ନେଉଥିବାର ନଜର ଆସିଛନ୍ତି।

ଭିଡିଓରେ ସଫାରି ଜିପ୍‌ଟି ଜଙ୍ଗଲରେ ପାର୍କିଂ କରାଯାଇଛି। ଚିତାବାଘଟି ଧିରେ ଧିରେ ସଫାରି ଉପରକୁ ଡେଉଁଛି। ପରେ ସେ ଜିପ୍‌ ଭିତରକୁ ଚାହୁଁଛି। ଏହା ପରେ ଗୋଟିଏ ପାର୍ଶ୍ୱରେ ବସିଯାଉଛି। ଏହି ସମୟରେ ଜିପ୍‌ରେ ବସିଥିବା ସମସ୍ତ ପର୍ଯ୍ୟଟକ ଭୟଭୀତ ହୋଇଯାଉଥିବା ବେଳେ ଜଣେ ସଫାରି ଗାଇଡ୍‌ ତାଙ୍କ ଆସନରୁ ଉଠି ଚିତା ସହିତ ସେଲ୍‌ଫି ନେଉଛନ୍ତି।

ଏହି ଭିଡିଓକୁ ଆଇଏଫ୍‌ଏସ୍‌ ଅଧିକାରୀ କ୍ଲେମେଣ୍ଟ ବେନ୍‌ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓକୁ ଏପର୍ଯ୍ୟନ୍ତ ୮୧ ହଜାରରୁ ଅଧିକ ଥର ଦେଖାସରିଲାଣି। ଲୋକମାନେ ଏହାକୁ କ୍ରମାଗତ ଭାବରେ ଦେଖୁଛନ୍ତି। ଭିଡିଓରେ ଉକ୍ତ ବ୍ୟକ୍ତିଙ୍କ ଅତି ନିକଟରେ ଚିତା ବସିଛି। ଆଉ ସେ ସେଲ୍‌ଫି ନେଉଛନ୍ତି। ଏହି ଭିଡିଓ ଦେଖି ୟୁଜର ପଚାରିଛନ୍ତି, ଏହି ବ୍ୟକ୍ତି ଜୀବିତ ନା ମୃତ? ଜଣେ ୟୁଜର ଲେଖିଛନ୍ତି, ‘ଭାଇ’ ଯମରାଜଙ୍କ ସହିତ ଏହା ଏକ ସେଲ୍‌ଫି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ହାବୁଡ଼ରେ ପଡିଗଲେ ମନରେଗା ସହାୟିକା, ବିଲ୍‌ କରାଇ ଦେବା କହି ନେଉଥିଲେ ଏତେ ଟଙ୍କା ଲାଞ୍ଚ

ଭବାନୀପାଟଣା,୮।୬(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜଳବିଭାଜିକା ବିଭାଗର କର୍ମଚାରୀ ତଥା ମନରେଗା ସହାୟିକା ପ୍ରିୟଙ୍କା ଜେନା। ଫାର୍ମ ପଣ୍ଡ କାମରେ ବିଲ୍‌ କରାଇ ଦେବା…

କଳାଅନ୍ଧାର କରି ମାଡ଼ି ଆସିଲା କାଳବୈଶାଖୀ: ଘଡ଼ଘଡ଼ି ସହ ପ୍ରବଳ ବର୍ଷା

ଭୁବନେଶ୍ୱର, ୮।୬: ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ପ୍ରଭାବ ଜାରି ରହିଥିବା ବେଳେ ସୋମବାର ଅପରାହ୍ନରେ ପୁଣିଥରେ ଟ୍ୱିନ୍ ସିଟି କଟକ ଓ ଭୁବନେଶ୍ୱରକୁ କାଳବୈଶାଖୀ ମାଡ଼ି…

ଗୋଇସରରେ ଜଳକଷ୍ଟ:ପାଣି ପାଇଁ ଧାରଣା ଦେଲେ ମହିଳା

ବରଗଡ଼,୮।୬(ପ୍ରେମାନନ୍ଦ ଖମାରୀ): ତାତି ଥମିବାର ନାଁ ନେଉ ନାହିଁ। ଘରେ ହେଉ ଅବା ବାହାରେ ଯେଉଁଠି ରହିଲେ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଭଳି ସ୍ଥଳେ…

ହାତୀ ଛୁଆର ମିଳିଲା କଙ୍କାଳ: ତାରସିଂ ରେଞ୍ଜରେ ୩ ମାସରେ ୩ ହାତୀ ମୃତ୍ୟୁ

ଭଞ୍ଜନଗର,୮।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ତାରସିଂ ରେଞ୍ଜ ଗାୟଗଣ୍ଡା ନିକଟସ୍ଥ ପାଇଛାଲିଆ ଘଞ୍ଚ ଜଙ୍ଗଲ ଭିତରୁ ସୋମବାର ଏକ ହାତୀ ଛୁଆର କଙ୍କାଳ…

ଧାନ ଉଠାଇବା ଦାବିରେ ସିଏସ୍‌ଓ ଅଫିସରେ ପଶିଲେ ଚାଷୀ, ସିଏସ୍‌ଓ କହିଲେ-ଖୁବ୍‌ଶୀଘ୍ର…

ବଲାଙ୍ଗୀର, ୮।୬ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ମଣ୍ଡି ଓ ନଅଗାଁ (ଖ) ମଣ୍ଡିରେ ଧାନକିଣା ଅଚଳାବସ୍ଥା ଏବଂ ମିଲର୍ସଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ…

ବଚସା ହେଲା କାଳ….ମଦ ନିଶାରେ ବାପାଙ୍କୁ ଶାବଳରେ ଭୁଷି ହତ୍ୟା କଲେ ପୁଅ

ପାଟଣା,୮ା୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦିଗ ପଶି ଗ୍ରାମରେ ଛାତିଥରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ରବିବାର ବିଳମ୍ୱିତ ରାତିରେ ପୁଅ ଉଦ୍ଧବ…

‘ତୁରନ୍ତ ବନ୍ଦ ହେଉ ଗୁଳିବିନିମୟ’, ଇରାନ-ଇସ୍ରାଏଲକୁ ଟ୍ରମ୍ପଙ୍କ କଡ଼ା ଚେତାବନୀ!

ନୂଆଦିଲ୍ଲୀ, ୮।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟପ୍ରାଚ୍ୟରେ ଶାନ୍ତି ପାଇଁ ଇସ୍ରାଏଲ ଏବଂ ଇରାନକୁ ଆକ୍ରମଣ ବନ୍ଦ କରିବାକୁ ଆହୱାନ କରିଛନ୍ତି। ଟ୍ରମ୍ପ ଟ୍ରୁଥ ସେସିଆଲରେ…

ଶ୍ରୀମନ୍ଦିରରେ ଚାଲିଥିଲା ମଙ୍ଗଳ ଆଳତି, ଭକ୍ତଙ୍କ ସୁନା ଚେନ୍‌ ଲୁଟିନେଲେ ଚୋର: ଆଉ ତା’ପରେ ଘଟିଲା…

ପୁରୀ,୮।୬(ଅଜିତ ମହାନ୍ତି): ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଜଣେ ବ୍ୟକ୍ତି ଜଣେ ଭକ୍ତଙ୍କଠାରୁ ସୁନା ଚେନ ଚୋରି କରି ନେଇଥିଲେ। ମଙ୍ଗଳ ଆଳତି ବେଳେ ଏହି ଘଟଣା ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri