‘ଖତରୋଁ କା ଖିଲାଡି ୧୨’ର ୱିନର ହେଲେ ତୁଷାର କାଲିୟା

ମୁମ୍ବାଇ,୨୬ ।୯: ଶେଷ ହେଲା ଅପେକ୍ଷା । ରୋହିତ ସେଟ୍ଟିଙ୍କ ରିୟଲିଟି ଶୋ’ ‘ଖତରୋଁ କା ଖିଲାଡି ୧୨’କୁ ମିଳିଗଲା ତା’ର ୱିନର । ତୁଷାର କାଲିୟା ଏଥର ‘ଖତରୋଁ କା ଖିଲାଡି ୧୨’ର ଟ୍ରଫି ନିଜ ନାଁରେ କରି ଦେଇଛନ୍ତି । ଫାଇନାଲରେ ତୁଷାରଙ୍କ ମୁକାରବିଲା ଫୈସଲ ଶେଖ, ମୋହିତ ମଲିକ, ରୁବିନା ଦିଲୌକ ଓ ଜନ୍ନତ ଜୁବୈରଙ୍କ ସହ ହୋଇଥିଲା । ସମସ୍ତଙ୍କୁ ପଛରେ ପକାଇ ତୁଷାର କାଲିୟା ‘ଖତରୋଁ କା ଖିଲାଡି ୧୨’ର ବିଜେତା ହୋଇଛନ୍ତି ।
ଡ୍ୟାନ୍ସରେ ଓସ୍ତାଦ ତୁଷାର ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସାରିଛନ୍ତି । ହେଲେ ‘ଖତରୋଁ କା ଖିଲାଡି’ରେ ବି ସେ ମାହିର ହେବେ ଏହା ବିଶ୍ୱାସ କରି ହେଉ ନ ଥିଲା । ପୁରା ସିଜନରେ ସେ ନିଜର ତାକତ ଓ ହିମତ ଦେଖାଇଛନ୍ତି । ରୋହିତ ସେଟ୍ଟି ଯେମିତି ୱିନରଙ୍କ ନାମ ଘୋଷଣା କରିଛନ୍ତି ତୁଷାର ଖୁସିରେ ଆତ୍ମହରା ହୋଇ ଯାଇଥିଲେ । ଶେଷରେ ତୁଷାର ଫାଇନାଲରେ ଫୌଜଙ୍କୁ ହରାଇ ୱିନର ହୋଇଛନ୍ତି ।
ୱିନର ଭାବେ ତୁଷାରଙ୍କୁ ଟ୍ରଫି ସହ ୨୦ ଲକ୍ଷ ଟଙ୍କା ପ୍ରାଇଜ ମନି ଓ ମାରୁତି ସୁଜକି ସୁଇଫ୍ଟ କାର ବି ମିଳିଛି । ଶୋ’ ସମୟରେ ସେ ବେଶି କିଛି କୁହନ୍ତି ନାହିଁ ହେଲେ ସେ ଯେଉଁ ସ୍ପିଡରେ ଟାସ୍କ କରନ୍ତି ଲାଗେ ଯେମିତି ତାଙ୍କ ଭିତରେ ଜିତିବାର ଭୋକ ରହିଛି । ଏହି ବିଜୟ ପରେ ସେ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି ।
ତୁଷାର ହେଉଛନ୍ତି ବଲିଉଡ କୋରିଓଗ୍ରାଫର । ସେ ଡ୍ୟାନ୍ସ ଦିୱାନେର ଜଜ ବି ରହି ସାରିଛନ୍ତି । ଚଳିତ ବର୍ଷ ସେ ତାଙ୍କ ଲେଡି ଲଭ ତ୍ରିବେଣୀ ବର୍ମନଙ୍କୁ ବିବାହ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

‘ଢେମ୍‌ସା ନୃତ୍ୟ ଆନ୍ଧ୍ରପ୍ରଦେଶର’ ଗୁଗ୍‌ଲରେ ଉଲ୍ଲେଖ ନେଇ ବଢ଼ୁଛି ଅସନ୍ତୋଷ

ପଟ୍ଟାଙ୍ଗି,୧୪ା୯(ଶରତ କୁମାର ଧଳ):କୋରାପୁଟ କଫି ଏବେ ବ୍ରିକ୍ସ ସମ୍ମିଳନୀରେ ବିଶ୍ୱ ପ୍ରତିନିଧିମାନଙ୍କୁ ପରଷା ଯାଉଛି। କୋରାପୁଟ କଫିକୁ ବିଶ୍ୱ ଦରବାରରେ ପରିଚିତ କରାଇବା ପାଇଁ ଚେଷ୍ଟା ଜାରି…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଏଇ ଭାରତରେ

ମଧ୍ୟପ୍ରଦେଶ ଷ୍ଟେଟ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଆଇପିଏସ୍‌ ଅଧିକାରୀ ବୀରେନ୍ଦ୍ର ମିଶ୍ରା ବେଡ଼ିଆ ସମ୍ପ୍ରଦାୟର ପିଲାଙ୍କୁ କୁତ୍ସିତ ପ୍ରଥାରୁ ମୁକୁଳାଇ ସମାଜର ମୁଖ୍ୟ ଧାରାରେ ସାମିଲ କରୁଛନ୍ତି।…

କାହାନ୍ତି ସେ ସାଆନ୍ତାଣୀ

‘ସାଆନ୍ତାଣୀ’ ଏପରି ଏକ ଶବ୍ଦ ଯାହାର ଉଚ୍ଚାରଣରେ କର୍ତ୍ତା ଓ ଗ୍ରହୀତା ଉଭୟେ ଆପ୍ୟାୟିତ ହୁଅନ୍ତି। ଏହି ଶବ୍ଦଟିର ପୂର୍ବରୁ ‘ମାଆ’ ଯୋଡା ହୋଇଗଲେ ତାହା ଅଧିକ…

ବିକାଶ ଦୌଡ଼ରେ ଭାରତ ଓ ଚାଇନା

ବେଳେ ବେଳେ ମନରେ ପ୍ରଶ୍ନ ଆସେ, ବିଜ୍ଞାନ ଓ କାରିଗରି କ୍ଷେତ୍ରରେ ଚାଇନା କିପରି ଏତେ ତୀବ୍ର ବିକାଶ କରିପାରୁଛି। ନିକଟରେ ସମ୍ପନ୍ନ ହୋଇଥିବା ବିଶ୍ୱ ହ୍ୟୁମାନଏଡ୍‌…

ଜଣଙ୍କୁ ପଢ଼ାଇବା ପାଇଁ ଶିକ୍ଷକଙ୍କ ଦୈନିକ ୫ କି.ମି. ପଦଯାତ୍ରା: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

କୋଲ୍ହାପୁର, ୧୪ା୯ (ପି.ଟି.):ପ୍ରତିଦିନ ସକାଳେ ଶିକ୍ଷକମାନେ ନିଜ ନିଜ ଗାଡ଼ି କିମ୍ବା ବସ୍‌ରେ ସ୍କୁଲ ଯାଉଥିବା ବେଳେ ୫୫ ବର୍ଷୀୟ ଶିକ୍ଷକ ଜୀବନ ମିଥାରୀ କିନ୍ତୁ ଖରା,…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?