Posted inଫୁରସତ

ଚିତା ସହ ସେଲ୍‌ଫି, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହୋଇଥାଏ। ସେଥିରୁ କିଛି ଭିଡିଓରେ ଲୋକଙ୍କ ସାହସକୁ ଦେଖିଲେ ଲୋମ ଟାଙ୍କୁରି ଉଠେ। ବିଶେଷକରି ଯେତେବେଳେ ଲୋକମାନେ ବନ୍ୟ ଜନ୍ତୁମାନଙ୍କ ସାମ୍ନାରେ ପହଞ୍ଚିବା ପରେ ଫଟୋ ଏବଂ ଭିଡିଓ ନେବାକୁ ଚାହାନ୍ତି। ପରବର୍ତ୍ତୀ ମୁହୂର୍ତ୍ତରେ ଏହି ସେଲ୍‌ଫି ସେମାନଙ୍କ ପାଇଁ ବିପଜ୍ଜନକ ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି।

ସଫାରି ଯାତ୍ରା ସମୟରେ ପ୍ରକୃତିକୁ ଅତି ନିକଟରୁ ଜାଣିବାର ସୁଯୋଗ ରହିଥାଏ। ଏହି ସମୟରେ ବନ୍ୟଜନ୍ତୁମାନଙ୍କୁ ଅତି ନିକଟରେ ଦେଖିବାକୁ ମିଳେ। ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ଚିତା ଆସି ସଫାରି ଜିପ୍‌ ଉପରେ ଚଢ଼ିଯାଉଛି। ଏହି ଜିପ୍‌ରେ ଥିବା ଜଣେ ବ୍ୟକ୍ତି ଚିତା ସହିତ ସେଲ୍‌ଫି ନେଉଥିବାର ନଜର ଆସିଛନ୍ତି।

ଭିଡିଓରେ ସଫାରି ଜିପ୍‌ଟି ଜଙ୍ଗଲରେ ପାର୍କିଂ କରାଯାଇଛି। ଚିତାବାଘଟି ଧିରେ ଧିରେ ସଫାରି ଉପରକୁ ଡେଉଁଛି। ପରେ ସେ ଜିପ୍‌ ଭିତରକୁ ଚାହୁଁଛି। ଏହା ପରେ ଗୋଟିଏ ପାର୍ଶ୍ୱରେ ବସିଯାଉଛି। ଏହି ସମୟରେ ଜିପ୍‌ରେ ବସିଥିବା ସମସ୍ତ ପର୍ଯ୍ୟଟକ ଭୟଭୀତ ହୋଇଯାଉଥିବା ବେଳେ ଜଣେ ସଫାରି ଗାଇଡ୍‌ ତାଙ୍କ ଆସନରୁ ଉଠି ଚିତା ସହିତ ସେଲ୍‌ଫି ନେଉଛନ୍ତି।

ଏହି ଭିଡିଓକୁ ଆଇଏଫ୍‌ଏସ୍‌ ଅଧିକାରୀ କ୍ଲେମେଣ୍ଟ ବେନ୍‌ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓକୁ ଏପର୍ଯ୍ୟନ୍ତ ୮୧ ହଜାରରୁ ଅଧିକ ଥର ଦେଖାସରିଲାଣି। ଲୋକମାନେ ଏହାକୁ କ୍ରମାଗତ ଭାବରେ ଦେଖୁଛନ୍ତି। ଭିଡିଓରେ ଉକ୍ତ ବ୍ୟକ୍ତିଙ୍କ ଅତି ନିକଟରେ ଚିତା ବସିଛି। ଆଉ ସେ ସେଲ୍‌ଫି ନେଉଛନ୍ତି। ଏହି ଭିଡିଓ ଦେଖି ୟୁଜର ପଚାରିଛନ୍ତି, ଏହି ବ୍ୟକ୍ତି ଜୀବିତ ନା ମୃତ? ଜଣେ ୟୁଜର ଲେଖିଛନ୍ତି, ‘ଭାଇ’ ଯମରାଜଙ୍କ ସହିତ ଏହା ଏକ ସେଲ୍‌ଫି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri