Posted inଜାତୀୟ

ଜଣଙ୍କୁ ପଢ଼ାଇବା ପାଇଁ ଶିକ୍ଷକଙ୍କ ଦୈନିକ ୫ କି.ମି. ପଦଯାତ୍ରା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୋଲ୍ହାପୁର, ୧୪ା୯ (ପି.ଟି.):ପ୍ରତିଦିନ ସକାଳେ ଶିକ୍ଷକମାନେ ନିଜ ନିଜ ଗାଡ଼ି କିମ୍ବା ବସ୍‌ରେ ସ୍କୁଲ ଯାଉଥିବା ବେଳେ ୫୫ ବର୍ଷୀୟ ଶିକ୍ଷକ ଜୀବନ ମିଥାରୀ କିନ୍ତୁ ଖରା, ବର୍ଷା, ସାପ, ହିଂସ୍ର ଜନ୍ତୁଙ୍କ ଭୟ ଏବଂ ରାସ୍ତା ଅଭାବକୁ ଖାତିର ନ କରି ଘଞ୍ଚ ଜଙ୍ଗଲ ଦେଇ ଦୈନିକ ୫ କିଲୋମିଟର ପାଦରେ ଚାଲି ଚାଲି ସ୍କୁଲ ଯାଉଛନ୍ତି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏତେ ବଡ଼ ଦୁର୍ଗମ ପଥ ଅତିକ୍ରମ କରି ସେ ପହଞ୍ଚୁଥିବା ବିଦ୍ୟାଳୟରେ ବର୍ତ୍ତମାନ ପଢ଼ୁଛନ୍ତି ମାତ୍ର ଜଣେ ହିଁ ଛାତ୍ରୀ। ୨୦୧୩ ଜୁଲାଇ ୨୬ରୁ ମିଥାରୀ ମହାରାଷ୍ଟ୍ରର କୋଲ୍ହାପୁର ଜିଲା ଗଗନବାୱଡ଼ା ତାଲୁକାସ୍ଥିତ ସିନ୍ଧୁଦୁର୍ଗ ସୀମାନ୍ତ କାୱାଲଟେକ ଧାଙ୍ଗରୱାଡ଼ାସ୍ଥିତ ଜିଲା ପରିଷଦ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରିଆସୁଛନ୍ତି। ଏହି ପାହାଡ଼ିଆ ଓ ଦୁର୍ଗମ ଅଞ୍ଚଳକୁ କୌଣସି ପକ୍କା ରାସ୍ତା କିମ୍ବା ବିଦ୍ୟୁତ୍‌ ସଂଯୋଗ ନାହିଁ। ମୁଖ୍ୟ ରାସ୍ତାଠାରୁ ସ୍କୁଲର ଦୂରତା ପ୍ରାୟ ୨.୫ କିଲୋମିଟର ହୋଇଥିବାରୁ ତାଙ୍କୁ ଯିବାଆସିବା ମିଶାଇ ଦୈନିକ ୫ କିଲୋମିଟର ପଦଯାତ୍ରା କରିବାକୁ ପଡ଼ିଥାଏ।
ଜୀବନ ମିଥାରୀ ପୂର୍ବରୁ କୋଲ୍ହାପୁର ଜିଲା ପ୍ରାଥମିକ ଶିକ୍ଷକ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ସେହି ସମୟରେ କିଛି ସହକର୍ମୀ କହିଥିଲେ ଯେ ପ୍ରଭାବଶାଳୀ ବ୍ୟକ୍ତିମାନେ ସବୁବେଳେ ସହର ନିକଟସ୍ଥ ଭଲ ସ୍କୁଲକୁ ବଦଳି ହୋଇଯାଆନ୍ତି, ଆଉ ସାଧାରଣ ଶିକ୍ଷକମାନେ ଦୁର୍ଗମ ଅଞ୍ଚଳରେ କାମ କରନ୍ତି। ଏହି କଥାକୁ ଏକ ଆହ୍ବାନ ଭାବେ ଗ୍ରହଣ କରି ସେ ସ୍ବେଚ୍ଛାକୃତ ଭାବେ ଏହି ଦୁର୍ଗମ ଗ୍ରାମର ସ୍କୁଲକୁ ନିଜର ବଦଳି କରାଇଥିଲେ। ଗୋଟିଏ ସମୟରେ କାୱାଲଟେକ ଧାଙ୍ଗରୱାଡ଼ା ଓ ଆନନ୍ଦପୁର ଧାଙ୍ଗରୱାଡ଼ାରେ ୭୦ରୁ ୧୦୦ ପରିବାର ବସବାସ କରୁଥିଲେ। କିନ୍ତୁ ୨୦୦୦ ମସିହା ପରେ ରୋଜଗାର ଆଶାରେ ଲୋକମାନେ କୋଲ୍ହାପୁର ସହରକୁ ପଳାୟନ କରିବାରୁ ଗଁାରେ ଶିଶୁଙ୍କ ସଂଖ୍ୟା କମିଗଲା। ଚଳିତ ବର୍ଷ ଏହି ସ୍କୁଲରେ କେବଳ ତୃତୀୟ ଶ୍ରେଣୀର ଛାତ୍ରୀ ସ୍ବରା ବୋଡ଼କେ ନାମଲେଖାଇଛନ୍ତି। ଅଙ୍ଗନଓ୍ବାଡ଼ି ନ ଥିବାରୁ ସ୍ବରାଙ୍କ ସାନଭଉଣୀ ମଧ୍ୟ ତାଙ୍କ ସହ ସ୍କୁଲ ଆସୁଛନ୍ତି।
ସ୍କୁଲକୁ ଯିବା ବାଟରେ ବାରହା, ବଣମଇଁଷି ଓ କଲରାପତରିଆ ବାଘ ଭଳି ହିଂସ୍ର ଜନ୍ତୁଙ୍କ ଭୟ ସର୍ବଦା ରହିଥାଏ। ଅନେକ ସମୟରେ କଲରାପତରିଆ ଗୃହପାଳିତ ପ୍ରାଣୀଙ୍କୁ ଶିକାର କରୁଥିବାରୁ ଜଙ୍ଗଲ ବିଭାଗ ସେଠାରେ ଟ୍ରାପ୍‌ କ୍ୟାମେରା ମଧ୍ୟ ଲଗାଇଛି। ମିଥାରୀ କହିଛନ୍ତି, ‘ମୁଁ ମଧ୍ୟ ଜଣେ ମଣିଷ, ମୋତେ ବି ଭୟ ଲାଗେ। କିନ୍ତୁ ସମୟ ସହ ଏହା ମୋର ଅଭ୍ୟାସରେ ପରିଣତ ହୋଇଗଲାଣି। ଶିଶୁ ସଂଖ୍ୟା କମ୍‌ ଥିଲେ ବି ମୋତେ ମୋ କର୍ତ୍ତବ୍ୟ କରିବାକୁ ପଡ଼ିବ।’ ୨୦୨୯ ମେ’ ମାସରେ ଅବସର ନେବାକୁ ଥିବା ଜୀବନ ମିଥାରୀଙ୍କ ମତରେ, ଏହି ଦୈନିକ ୫ କିଲୋମିଟର ପଦଯାତ୍ରା ଏବେ ତାଙ୍କର ନିୟମିତ ଶାରୀରିକ ବ୍ୟାୟାମ ପାଲଟିଯାଇଛି। ତାଙ୍କର ଏହି ନିଷ୍ଠା ଓ କର୍ତ୍ତବ୍ୟପରାୟଣତାକୁ ସ୍ଥାନୀୟ ଅଞ୍ଚଳରେ ବେଶ୍‌ ପ୍ରଶଂସା କରାଯାଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

‘ବ୍ରିକ୍ସ ଥାଳି’ (BRICS Thali) କୁ ନେଇ ରାଜନୀତି ସରଗରମ; ନିରାମିଷ ଖାଦ୍ୟ ତାଲିକାକୁ ନେଇ କଂଗ୍ରେସ-ଭାଜପା ମଧ୍ୟରେ ରାଜନୈତିକ ଲଢ଼େଇ

ନୂଆଦିଲ୍ଲୀ,୧୪।୯: ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀର ସଫଳ ସମାପ୍ତି ପରେ ଦେଶରେ ଏକ ନୂଆ ରାଜନୈତିକ ବିବାଦ ଦେଖାଦେଇଛି। ଏହି ବିବାଦ ସମ୍ମିଳନୀ ଅବସରରେ…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା

ନୂଆଦିଲ୍ଲୀ,୧୪ା୯(ପି.ଟି.): ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି)ଗୁଡ଼ିକ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟା ବୋଲି ବ୍ରିକ୍ସ ନେତାମାନେ ସ୍ବୀକାର କରିଛନ୍ତି ଏବଂ ଏକ ସୁସ୍ଥ ଜୀବନଶୈଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?