କରୋନାକୁ ଜିତିଲେ ୧୧୪ ବର୍ଷୀୟ ବୃଦ୍ଧ

ଇଥୋପିଆର ଜଣେ ୧୧୪ ବର୍ଷୀୟ ବୃଦ୍ଧ ମହାମାରୀ କରୋନା ଭାଇରସ୍‌କୁ ହରାଇ ଦେଇଛନ୍ତି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୧୧୪ ବର୍ଷୀୟ ଏହି ବୃଦ୍ଧ ଜଣଙ୍କ କରୋନାରେ ଆକ୍ରାନ୍ତ ହେବାପରେ ରାଜଧାନୀ ଆଦିସ ଆବାବସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଶେଷରେ ଏହି ଶତାୟୁ ବୃଦ୍ଧ ଜଣଙ୍କ ଆରୋଗ୍ୟ ଲାଭ କରିଥିବା ତାଙ୍କୁ ଚିକିତ୍ସିତ କରୁଥିବା ଡାକ୍ତର ୟାରେଡ୍‌ ଆଗିଡେ କହିଛନ୍ତି। ‘ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି ଏବଂ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି’ ବୋଲି ୟାରେଡ୍‌ ପୋଷ୍ଟ କରି କହିଛନ୍ତି। ସାଧାରଣତଃ ୮୦ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ କରୋନା ଆକ୍ରାନ୍ତ ଲୋକ ଅସୁରକ୍ଷିତ ବୋଲି ବିବେଚନା କରାଯାଏ। ଏଠାରେ ଉଲ୍ଲେଖଯୋଗ୍ୟ ପୂର୍ବରୁ ବ୍ରିଟେନର ୩ ଜଣ ଶତାୟୁ ବ୍ୟକ୍ତି କରୋନାକୁ ପରାସ୍ତ କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୪୬ରେ ପହଞ୍ଚିଲା

ଭଦ୍ରକ ଅଫିସ,୧୫ା୫: ଶୁକ୍ରବାର ଭଦ୍ରକରେ ଆଉ ୬ ଜଣ କରୋନା ପଜିଟିଭ୍‌ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ଛୁଇଁଛି।...

ଲକ୍‌ଡାଉନ୍‌ରେ ଘରୁ ବାହାରି ପୋଲିସଙ୍କଠାରୁ ମାଡ଼ ଖାଇଲେ ସୁନୀଲ ଗ୍ରୋଭର

ମୁମ୍ବାଇ: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ୨୧ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହି ଲକ୍‌ଡାଉନ୍‌ କର୍ଫ୍ୟୁ...

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କରୋନା ପଜିଟିଭ

ନୂଆଦିଲ୍ଲୀ,୨୩।୪:ବେସାମରିକ ବିମାଳ ଚଳାଚଳ ମନ୍ତ୍ରଣାଳୟରେ କରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ଏଥିଲାଗି ରାଜୀବ ଗାନ୍ଧୀ ଭବନ ସ୍ଥିତ ମୁଖ୍ୟାଳୟକୁ ୩ ଦିନ ଲାଗି ସିଲ୍‌...

ଡେଲି ମାର୍କେଟରେ ସାମାଜିକ ଦୂରତ୍ୱକୁ ମାନୁ ନାହାନ୍ତି ଅମାନିଆ: ପୋଲିସ ପ୍ରଶାସନ ଉପସ୍ଥିତ ରହିବାକୁ ସାଧାରଣରେ ଦାବି

ବିଜେପୁର,୧୦।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୁଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ କଟକଣାକୁ ୩୦ଯାଏ ବଢ଼ାଇ ଦେଇଛନ୍ତି। ସାମାଜିକ...

ଅନ୍‌ଲକ୍‌-୧: ରାତ୍ରକାଳୀନ କର୍ଫ୍ୟୁରେ ରାଜପଥରେ ଚଳାଚଳ କରିବ ଯାନବାହନ

ନୂଆଦିଲ୍ଲୀ ,୧୨।୬: ସାରା ଦେଶରେ କରୋନା ଭାଇରସ୍‌ ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ମାମଲାକୁ ଦେଖିଲେ ଅନୁମାନ କରିହେଉଛି ଯେ, ବିନା ଭ୍ୟାକସିନ୍‌ରେ...

କାନ୍ଧ ବୋହୁଛି କୁକୁର

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କଳ କାରଖାନା ବନ୍ଦ ହୋଇଯିବା ପରେ ଭୋକର ଦାଉ ସମ୍ଭାଳି ନ...

ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା

ଜୟପୁର, ୯ା୮: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଓ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରେ ଆଉ ଦୁଇଜଣ କେନ୍ଦ୍ରମନ୍ତ୍ରୀ କରୋନା...

ଖାଉଟି ବଣ୍ଟନକେନ୍ଦ୍ରକୁ ଆସିବେନି ହିତାଧିକାରୀ: ଘରେ ପହଞ୍ଚିବ ଭତ୍ତା, ଗହମ, ଚାଉଳ

ଭୁବନେଶ୍ୱର,୨୪।୩(ବ୍ୟୁରୋ): କରୋନା ଭୂତାଣୁର ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାମାଜିକ ନିରାପତ୍ତା ଯୋଜନାରେ ଥିବା ସମସ୍ତ ହିତାଧିକାରୀଙ୍କୁ ଭତ୍ତା, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା...

Advertisement


Archives

Model This Week