ଦାୟିତ୍ୱରୁ ଦୂରେଇ ଯାଉଛି ପୋଲିସର ମାନବାଧିକାର ସୁରକ୍ଷା ସେଲ୍‌

କଟକ ସଦର, ୧୪/୯ (ସୁଶାନ୍ତ କୁମାର ଜେନା): ବିଭିନ୍ନ ଫୌଜଦାରୀ ମାମଲାର ରାୟକୁ ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ସମୀକ୍ଷା କରି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରୁଛନ୍ତି। ଏହି ରାୟଗୁଡ଼ିକୁ ବିଶ୍ଳେଷଣ କରି ରାଜ୍ୟର ଏସ୍‌ପି ଓ ଥାନାଗୁଡ଼ିକୁ ଅବଗତ କରାଇବାର ଦାୟିତ୍ୱ ରାଜ୍ୟ ପୋଲିସ ବିଭାଗର ମାନବାଧିକାର ସୁରକ୍ଷା ସେଲ ଉପରେ ନ୍ୟସ୍ତ ରହିଛି। ଏହାଦ୍ୱାରା ତଳସ୍ତରର ପୋଲିସ ଅଧିକାରୀମାନେ ଅଦାଲତଙ୍କ ରାୟ ଅନୁଯାୟୀ ଲୋକଙ୍କ ସହ ବ୍ୟବହାର କରିବା ସହ ଆଇନସମ୍ମତ ଢଙ୍ଗରେ ତଦନ୍ତ କରିପାରିବେ।

ମାତ୍ର ଅନେକ ଗୁରୁତ୍ୱପୂର୍ଣ୍ଣ କୋର୍ଟ ରାୟ ସମ୍ପର୍କରେ ତଦନ୍ତ କାର୍ଯ୍ୟରେ ନିୟୋଜିତ ପୋଲିସ ଅଧିକାରୀମାନେ ଏବେ ସୁଦ୍ଧା ଅବଗତ ନଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ତଥ୍ୟ ଜାଣିବା ପାଇଁ କଟକସ୍ଥିତ ରାଜ୍ୟ ମାନବାଧିକାର ସୁରକ୍ଷା ସେଲ କାର୍ଯ୍ୟାଳୟକୁ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମଗାଯାଇଥିଲା।

ତେବେ ଏହାର ଉତ୍ତରରେ ମାନବାଧିକାର ସୁରକ୍ଷା ସେଲର ଜନସୂଚନା ଅଧିକାରୀ ସୌଭାଗ୍ୟଲକ୍ଷ୍ମୀ ପଟ୍ଟନାୟକ ପତ୍ର ସଂଖ୍ୟା ୩୩୩୮, ତାରିଖ ୯/୬/୨୦୨୬ରେ ଜଣେ ସୂଚନା ଅଧିକାର କର୍ମୀଙ୍କୁ ଜଣାଇଛନ୍ତି ଯେ, କୋର୍ଟଙ୍କ ରାୟ ପବ୍ଲିକ ଡୋମେନରେ ଉପଲବ୍ଧ ଥିବାରୁ ବିଭିନ୍ନ ମାମଲାର ତଦନ୍ତକାରୀ ପୋଲିସ ଅଧିକାରୀମାନେ ନିଜେ ଏହା ଜାଣିପାରିବେ।

ଏପରି ଉତ୍ତରକୁ ନେଇ ମାନବାଧିକାର ସୁରକ୍ଷା ସେଲର ଭୂମିକା ଓ ଦାୟିତ୍ୱ ନେଇ ପ୍ରଶ୍ନ ଉଠିଛି। କାରଣ, ତଳସ୍ତରରେ କାର୍ଯ୍ୟରତ ପ୍ରତ୍ୟେକ ତଦନ୍ତକାରୀ ଅଧିକାରୀ ନିୟମିତ ଭାବେ ସମସ୍ତ ନୂତନ କୋର୍ଟ ରାୟ ଅଧ୍ୟୟନ କରିବା ସମ୍ଭବ ହୋଇ ନ ଥାଏ। ଏଭଳି ସ୍ଥିତିରେ ଗୁରୁତ୍ୱପୂର୍ଣ୍ଣ ରାୟଗୁଡ଼ିକୁ ସରକାରୀ ଭାବେ ତଳସ୍ତରକୁ ପହଞ୍ଚାଇବା ଅଧିକ ଜରୁରୀ ବୋଲି ମତ ପ୍ରକାଶ ପାଉଛି।

ଅଭିଯୋଗ ଅନୁଯାୟୀ, ଏବେ ସୁଦ୍ଧା ପୋଲିସ ଅଧିକାରୀମାନେ ଅନେକ ମାମଲାର ତଦନ୍ତ ପୁରୁଣା ଢଙ୍ଗରେ କରି ଚାଲିଛନ୍ତି। ନିକଟରେ ସୁପ୍ରିମକୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ୭ ବର୍ଷରୁ କମ ଦଣ୍ଡ ଥିବା ଅପରାଧ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ନକରିବା ଓ ଆଇନ ଅନୁଯାୟୀ ନୋଟିସ ପ୍ରଦାନ ସମ୍ପର୍କରେ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏଭଳି ରାୟ ସମ୍ପର୍କରେ ତଳସ୍ତରର ପୋଲିସ ଅଧିକାରୀମାନେ ସ୍ପଷ୍ଟ ଭାବେ ଅବଗତ ରହିବା ଆବଶ୍ୟକ।

ସେହିପରି ୨୦୨୫ ମସିହା ଏପ୍ରିଲ ମାସରେ ୪୨ ମୌଜା ଥାନାରେ ତଫସିଲଭୁକ୍ତ ଜନଜାତି ଓ ଜାତି ସମ୍ପର୍କିତ ଏକ ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁଯାୟୀ, ଯାହାଙ୍କ ବିରୋଧରେ ଜାତିଆଣ ଅପଶବ୍ଦ ବ୍ୟବହାର କରାଯାଇଥିଲା, ସେହି ବ୍ୟକ୍ତି କିମ୍ବା ତାଙ୍କ ପରିବାରର କୌଣସି ସଦସ୍ୟ ଥାନାରେ ଅଭିଯୋଗ କରିନଥିଲେ। ଘଟଣା ସମ୍ପର୍କରେ ଶୁଣିଥିବା କିଛି ବ୍ୟକ୍ତିଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା।

ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ସୁପ୍ରିମକୋର୍ଟଙ୍କ ରାୟ ଓ ଆଇନଗତ ପ୍ରମାଣ ଉପସ୍ଥାପନ କରିଥିଲେ ମଧ୍ୟ ତତ୍କାଳୀନ ଥାନା ଅଧିକାରୀ ଏହାକୁ ଗ୍ରହଣ କରିବାକୁ ମନା କରିଥିବା ଅଭିଯୋଗ ହୋଇଛି। ଏହାର ମୁଖ୍ୟ କାରଣ ଭାବେ ସମ୍ପୃକ୍ତ କୋର୍ଟ ରାୟ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ତଳସ୍ତରକୁ ଠିକ ସମୟରେ ପହଞ୍ଚାଯାଇନଥିବାକୁ ଦର୍ଶାଯାଇଛି।

ଶେଷରେ ସୂଚନା ଅଧିକାର ଆଇନ ବଳରେ କୋର୍ଟଙ୍କ ରାୟଗୁଡ଼ିକୁ ପୋଲିସ ବିଭାଗର କେଉଁ ସେକ୍ସନ ତଳସ୍ତରର ପୋଲିସ ଅଧିକାରୀଙ୍କୁ ଅବଗତ କରାଇଥାଏ, ସେ ସମ୍ପର୍କରେ ମଧ୍ୟ ତଥ୍ୟ ମଗାଯାଇଥିଲା।

ବିଭିନ୍ନ ଫୌଜଦାରୀ ମାମଲାର ସମୀକ୍ଷା କରି ସୁପ୍ରିମକୋର୍ଟ ଓ ହାଇକୋର୍ଟ ସମୟକୁ ସମୟ ନୂତନ ଓ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରୁଛନ୍ତି। ଏଭଳି ରାୟଗୁଡ଼ିକୁ ରାଜ୍ୟ ପୋଲିସର ମାନବାଧିକାର ସୁରକ୍ଷା ସେଲ ଥାନାସ୍ତର ପର୍ଯ୍ୟନ୍ତ ଠିକ ସମୟରେ ଅବଗତ ନକରାଇଲେ ସାଧାରଣ ଲୋକେ ଆଇନର ସୁଫଳ ଓ ତ୍ୱରିତ ନ୍ୟାୟ ପାଇବାରୁ ବଞ୍ଚିତ ହେବାର ଆଶଙ୍କା ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?